Categories: ରାଜ୍ୟ

ଭୁବନେଶ୍ୱର : ମାନବିକତା ଦେଖାଇଲେ ଯୁବତୀ, ରାସ୍ତାରେ ମୁମୂର୍ଷୁ ଅବସ୍ଥାରେ ପଡିଥିବା ବୃଦ୍ଧଙ୍କୁ କୋଳେଇ ନେଇ କଲେ ଚିକିତ୍ସା

ଭୁବନେଶ୍ୱର (କେନ୍ୟୁଜ୍‌) : ମହନୀୟତାର ଉଦାହାରଣ ସାଜିଲେ ଯୁବା ଇଂଜିନିୟର । ଦୁର୍ଘଟଣାରେ ମୁମୂର୍ଷୁ ଅବସ୍ଥାରେ ପଡିଥିବା ଜଣେ ବୃଦ୍ଧଙ୍କୁ ଦେଲେ ଫାଷ୍ଟ ଏଡ଼ ଚିକତ୍ସା। ନୟାପଲ୍ଲୀ କ୍ରାଉନ ହୋଟେଲର ବିପରୀତ ପାର୍ଶ୍ଵରେ ଜଣେ ବୃଦ୍ଧା ଦୁର୍ଘଟଣାଗ୍ରସ୍ତ ହୋଇ ମୁମୂର୍ଷୁ ଅବସ୍ଥାରେ ରାସ୍ତାକଡ଼ରେ ପଡ଼ିଥିଲେ। ରାସ୍ତା କଡ଼ରେ ଥିବା ଲୋକମାନେ ଫଟୋ ଉଠାଉଥିଲେ ମଧ୍ୟ କେହି ହେଲେ ବି ବୃଦ୍ଧଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିନଥିଲେ। ହେଲେ ସେହି ବାଟ ଦେଇ ଯାଉଥିବା ଇଂଜିନିୟର ଅଭିପ୍ସା ବୃଦ୍ଧଙ୍କୁ ଏପରି ଅବସ୍ଥାରେ ଦେଖି ନିଜ କୋଳକୁ ନେଇଗଲେ। ପରେ ନିଜ ଗାଡିରେ ଥିବା ଫାଷ୍ଟ ଏଡ଼ କିଟ ଆଣି ବୃଦ୍ଧଙ୍କୁ ପ୍ରାଥମିକ ଚିକତ୍ସା ଦେଲେ। ଅଭିପ୍ସାଙ୍କ ଚିକତ୍ସା ଦେଖି ଅନ୍ୟ ଲୋକମାନେ ଆଗେଇ ଆସିଥିଲେ ସାହାଯ୍ୟ କରିବା ପାଇଁ।

ଏହାପରେ ସ୍ଥାନୀୟ ଲୋକମାନେ ପ୍ରଥମେ ୧୦୮କୁ କଲ କରି ଦୁର୍ଘଟଣା ସମ୍ପର୍କରେ ଜଣାଇଥିଲେ କିନ୍ତୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଅଭିପ୍ସା ବୃଦ୍ଧ ଜଣଙ୍କୁ ବହୁତ ପ୍ରକାର ପ୍ରାଥମିକ ଚିକିତ୍ସା ଦେଇ ତାଙ୍କର ଚେତା ଫେରାଇବାରେ ସଫଳ ହୋଇଥିଲେ। କିଛି ସମୟ ପରେ ୧୦୮ଆମ୍ବୁଲାନ୍ସ ଆସିବାରୁ ବୃଦ୍ଧଙ୍କୁ ମେଡ଼ିକାଲ ପଠାଯାଇଥିଲା। ଅଭିପ୍ସାଙ୍କ ଏଭଳି ସାହାଯ୍ୟ ଦେଖି ସ୍ଥାନୀୟ ଲୋକେ ବହୁତ ପ୍ରଶଂସା କରିଥିଲେ। ଅଭିପ୍ସାଙ୍କ ପଦକ୍ଷେପ ସତରେ ପ୍ରେରଣାଦାୟୀ ଯାହା ଏବେକାର ଯୁବ ପିଢିଙ୍କୁ ନିଶ୍ଚୟ ଉତ୍ସାହିତ କରିବ ।

Pritiparna

Recent Posts

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

2 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

3 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

10 hours ago