Below header

ଭୁବନେଶ୍ୱର : ମାନବିକତା ଦେଖାଇଲେ ଯୁବତୀ, ରାସ୍ତାରେ ମୁମୂର୍ଷୁ ଅବସ୍ଥାରେ ପଡିଥିବା ବୃଦ୍ଧଙ୍କୁ କୋଳେଇ ନେଇ କଲେ ଚିକିତ୍ସା

ଭୁବନେଶ୍ୱର (କେନ୍ୟୁଜ୍‌) : ମହନୀୟତାର ଉଦାହାରଣ ସାଜିଲେ ଯୁବା ଇଂଜିନିୟର । ଦୁର୍ଘଟଣାରେ ମୁମୂର୍ଷୁ ଅବସ୍ଥାରେ ପଡିଥିବା ଜଣେ ବୃଦ୍ଧଙ୍କୁ ଦେଲେ ଫାଷ୍ଟ ଏଡ଼ ଚିକତ୍ସା। ନୟାପଲ୍ଲୀ କ୍ରାଉନ ହୋଟେଲର ବିପରୀତ ପାର୍ଶ୍ଵରେ ଜଣେ ବୃଦ୍ଧା ଦୁର୍ଘଟଣାଗ୍ରସ୍ତ ହୋଇ ମୁମୂର୍ଷୁ ଅବସ୍ଥାରେ ରାସ୍ତାକଡ଼ରେ ପଡ଼ିଥିଲେ। ରାସ୍ତା କଡ଼ରେ ଥିବା ଲୋକମାନେ ଫଟୋ ଉଠାଉଥିଲେ ମଧ୍ୟ କେହି ହେଲେ ବି ବୃଦ୍ଧଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିନଥିଲେ। ହେଲେ ସେହି ବାଟ ଦେଇ ଯାଉଥିବା ଇଂଜିନିୟର ଅଭିପ୍ସା ବୃଦ୍ଧଙ୍କୁ ଏପରି ଅବସ୍ଥାରେ ଦେଖି ନିଜ କୋଳକୁ ନେଇଗଲେ। ପରେ ନିଜ ଗାଡିରେ ଥିବା ଫାଷ୍ଟ ଏଡ଼ କିଟ ଆଣି ବୃଦ୍ଧଙ୍କୁ ପ୍ରାଥମିକ ଚିକତ୍ସା ଦେଲେ। ଅଭିପ୍ସାଙ୍କ ଚିକତ୍ସା ଦେଖି ଅନ୍ୟ ଲୋକମାନେ ଆଗେଇ ଆସିଥିଲେ ସାହାଯ୍ୟ କରିବା ପାଇଁ।

help girlଏହାପରେ ସ୍ଥାନୀୟ ଲୋକମାନେ ପ୍ରଥମେ ୧୦୮କୁ କଲ କରି ଦୁର୍ଘଟଣା ସମ୍ପର୍କରେ ଜଣାଇଥିଲେ କିନ୍ତୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଅଭିପ୍ସା ବୃଦ୍ଧ ଜଣଙ୍କୁ ବହୁତ ପ୍ରକାର ପ୍ରାଥମିକ ଚିକିତ୍ସା ଦେଇ ତାଙ୍କର ଚେତା ଫେରାଇବାରେ ସଫଳ ହୋଇଥିଲେ। କିଛି ସମୟ ପରେ ୧୦୮ଆମ୍ବୁଲାନ୍ସ ଆସିବାରୁ ବୃଦ୍ଧଙ୍କୁ ମେଡ଼ିକାଲ ପଠାଯାଇଥିଲା। ଅଭିପ୍ସାଙ୍କ ଏଭଳି ସାହାଯ୍ୟ ଦେଖି ସ୍ଥାନୀୟ ଲୋକେ ବହୁତ ପ୍ରଶଂସା କରିଥିଲେ। ଅଭିପ୍ସାଙ୍କ ପଦକ୍ଷେପ ସତରେ ପ୍ରେରଣାଦାୟୀ ଯାହା ଏବେକାର ଯୁବ ପିଢିଙ୍କୁ ନିଶ୍ଚୟ ଉତ୍ସାହିତ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.