କେପିଏଲ୍‌ରେ ସ୍ପଟ୍‌ ଫିକ୍ସିଂ ମାମଲାରେ ଆଉ ୨ ଗିରଫ, ଧିମା ବ୍ୟାଟିଂ ପାଇଁ ନେଇଥିଲେ ୨୦ ଲକ୍ଷ

ପୁଣିଥରେ କ୍ରିକେଟରେ ମ୍ୟାଚ୍‌ ଫିକ୍ସିଂ ମାମଲା ସାମ୍ନାକୁ ଆସିଛି। ଏଥରକ କର୍ଣ୍ଣାଟକ ପ୍ରିମିୟର ଲିଗ୍‌(କେପିଏଲ୍‌)ରେ ସ୍ପଟ ଫିକ୍ସିଂ ହୋଇଥିବା ଜଣାଯାଇଛି। ସ୍ପଟ୍‌ ଫିକ୍ସିଂ ମାମଲାରେ ପୋଲିସ ଆଉ ଦୁଇ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ବେଲ୍ଲାରୀ ଟିମ୍‌ର କ୍ୟାପ୍‌ଟେନ୍‌ ସିଏମ୍‌ ଗୌତମ ଏବଂ ବହରାର କାଜିଙ୍କୁ ପୋଲିସ ଗିରଫ କରିଛି।

ଏହାସହ ପଢ଼ନ୍ତୁ: ତାଜମହଲକୁ ପଛରେ ପକାଇଲା ଷ୍ଟାଚ୍ୟୁ ଅଫ୍‌ ୟୁନିଟି, ବର୍ଷକରେ ରୋଜଗାର କଲା ୬୩ କୋଟି

ଗିରଫ ପରେ କେତେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। କେପିଏଲ୍‌ ୨୦୧୯ର ଫାଇନାଲରେ ହୁବଲୀ ଓ ବେଲ୍ଲାରୀ ଟିମ୍‌ ମଧ୍ୟରେ ସ୍ପଟ ଫିକ୍ସିଂ ହୋଇଥିଲା। ଗୌତମଙ୍କୁ ଧୀରେ ଧୀରେ ବ୍ୟାଟିଂ କରିବା ପାଇଁ ୨୦ ଲକ୍ଷ ଟଙ୍କା ଦିଆଯାଇଥିବା ନେଇ ସେ ସ୍ୱୀକାର କରିଛନ୍ତି। ସୂଚନାଯୋଗ୍ୟ ଯେ, ସିଏମ୍‌ ଗୌତମ ଉଭୟ ରଣଜୀ ଏବଂ ଆଇପିଏଲ୍‌ ମ୍ୟାଚ୍‌ ଖେଳିସାରିଛନ୍ତି।

ଏହାସହ ପଢ଼ନ୍ତୁ: ହିମେଶ ରେଶମିଆଙ୍କ ‘‘ଏକ ବାର ଆଜା’’ ଗୀତରେ ଡାକ୍ତରମାନେ କଲେ କୋଷ୍ଠକାଠିନ୍ୟ ଡ୍ୟାନ୍ସ, ଦେଖନ୍ତୁ ଭିଡିଓ

 

ସୂଚନାଯୋଗ୍ୟ ଯେ, କର୍ଣ୍ଣାଟକ ପ୍ରିମିୟର ଲିଗ୍‌ରେ ମ୍ୟାଚ୍‌ ପିକ୍ସିଂ ମାମଲାରେ ଜଣକ ପରେ ଜଣେ ଗିରଫ ହେଉଛନ୍ତି। ପୂର୍ବରୁ କେପିଏଲ୍‌ ସହ ଜଡ଼ିତ ଜଣେ କୋଚ୍‌କୁ ମଧ୍ୟ ଗିରଫ କରାଯାଇଛି। ବାଙ୍ଗାଲୋରରୁ ଭାରତୀୟ କ୍ରିକେଟର ନିଶାନ୍ତ ସିଂହ ଶେଖାଓ୍ଵତ୍‌ଙ୍କୁ ମଧ୍ୟ ବେଟିଂ ଅଭିଯୋଗରେ ଗିରଫ କରାଯାଇଥିଲା। ସେ ମଧ୍ୟ କେପିଏଲ୍‌ରେ ମ୍ୟାଚ୍‌ ଫିକ୍ସିଂ ମାମଲାରେ ଜଡ଼ିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.