Below header

ଜାଣନ୍ତୁ ହୃଦରୋଗୀ ମାନେ ଦିନକୁ କେତୋଟି ଅଣ୍ଡା ଖାଇବା ଉଚିତ

ଆଜି ପର୍ଯ୍ୟନ୍ତ ଅଣ୍ଡା ଖାଇବା ନେଇ ଯେଉଁ ସବୁ ଗବେଷଣାମାନ ହୋଇଛି ତାହାକୁ ଦୃଷ୍ଟିରେ ରଖି  ଧରାଯାଏ କି ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ନିହାତି ଭଲ । କିନ୍ତୁ ନିକଟ ଅତୀତରେ ଅଣ୍ଡାକୁ ନେଇ ଯେତେ ସବୁ ଗବେଷଣାମାନ ହୋଇଛି ତାହାର ଏକ ରିପୋର୍ଟ ଆମେ ଆପଣଙ୍କ ନିକଟରେ ପ୍ରକାଶ କରୁଛୁ ।
ଚଳିତ ବର୍ଷ ମାର୍ଚ୍ଚ ମାସରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଅତ୍ୟଧିକ ଅଣ୍ଡା ଖାଇବା ଦ୍ୱାରା ହୃଦ ରୋଗ ଜନିତ ସମସ୍ୟା ବଢିଥାଏ । ଅଣ୍ଡାରେ ମହଜୂତ ଥିବା ହାଇ କୋଲେଷ୍ଟେରଲ ଆମ ହୃଦୟ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ଏମିତିକି ଅଧିକ ଖାଇବା ଯୋଗୁଁ ଏହି ଆଶଙ୍କା ୧୭ ପ୍ରତିଶତ ବଢିଯାଏ । ତେଣୁ ଆପଣଙ୍କ ଶରୀରକୁ ଯେତେ କୋଲେଷ୍ଟେରଲ ଯିବ ଷ୍ଟ୍ରୋକ, ହାର୍ଟ ଆଟାକ, ହାର୍ଟ ଫେଲୋର ପରି ସମସ୍ୟା ଦେଖାଯିବାର ସମ୍ଭାବନା ଯଥେଷ୍ଟ ବଢିଯାଏ ।

egg

ଏହାର ଏକ ରିପୋର୍ଟରେ କୁହାଯାଇଛିଯେ ଗୋଟେ ବଡ ଅଣ୍ଡାରେ ପ୍ରାୟ ୧୮୫ ମିଲିଗ୍ରାମର କୋଲେଷ୍ଟେରଲ ମହଜୂତ ଥାଏ । ଏତେ ମାତ୍ରାରେ କୋଲେଷ୍ଟେରଲ ଏକାଠି ଖାଇବା ଅତ୍ୟନ୍ତ ଘାତକ ସାବ୍ୟସ୍ଥ ହୋଇଛି । ଡାକ୍ତରଙ୍କ ଅନୁଯାୟୀ ଜଣେ ବ୍ୟକ୍ତି ଦିନ ଭିତରେ ୩୦୦ ମିଲିଗ୍ରାମରୁ ଅଧିକ କୋଲେଷ୍ଟେରଲ ଗ୍ରହଣ କରିବା ଉଚିତ ନୁହେଁ । ହାବାର୍ଡ ମେଡିକାଲ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ଅନୁଯାୟୀ ଡାଇବେଟିସ ଓ ହୃଦ ରୋଗରେ ପୀଡିତ ବ୍ୟକ୍ତି ଦିନକୁ ୩ଟି ରୁ ଅଧିକ ଅଣ୍ଡା ଖାଇବା ଉଚିତ ନୁହେଁ । ନଚେତ ଅଣ୍ଡାରେ ଥିବା କୋଲେଷ୍ଟେରଲ ବ୍ଲଡ଼କୁ ଯାଇ ଏହାର ଗତିକୁ ଧୀର କରିଦେବ । ଫଳରେ ହାଟ ହାଟାକ ପରି ଏକ ଗମ୍ଭୀର ସମସ୍ୟା ହେବ । ଆମ ଶରୀରର ଲିଭର ହିଁ ପ୍ରକୃତରେ କୋଲେଷ୍ଟେରଲ ତିଆରି କରିଥାଏ । ଆମେ ଯାହା ଖାଦ୍ୟ ଖାଉ ସେହି ଠାରୁ ହିଁ କୋଲେଷ୍ଟେରଲ ଉତ୍ପନ୍ନ ହୋଇଥାଏ ।

ଏହା ସହ ପଢନ୍ତୁ: ଜମ୍ମୁ-କଶ୍ମୀର ଗୁଲମାର୍ଗରେ ତୁଷାରପାତ, ମଜା ନେଉଛନ୍ତି ପର୍ଯ୍ୟଟକ

ଏମିତି ନୁହେଁକି ଅଣ୍ଡା ଶରୀର ପାଇଁ କେବଳ କ୍ଷତିକାରକ ହୋଇଥାଏ । ଅଣ୍ଡାରେ ସେହି ସବୁ ପୌଷ୍ଟିକତତ୍ତ୍ୱ ମହଜୂତ ଅଛି ଯାହା ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇ ପାରିବ । କିନ୍ତୁ ଏଥିରେ ଥିବା ମାତ୍ରାଧିକ କୋଲେଷ୍ଟେରଲ ଶରୀରକୁ କ୍ଷତି ପହଞ୍ଚାଇଥାଏ । ଅଣ୍ଡାରେ ଏମିତି ତତ୍ତ୍ୱ ରହିଛି ଯାହା ଶରୀରର ରୋଗ ପ୍ରତିରୋଧ ଶକ୍ତି ବଢାଇଥାଏ । ଏଥିରେ ଥିବା ଲ୍ୟୁକ୍ସିନ ଓ ଜୀଏକ୍ସିନ ପରି ତତ୍ତ୍ୱ ଆଖିକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ । ଅଣ୍ଡା ହାଡ ଗୁଡିକୁ ମଧ୍ୟ ମଜବୁତ କରିଥାଏ । କିନ୍ତୁ ଅଣ୍ଡାକୁ ନିଜ ଶରୀରର ଆବଶ୍ୟକତା ଅନୁଯାୟୀ ସଠିକ ପରିମାଣରେ ହିଁ ଖାଇବା ଉଚିତ । ନଚେତ ଏହା ଭଲ କରିବା ବଦଳରେଯେ ମନ୍ଦ କରି ବସିବ ଏଥିରେ କୌଣସି ସନ୍ଦେହ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.