ରାଜ୍ୟ

ପ୍ରଥମେ ପ୍ରେମ ପରେ ଶାରିରିକ ସମ୍ପର୍କ ଏବଂ ତାପରେ ପ୍ରତାରଣା, ଶେଷରେ ଥାନାରେ ମାମଲା

ଢେଙ୍କାନାଳ : ପ୍ରେମରେ ମିଳିଲା ଧୋକା ପ୍ରତାରଣା । ପ୍ରେମ ବାହାନାରେ ଶାରୀରିକ ସମ୍ପର୍କ ଆଉ ତାପରେ ପ୍ରତାରଣା। ପ୍ରେମିକା ବି ଛାଡ଼ିବା ଲୋକ ନୁହେଁ । ତେଣୁ ଶେଷରେ ମାମଲା ସିଧା ଯାଇ ପହଞ୍ଚିଲା ଥାନାରେ । ଦୀର୍ଘ ୬ବର୍ଷ ପ୍ରେମରେ ପଡିଲା ପୂର୍ଣ୍ଣଚ୍ଛେଦ। ପ୍ରେମ ସମ୍ପର୍କରେ ଫାଟ । ପ୍ରଥମେ ଉଭୟଙ୍କ ମନର ମିଳନ ହେଲା । ପରେ ଦୁଇଜଣଙ୍କ ଭିତରେ ଗଢି ଉଠିଲା ଶାରୀରିକ ସମ୍ପର୍କ । ଗର୍ଭବତୀ ହେଲା ପ୍ରେମିକା, ତାପରେ ପ୍ରେମିକ କଥାରେ କରାଗଲା ବେଆଇନ୍‌ ଗର୍ଭପାତ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଲିମୀଥାନା କଡଲା ଗାଁରେ ।

ପ୍ରେମ ସତ୍ୟ, ଶାଶ୍ୱତ, ଚିରନ୍ତନ ବୋଲି ଆମେ ଜାଣୁ। ହେଲେ ବର୍ତ୍ତମାନର ଯୁବ ପିଢ଼ିଙ୍କ ପାଇଁ ପ୍ରେମର ସ୍ୱରୂପ କିଛି ଅଲଗା । ପ୍ରେମ ପାଇଁ କିଏ ସାତ ଦରିଆ ପାର କରି ପାଖକୁ ଚାଲି ଆସୁଛି ତ ଆଉ କିଏ ପ୍ରେମରେ ପ୍ରତାରଣାର ଶିକାର ହୋଇ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଉଛି । ନିକଟରେ ଏଭଳି ଏକ ସମାନ ଘଟଣା ସାମ୍ନାକୁ ଆସିଛି । ପ୍ରେମରେ ପ୍ରତାରଣା ପରେ ନ୍ୟାୟ ଭିକ୍ଷା କରିଛନ୍ତି କଡଲା ଗାଁର ଏହି ଯୁବତୀ । ସେହି ନିଜ ଗାଁର କିରଣ ସାମଲଙ୍କ ପୁଅ ଜ୍ୟୋତିରଞ୍ଜନ ସାମଲଙ୍କ ସହ ଯୁବତୀଙ୍କର ଗଢିଉଠିଥିଲା ପ୍ରେମ ସମ୍ପର୍କ । ପ୍ରେମ ନେଲା ଶାରୀରିକ ସମ୍ପର୍କର ରୂପ । ଫଳରେ ଗର୍ଭବତୀ ହେଲେ ପ୍ରେମିକା । ଏକଥା ଜାଣିବା ପରେ ଜ୍ୟୋତିରଞ୍ଜନ ଗର୍ଭପାତ କରିବା ପାଇଁ ପହଞ୍ଚିଥିଲେ ସୁଦୂର ତାଳଚେରର ଏକ ଘରୋଇ ନର୍ସିଂ ହୋମରେ ।

ପ୍ରେମିକାର ଅନିଚ୍ଛା ସତ୍ତ୍ବେ ଗର୍ଭପାତ କରାଇଥିଲେ ଜ୍ୟୋତି ରଞ୍ଜନ। ଏହା ପରେ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ । ତେବେ ପରିବାରର କାହାକୁ କିଛି ନଜଣାଇ ଗତ ମାର୍ଚ୍ଚ ୪ ତାରିଖରେ ଗାଁରୁ ନେଇ ରଖିଥିଲେ କାକଟପୁର ଅସ୍ତରଙ୍ଗର କୁହୁଡି ବଜାରର ଏକ ଭଡାଘରେ । ପ୍ରେମିକାର ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଜାଣିବାକୁ ପାଇଥିଲେ ପ୍ରେମୀ ଯୁଗଳ କେଉଁଠି ରହୁଛନ୍ତି । ତେଣୁ ଝିଅର ବାପା ତୁରନ୍ତ ଯାଇ ଉଭୟଙ୍କୁ ମାର୍ଚ୍ଚ ୩୧ ତାରିଖରେ ଆଣି ପହଞ୍ଚିଥିଲେ କଟକରେ । କଟକର ଏକ ମନ୍ଦିରରେ ଉଭୟଙ୍କ ବିବାହ କରିବା ପାଇଁ ସ୍ଥିର କରିଥିଲେ।

ଏପଟେ ପାଦରେ ଅଳତା, ହାତରେ ଚୁଡ଼ି ଶଂଖା ବିନ୍ଧି ମୁଣ୍ଡରେ ଓଢ଼ଣୀ ଦେଇ ବଧୂ ବେଶରେ ସଜେଇ ହୋଇ ବସିଥିଲେ ପ୍ରେମିକା । ଭାବିଥିଲେ ବାପାଙ୍କ ଆଶୀର୍ବାଦ ନେଇ ହୋମ ନିଆଁକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ଜ୍ୟୋତିଙ୍କୁ ସ୍ୱାମୀ ରୂପରେ ପାଇବେ । ହେଲେ କ୍ଷଣକ ମଧ୍ୟରେ ସବୁକିଛି ଓଲଟ ପାଲଟ ହୋଇଗଲା । ବଧୂ ହୋଇ ବେଦୀ ନିକଟରେ ପ୍ରେମିକା ବସିଥିଲେ ସତ କିନ୍ତୁ ପାଣି ପିଇବା ବାହାନା କରି ସେଠାରୁ ଚମ୍ପଟ ମାରିଥିଲେ ପ୍ରେମିକ ଜ୍ୟୋତିରଞ୍ଜନ। ଏଣେ ଅପେକ୍ଷା କରି କରି ବାପ ଝିଅ ଆଉ ପୁରୋହିତ ଶେଷରେ ନିରାଶ ହେଲେ । ପ୍ରେମିକାର ବଧୂ ବନିବା ସ୍ୱପ୍ନ କେଇ ସେକେଣ୍ଡରେ ଭାଙ୍ଗି ଚୁରମାର୍ ହୋଇଗଲା । ଆଉ ଉପାୟଶୂନ୍ୟ ହୋଇଥିବା ବାପା ନିଜ ଦୁଃଖୀ ଝିଅକୁ ନେଇ ମନ୍ଦିରରୁ ଫେରି ଆସିଥିଲେ । ପ୍ରଥମେ ଅଭିଯୋଗ କରିଥିଲେ କଟକର ଲାଲବାଗ ଥାନାରେ । ପରେ ଢେଙ୍କାନାଳ ଜିଲ୍ଲା ବାଲିମୀ ଥାନାରେ ଗତ ଏପ୍ରିଲ ୧ ତାରିଖରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ଥାନା ଅଧିକାରୀ ପ୍ରେମିକ ଜ୍ୟୋତିରଞ୍ଜନ ସାମଲ, ବାପା କିରଣ ସାମଲ,ମା’ଅଞ୍ଜଳି ସାମଲ, ଏବଂ ଅନ୍ୟ ତିନି ଜଣଙ୍କ ନାଁରେ ମାମଲା ରୁଜୁ କରିଛି ।

Sasmita

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago