ପ୍ରଥମେ ପ୍ରେମ ପରେ ଶାରିରିକ ସମ୍ପର୍କ ଏବଂ ତାପରେ ପ୍ରତାରଣା, ଶେଷରେ ଥାନାରେ ମାମଲା
ପ୍ରେମରେ ମିଳିଲା ଧୋକା ପ୍ରତାରଣା । ପ୍ରେମ ବାହାନାରେ ଶାରୀରିକ ସମ୍ପର୍କ ଆଉ ତାପରେ ପ୍ରତାରଣା। ପ୍ରେମିକା ବି ଛାଡ଼ିବା ଲୋକ ନୁହେଁ । ତେଣୁ ଶେଷରେ ମାମଲା ସିଧା ଯାଇ ପହଞ୍ଚିଲା ଥାନାରେ । ଦୀର୍ଘ ୬ବର୍ଷ ପ୍ରେମରେ ପଡିଲା ପୂର୍ଣ୍ଣଚ୍ଛେଦ। ପ୍ରେମ ସମ୍ପର୍କରେ ଫାଟ । ପ୍ରଥମେ ଉଭୟଙ୍କ ମନର ମିଳନ ହେଲା । ପରେ ଦୁଇଜଣଙ୍କ ଭିତରେ ଗଢି ଉଠିଲା ଶାରୀରିକ ସମ୍ପର୍କ । ଗର୍ଭବତୀ ହେଲା ପ୍ରେମିକା, ତାପରେ ପ୍ରେମିକ କଥାରେ କରାଗଲା ବେଆଇନ୍ ଗର୍ଭପାତ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଲିମୀଥାନା କଡଲା ଗାଁରେ ।
ଢେଙ୍କାନାଳ : ପ୍ରେମରେ ମିଳିଲା ଧୋକା ପ୍ରତାରଣା । ପ୍ରେମ ବାହାନାରେ ଶାରୀରିକ ସମ୍ପର୍କ ଆଉ ତାପରେ ପ୍ରତାରଣା। ପ୍ରେମିକା ବି ଛାଡ଼ିବା ଲୋକ ନୁହେଁ । ତେଣୁ ଶେଷରେ ମାମଲା ସିଧା ଯାଇ ପହଞ୍ଚିଲା ଥାନାରେ । ଦୀର୍ଘ ୬ବର୍ଷ ପ୍ରେମରେ ପଡିଲା ପୂର୍ଣ୍ଣଚ୍ଛେଦ। ପ୍ରେମ ସମ୍ପର୍କରେ ଫାଟ । ପ୍ରଥମେ ଉଭୟଙ୍କ ମନର ମିଳନ ହେଲା । ପରେ ଦୁଇଜଣଙ୍କ ଭିତରେ ଗଢି ଉଠିଲା ଶାରୀରିକ ସମ୍ପର୍କ । ଗର୍ଭବତୀ ହେଲା ପ୍ରେମିକା, ତାପରେ ପ୍ରେମିକ କଥାରେ କରାଗଲା ବେଆଇନ୍ ଗର୍ଭପାତ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଲିମୀଥାନା କଡଲା ଗାଁରେ ।
ପ୍ରେମ ସତ୍ୟ, ଶାଶ୍ୱତ, ଚିରନ୍ତନ ବୋଲି ଆମେ ଜାଣୁ। ହେଲେ ବର୍ତ୍ତମାନର ଯୁବ ପିଢ଼ିଙ୍କ ପାଇଁ ପ୍ରେମର ସ୍ୱରୂପ କିଛି ଅଲଗା । ପ୍ରେମ ପାଇଁ କିଏ ସାତ ଦରିଆ ପାର କରି ପାଖକୁ ଚାଲି ଆସୁଛି ତ ଆଉ କିଏ ପ୍ରେମରେ ପ୍ରତାରଣାର ଶିକାର ହୋଇ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଉଛି । ନିକଟରେ ଏଭଳି ଏକ ସମାନ ଘଟଣା ସାମ୍ନାକୁ ଆସିଛି । ପ୍ରେମରେ ପ୍ରତାରଣା ପରେ ନ୍ୟାୟ ଭିକ୍ଷା କରିଛନ୍ତି କଡଲା ଗାଁର ଏହି ଯୁବତୀ । ସେହି ନିଜ ଗାଁର କିରଣ ସାମଲଙ୍କ ପୁଅ ଜ୍ୟୋତିରଞ୍ଜନ ସାମଲଙ୍କ ସହ ଯୁବତୀଙ୍କର ଗଢିଉଠିଥିଲା ପ୍ରେମ ସମ୍ପର୍କ । ପ୍ରେମ ନେଲା ଶାରୀରିକ ସମ୍ପର୍କର ରୂପ । ଫଳରେ ଗର୍ଭବତୀ ହେଲେ ପ୍ରେମିକା । ଏକଥା ଜାଣିବା ପରେ ଜ୍ୟୋତିରଞ୍ଜନ ଗର୍ଭପାତ କରିବା ପାଇଁ ପହଞ୍ଚିଥିଲେ ସୁଦୂର ତାଳଚେରର ଏକ ଘରୋଇ ନର୍ସିଂ ହୋମରେ ।
ପ୍ରେମିକାର ଅନିଚ୍ଛା ସତ୍ତ୍ବେ ଗର୍ଭପାତ କରାଇଥିଲେ ଜ୍ୟୋତି ରଞ୍ଜନ। ଏହା ପରେ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ । ତେବେ ପରିବାରର କାହାକୁ କିଛି ନଜଣାଇ ଗତ ମାର୍ଚ୍ଚ ୪ ତାରିଖରେ ଗାଁରୁ ନେଇ ରଖିଥିଲେ କାକଟପୁର ଅସ୍ତରଙ୍ଗର କୁହୁଡି ବଜାରର ଏକ ଭଡାଘରେ । ପ୍ରେମିକାର ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଜାଣିବାକୁ ପାଇଥିଲେ ପ୍ରେମୀ ଯୁଗଳ କେଉଁଠି ରହୁଛନ୍ତି । ତେଣୁ ଝିଅର ବାପା ତୁରନ୍ତ ଯାଇ ଉଭୟଙ୍କୁ ମାର୍ଚ୍ଚ ୩୧ ତାରିଖରେ ଆଣି ପହଞ୍ଚିଥିଲେ କଟକରେ । କଟକର ଏକ ମନ୍ଦିରରେ ଉଭୟଙ୍କ ବିବାହ କରିବା ପାଇଁ ସ୍ଥିର କରିଥିଲେ।
ଏପଟେ ପାଦରେ ଅଳତା, ହାତରେ ଚୁଡ଼ି ଶଂଖା ବିନ୍ଧି ମୁଣ୍ଡରେ ଓଢ଼ଣୀ ଦେଇ ବଧୂ ବେଶରେ ସଜେଇ ହୋଇ ବସିଥିଲେ ପ୍ରେମିକା । ଭାବିଥିଲେ ବାପାଙ୍କ ଆଶୀର୍ବାଦ ନେଇ ହୋମ ନିଆଁକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ଜ୍ୟୋତିଙ୍କୁ ସ୍ୱାମୀ ରୂପରେ ପାଇବେ । ହେଲେ କ୍ଷଣକ ମଧ୍ୟରେ ସବୁକିଛି ଓଲଟ ପାଲଟ ହୋଇଗଲା । ବଧୂ ହୋଇ ବେଦୀ ନିକଟରେ ପ୍ରେମିକା ବସିଥିଲେ ସତ କିନ୍ତୁ ପାଣି ପିଇବା ବାହାନା କରି ସେଠାରୁ ଚମ୍ପଟ ମାରିଥିଲେ ପ୍ରେମିକ ଜ୍ୟୋତିରଞ୍ଜନ। ଏଣେ ଅପେକ୍ଷା କରି କରି ବାପ ଝିଅ ଆଉ ପୁରୋହିତ ଶେଷରେ ନିରାଶ ହେଲେ । ପ୍ରେମିକାର ବଧୂ ବନିବା ସ୍ୱପ୍ନ କେଇ ସେକେଣ୍ଡରେ ଭାଙ୍ଗି ଚୁରମାର୍ ହୋଇଗଲା । ଆଉ ଉପାୟଶୂନ୍ୟ ହୋଇଥିବା ବାପା ନିଜ ଦୁଃଖୀ ଝିଅକୁ ନେଇ ମନ୍ଦିରରୁ ଫେରି ଆସିଥିଲେ । ପ୍ରଥମେ ଅଭିଯୋଗ କରିଥିଲେ କଟକର ଲାଲବାଗ ଥାନାରେ । ପରେ ଢେଙ୍କାନାଳ ଜିଲ୍ଲା ବାଲିମୀ ଥାନାରେ ଗତ ଏପ୍ରିଲ ୧ ତାରିଖରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ଥାନା ଅଧିକାରୀ ପ୍ରେମିକ ଜ୍ୟୋତିରଞ୍ଜନ ସାମଲ, ବାପା କିରଣ ସାମଲ,ମା’ଅଞ୍ଜଳି ସାମଲ, ଏବଂ ଅନ୍ୟ ତିନି ଜଣଙ୍କ ନାଁରେ ମାମଲା ରୁଜୁ କରିଛି ।