‘ପୁଅର ପରୀକ୍ଷା ଅଛି, ଜାମିନ୍‌ ଦିଅନ୍ତୁ…’, ବିଆର୍‌ଏସ୍‌ ନେତ୍ରୀ କେ. କବିତାଙ୍କ ଆବେଦନ ଉପରେ ରାୟ ସଂରକ୍ଷିତ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ବିଆରଏସ ନେତ୍ରୀ କେ. କବିତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଉପରେ ଶୁଣାଣି ଶେଷ ହୋଇଛି । କୋର୍ଟ ଏହି ନିଷ୍ପତ୍ତିକୁ ସଂରକ୍ଷିତ ରଖିଛନ୍ତି ।

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ବିଆରଏସ ନେତ୍ରୀ କେ. କବିତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଉପରେ ଶୁଣାଣି ଶେଷ ହୋଇଛି । କୋର୍ଟ ଏହି ନିଷ୍ପତ୍ତିକୁ ସଂରକ୍ଷିତ ରଖିଛନ୍ତି । ସୂଚନା ମୁତାବକ, ରାଉସ୍ ଆଭେନ୍ୟୁ କୋର୍ଟ ଆସନ୍ତା ସୋମବାର ଅର୍ଥାତ୍ ଏପ୍ରିଲ ୮ରେ ନିଜର ନିଷ୍ପତ୍ତି ଶୁଣାଇବେ ।

ମଦ ଦୁର୍ନୀତି ମାମଲାରେ ଅଭିଯୁକ୍ତ କେ. କବିତା ବର୍ତ୍ତମାନ ଇଡି ହେପାଜତରେ ଅଛନ୍ତି । ଆଜି ଦିଲ୍ଲୀ ହାଇକୋର୍ଟରେ କବିତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଉପରେ ଶୁଣାଣି ହୋଇଥିଲା ।

ଏହି ସମୟରେ କବିତାଙ୍କ ତରଫରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଭି କହିଥିଲେ ଯେ ଆଜି ମୁଁ କେବଳ ମଧ୍ୟବର୍ତ୍ତୀକାଳୀନ ଜାମିନ ଉପରେ ଯୁକ୍ତି କରୁଛି । ଗତ ଶୁଣାଣିରେ ତାଙ୍କ ଦ୍ୱାରା ଦିଆଯାଇଥିବା ଯୁକ୍ତିଗୁଡିକୁ ମୁଖ୍ୟ ଜାମିନ ଆବେଦନରେ ବ୍ୟବହାର କରାଯାଉ ।

ସିଂଭି କହିଥିଲେ କି, କବିତାଙ୍କର ଜଣେ ସନ୍ତାନ ଅଛି । ତାଙ୍କର ପରୀକ୍ଷା ଏପ୍ରିଲରେ ହେବାକୁ ଯାଉଛି । ଏମିତି ନୁହେଁ ଯେ ପିଲା କୋଳରେ ଅଛି କିମ୍ବା ଛୋଟ ଅଛି । ତାଙ୍କର ବୟସ ୧୬ ବର୍ଷ । ମା’ର ନୈତିକ ଏବଂ ଭାବନାତ୍ମକ ସମର୍ଥନ ଜରୁରୀ । ମା’ର ସମର୍ଥନ ବାପା କିମ୍ବା ଭଉଣୀ ପୂରଣ କରିପାରିବେ ନାହିଁ । ଜଣେ ମା’ର ଭାବନାତ୍ମକ ସମର୍ଥନକୁ ଜଣେ ମାଉସୀ ଦ୍ୱାରା ମଧ୍ୟ ପୂରଣ ହୋଇପାରିବ ନାହିଁ ।

କହି ରଖୁଛୁ, ଭାରତ ରାଷ୍ଟ୍ର ସମିତି ନେତ୍ରୀ କବିତାଙ୍କୁ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.