ମେଡିକାଲରୁ ନବଜାତ ଶିଶୁ ଚୋରି, ଜୀବନ ହାରିବାକୁ ଚେତାବନୀ ଦେଲେ ପରିବାର ଲୋକେ

ବଡ ଡାକ୍ତରଖାନାରେ ବଡ଼ ଅବହେଳା । ମେଡିକାଲ ବେଡରୁ ୭ ଦିନର ଶିଶୁପୁତ୍ର ଚୋରି । ଚୋରି ହୋଇଥିବା ଶିଶୁପୁତ୍ରର ପରିବାର ପକ୍ଷରୁ ମେଡିକାଲ ଫାଣ୍ଡି ଆଗରେ ପାଟିତୁଣ୍ଡ । ଶିଶୁପୁତ୍ରକୁ ଫେରାଇବା ପାଇଁ ପରିବାର ପକ୍ଷରୁ ମେଡିକାଲ କର୍ତ୍ତୁପକ୍ଷଙ୍କୁ ୨୪ ଘଣ୍ଟାର ମହଲତ । ଶିଶୁ ପୁତ୍ର ନ ମିଳିଲେ ଆତ୍ମାହୁତି ଦେବାକୁ ପରିବାର ଲୋକଙ୍କ ଚେତାବନୀ ।

ବାଲେଶ୍ଵର : ବଡ ଡାକ୍ତରଖାନାରେ ବଡ଼ ଅବହେଳା । ମେଡିକାଲ ବେଡରୁ ୭ ଦିନର ଶିଶୁପୁତ୍ର ଚୋରି । ଚୋରି ହୋଇଥିବା ଶିଶୁପୁତ୍ରର ପରିବାର ପକ୍ଷରୁ ମେଡିକାଲ ଫାଣ୍ଡି ଆଗରେ ପାଟିତୁଣ୍ଡ । ଶିଶୁପୁତ୍ରକୁ ଫେରାଇବା ପାଇଁ ପରିବାର ପକ୍ଷରୁ ମେଡିକାଲ କର୍ତ୍ତୁପକ୍ଷଙ୍କୁ ୨୪ ଘଣ୍ଟାର ମହଲତ । ଶିଶୁ ପୁତ୍ର ନ ମିଳିଲେ ଜୀବନ ହାରିବାକୁ ପରିବାର ଲୋକଙ୍କ ଚେତାବନୀ ।

ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବେଡରୁ ୭ ଦିନର ଶିଶୁ ଚୋରି ଅଭିଯୋଗ ହୋଇଛି । ଏହାକୁ ନେଇ ମେଡିକାଲ ଫାଣ୍ଡି ଆଗରେ ପାଟିତୁଣ୍ଡ ଦେଖାଦେଇଛି । ଶିଶୁପୁତ୍ରକୁ ଫେରାଇବା ପାଇଁ ପରିବାର ପକ୍ଷରୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି । ଶିଶୁ ପୁତ୍ର ନ ମିଳିଲେ ଜୀବନ ହାରିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି ।

ଅଭିଯୋଗ ଅନୁସାରେ, ଗତ ମାର୍ଚ୍ଚ ୨୮ରେ ଭୋଗରାଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବାଲିଆପାଳ ବ୍ଲକ ଆଠ ବାଟିଆ ଗାଁର ସୁଶାନ୍ତ ବାରିକଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ନବଜାତ ଶିଶୁ ପୁତ୍ର ଜଣ୍ଡିସରେ ଆକ୍ରାନ୍ତ ହେବା ପରେ ପରିବାର ପକ୍ଷରୁ ଅଧିକ ଚିକିତ୍ସା ପାଇଁ ଗତ ୨ ତାରିଖରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ଚାଲିଥିବା ବେଳେ ଶିଶୁର ମାଆ ଓ ବାପା ମେଡିକାଲ ବାହାରକୁ ଆସିବା ପରେ ଶିଶୁଟି ବେଡ୍ ରେ ନଥିବା ଅଭିଯୋଗ ହୋଇଛି। ଏନେଇ ପରିବାର ଲୋକଙ୍କୁ ମେଡିକାଲ ନର୍ସ କିମ୍ବା ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷ କୌଣଷି ସନ୍ତୋଷ ଜନକ ଉତ୍ତର ଦେଇନଥିଲେ । ଫଳରେ ଏହାକୁ ନେଇ ପରିବାର ପକ୍ଷରୁ ମେଡିକାଲ ଫାଣ୍ଡି ଆଗରେ ପାଟିତୁଣ୍ଡ ଦେଖିବାକୁ ମିଳିଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଟି ଡି ଏସ ପି ଗାୟତ୍ରୀ ପ୍ରଧାନ ପହଁଚି ତଦନ୍ତ କରୁଥିବା ବେଳେ ନବଜାତ ଶିଶୁ ପୁତ୍ରର କୌଣସି ସନ୍ଧାନ ଏଯାଏଁ ମିଳିପାରି ନାହିଁ। ଅନ୍ୟପଟରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ର ଛୁଆ ଚୋରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.