ରାଜ୍ୟ

ମହିଳାଙ୍କ ବେକରେ ସୁନା ଚେନ୍‌ ଲୁଟ୍‌, ସିସିଟିଭି ଫୁଟେଜରେ ରେକର୍ଡ ହେଲା ଦୃଶ୍ୟ

ରାଉରକେଲା (କେନ୍ୟୁଜ): ଆପଣ ବେକରେ ସୁନା ଚେନ୍‌ ପକାଇ ବାହାରକୁ ଯାଉଛନ୍ତି କି ? ଯଦି ଏଭଳି କିଛି କରୁଛନ୍ତି ତେବେ ସାବଧାନ ରୁହନ୍ତୁ । କାହିଁକି ନା ଘର ବାହାରେ ବୁଲୁଛନ୍ତି ଲୁଟେରା । ସୁଯୋଗ ପାଇଲେ ଏ ଲୁଟେରାମାନେ ଆପଣଙ୍କ ସୁନା ଚେନ୍‌ ଲୁଟି ନେଇ ଫେରାର ମାରିବେ । ଅସାବଧାନତା ଯୋଗୁଁ ସୁନା ଚେନ୍‌ ଲୁଟି ନେଇ ଫେରାର ମାରିଛି ଲୁଟେରା । ରାତି ପ୍ରାୟ ଆଠଟା ସମୟ ହୋଇଥାଏ ରାଉରକେଲାର ଛେଣ୍ଡ କଲୋନୀ କ୍ୱାର୍ଟର ନମ୍ବର ଏମ୍ -୮୬ ନିକଟରେ କିଛି ମହିଳା ରାସ୍ତାରେ ଛିଡ଼ା ହୋଇ ଗପସପ କରୁଥିଲେ। ଠିକ୍‌ ଏହି ସମୟରେ ଅନ୍ୟ ଜଣେ ପଡୋଶୀ ମହିଳା ରାସ୍ତାରେ ଚାଲି ଚାଲି ସେମାନଙ୍କ ନିକଟକୁ ଆସି ଗପିବା ଆରମ୍ଭ କରିଥିଲେ । ଅନ୍ୟପଟେ ଦୁଇ ଜଣ ଲୁଟେରା ଉକ୍ତ ରାସ୍ତାରେ ଏପଟ ସେପଟ ହେଉଥିଲେ । ସେମାନଙ୍କ ନଜରରେ ପଡ଼ିଥିଲା ମହିଳାଙ୍କ ସୁନା ଲକେଟ୍ ଲଗା ଚେନ ଉପରେ।

ସୁଚିନ୍ତିତ ଉପାୟରେ ମହିଳାମାନଙ୍କ ଗପସପକୁ ଲକ୍ଷ୍ୟ ରଖି ଲୁଟେରା ଦୁଇଜଣ ସେହି ରାସ୍ତାରେ ଦୁଇ ଥର ଯିବା ଆସିବା କରିଥିଲେ । କିନ୍ତୁ ମହିଳାମାନେ ଗପସପରେ ଏତେ ମଜ୍ଜି ଯାଇଥିଲେ ଯେ ଅଜଣା ବ୍ୟକ୍ତି ଟି କାହିଁକି ଏମିତି ବାରମ୍ବାର ଯାଉଛି ବୋଲି କେହି ନଜର ଦେଇନଥିଲେ । ଅନ୍ୟ ଜଣେ ବାଇକ୍ ଧରି ଆସି ଅଳ୍ପ ଦୂରରେ ରହିବା ପରେ ଲୁଟେରା ଜଣକ ଆରାମରେ ମହିଳାଙ୍କ ବେକରୁ ସୁନା ଚେନ ଲୁଟି ନେଇ ବାଇକରେ ବସି ଫେରାର ମାରିଥିଲା। ଲୁଟେରାର ଲୁଟ୍ କରିବାର ସମସ୍ତ କାରନାମା ନିକଟସ୍ଥ ଘରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି । ଲୁଟ ମାମଲା ସମ୍ପର୍କରେ ଛେଣ୍ଡ ଥାନାରେ ଜଣାଇବା ପରେ ସିସିଟିଭି ଫୁଟେଜକୁ ଆଧାର କରି ଲୁଟେରାକୁ ଚିହ୍ନଟ ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ।

ଯଦି ଆପଣ ସୁନା ଚେନ୍‌ ପିନ୍ଧୁଛନ୍ତି ତେବେ ସାବଧାନ ରୁହନ୍ତୁ । କାରଣ ଗଳି କନ୍ଦିରେ ବି ଲୁଟେରାମାନେ ଲୁଟ କରିବା ଉଦ୍ଦେଶ୍ୟରେ ବୁଲୁଛନ୍ତି । କେତେବେଳେ ଯେ ଆପଣଙ୍କୁ ଟାର୍ଗେଟ କରି ଆପଣଙ୍କ ଠାରୁ ଆପଣଙ୍କ ଦାମୀ ସୁନା ଗହଣା ଲୁଟିନେବେ ତାହା କହି ହେବନି । ଯଦିଓ ଆପଣ ସୁନା ଜିନିଷ ପିନ୍ଧୁଛନ୍ତି ଏହାକୁ ଓଢ଼ଣୀ ସାହାଯ୍ୟରେ ଘୋଡ଼ାଇ ରଖିବାକୁ ଚେଷ୍ଟା କରନ୍ତୁ । ଏଭଳି କରିବା ଦ୍ୱାରା ସୁନା ଜିନିଷ ଚୋରଙ୍କ ନଜରରେ ଏତେ ସହଜରେ ପଡ଼ିବନି ଏବଂ ଆପଣଙ୍କ ଜିନିଷ ସୁରକ୍ଷିତ ରହିବ ।

 

Subhalaxmi Das

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago