Categories: ରାଜ୍ୟ

ସାବାସ୍ ଜିଲ୍ଲାପାଳ, ଗ୍ରାଉଣ୍ଡ ଜିରୋକୁ ଯାଇ ବୁଝୁଛନ୍ତି ସମସ୍ୟା

ଭୁବନେଶ୍ବର (କେନ୍ୟୁଜ୍) : ଲୋକଙ୍କ ନିକଟତର ହେଉଛି ପ୍ରଶାସନ । ଜନସାଧାରଣଙ୍କ ନିକଟରେ ପହଞ୍ଚୁଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ । କିଭଳି ଲୋକମାନେ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପାଇପାରିବେ ତା ଉପରେ ଦିଆଯାଉଛି ସର୍ବାଧିକ ଗୁରୁତ୍ୱ । ତିନି ଜିଲ୍ଲାର ଜିଲ୍ଲାପାଳଙ୍କ ଏଭଳି କିଛି ଚର୍ଚ୍ଚିତ ଘଟଣା ଏବେ ସାମ୍ନାକୁ ଆସିଛି । ଯାହା ରାଜ୍ୟ ସରାକରଙ୍କ କାର‌୍ୟ୍ୟଶୈଳୀର ପରିଚୟ ଦେଉଛି ।
ପରିବେଶକୁ ସ୍ୱଚ୍ଛ ରଖିବାକୁ ଜିଲ୍ଲାପାଳଙ୍କ ପ୍ରୟାସ । ପର‌୍ୟ୍ୟଟନ ସହର ପୁରୀକୁ ସଫା ରଖିବାକୁ ମୋ ବିଚ୍ କାର‌୍ୟ୍ୟକ୍ରମରେ ଯୋଡ଼ି ହୋଇଛନ୍ତି ଜିଲ୍ଲାପାଳ ବଲୱନ୍ତ ସିଂହ । ତାଙ୍କ ସହ ସାମିଲ ହୋଇଛନ୍ତି ବିଭିନ୍ନ ବର୍ଗର ଜନସାଧାରଣ ଓ ଅନୁଷ୍ଠାନ । ବେଳାଭୂମୀର ବିଭିନ୍ନ ସ୍ଥାନରୁ ବର୍ଜ୍ୟବସ୍ତୁ ସଂଗ୍ରହ କରି ପରିମଳ ବ୍ୟବସ୍ଥାକୁ ସୁଧାରିବାକୁ ଉଦ୍ୟମ ଚାଳାଇଛନ୍ତି । ଏଭଳି ମହତ କାର‌୍ୟ୍ୟରେ ନିଜକୁ ସାମିଲ କରିଥିଲେ ମହାରାଷ୍ଟ୍ରର ଜଣେ ୮୫ ବର୍ଷୀୟ ବୃଦ୍ଧ । ଏଥିପାଇଁ ଜିଲ୍ଲାପାଳ ତାଙ୍କୁ ସମ୍ବୋର୍ଦ୍ଧିତ ମଧ୍ୟ କରିଛନ୍ତି ।

ଏମିତି ଆଉ ଜଣେ ପ୍ରଶାସକଙ୍କ ଚର୍ଚ୍ଚିତ ଖବର ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ାରେ । ଜିଲ୍ଲାପାଳ ସମର୍ଥ ବର୍ମା ପାଟକୁରା ଉଚ୍ଚବିଦ୍ୟାଳୟରେ ପହଞ୍ଚି ସେଠାକାର ପରିସ୍ଥିତି ବୁଝିବା ସହ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଗଣିତ ପଢ଼ାଇଛନ୍ତି । କେବଳ ସେତିକି ନୁହେଁ, ପିଲାଙ୍କୁ ପ୍ରଶ୍ନ ପଚାରିବା ସହ ସଠିକ୍ ଉତ୍ତର ଦେଇଥିବା ଦୁଇ ଜଣଙ୍କୁ ଦୁଇଟି ପେନ୍ ପୁରସ୍କାର ଦେଇଥିଲେ ।

ସେପଟେ ଗଞ୍ଜାମ ଜିଲ୍ଲାପାଳଙ୍କ ଆଉ ଏକ ଘଟଣା ଚର୍ଚ୍ଚାକୁ ଆସିଛି । ଧାନ ବିଲରେ ଚାଷ କରିବାର ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରିଛି । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କାଦୁଅରେ ପଶି ଚାଷୀଙ୍କ ସହ ଧାନ ରୋଇବା ଚାଷୀଙ୍କୁ ଉତ୍ସାହିତ କରିଛି । ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ମଥୁରା ପଞ୍ଚାୟତ ଭରସା ଗାଁରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଜାତୀୟ ଖାଦ୍ୟ ନିରାପତ୍ତା ମିଶନରେ ପ୍ରାୟ ୫୦ ଏକ ଜମିରେ ଧାନ ଚାଷୀଙ୍କୁ ଧାଡ଼ି ପ୍ରଣାଳୀରେ ଚାଷ କରିବାକୁ ସହାୟାତା ଯୋଗାଇ ଦିଆଯାଉଛି। ଏହାର ଅନୁଧ୍ୟାନ କରିବାକୁ ଗାଁକୁ ଯାଇଥିଲେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ। ସେଠି ଚାଷୀମାନଙ୍କ ସହ ମିଶନ ସମ୍ପର୍କରେ ଆଲୋଚନା କରିଥିଲେ। ନିଜେ ଧାନ ରୋଇବାକୁ ଆଗ୍ରହ ପ୍ରକାଶ କରିଥିଲେ। ନିଜେ କିଛି ତଳି ବିଡା ଧରି କାଦୁଅ ଜମିରେ ପଶି ଗୋଟି ଗୋଟି କରି ତଳି ଲଗାଇଥିଲେ। ଯାହା ସେଠାରେ ଉପସ୍ଥିତ ଚାଷୀଙ୍କୁ ହତଚକିତ କରିଥିଲା।

 

Pritiparna

Recent Posts

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

21 seconds ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

4 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

7 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

13 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

25 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

31 mins ago