ସାବାସ୍ ଜିଲ୍ଲାପାଳ, ଗ୍ରାଉଣ୍ଡ ଜିରୋକୁ ଯାଇ ବୁଝୁଛନ୍ତି ସମସ୍ୟା

ଭୁବନେଶ୍ବର (କେନ୍ୟୁଜ୍) : ଲୋକଙ୍କ ନିକଟତର ହେଉଛି ପ୍ରଶାସନ । ଜନସାଧାରଣଙ୍କ ନିକଟରେ ପହଞ୍ଚୁଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ । କିଭଳି ଲୋକମାନେ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପାଇପାରିବେ ତା ଉପରେ ଦିଆଯାଉଛି ସର୍ବାଧିକ ଗୁରୁତ୍ୱ । ତିନି ଜିଲ୍ଲାର ଜିଲ୍ଲାପାଳଙ୍କ ଏଭଳି କିଛି ଚର୍ଚ୍ଚିତ ଘଟଣା ଏବେ ସାମ୍ନାକୁ ଆସିଛି । ଯାହା ରାଜ୍ୟ ସରାକରଙ୍କ କାର‌୍ୟ୍ୟଶୈଳୀର ପରିଚୟ ଦେଉଛି ।
ପରିବେଶକୁ ସ୍ୱଚ୍ଛ ରଖିବାକୁ ଜିଲ୍ଲାପାଳଙ୍କ ପ୍ରୟାସ । ପର‌୍ୟ୍ୟଟନ ସହର ପୁରୀକୁ ସଫା ରଖିବାକୁ ମୋ ବିଚ୍ କାର‌୍ୟ୍ୟକ୍ରମରେ ଯୋଡ଼ି ହୋଇଛନ୍ତି ଜିଲ୍ଲାପାଳ ବଲୱନ୍ତ ସିଂହ । ତାଙ୍କ ସହ ସାମିଲ ହୋଇଛନ୍ତି ବିଭିନ୍ନ ବର୍ଗର ଜନସାଧାରଣ ଓ ଅନୁଷ୍ଠାନ । ବେଳାଭୂମୀର ବିଭିନ୍ନ ସ୍ଥାନରୁ ବର୍ଜ୍ୟବସ୍ତୁ ସଂଗ୍ରହ କରି ପରିମଳ ବ୍ୟବସ୍ଥାକୁ ସୁଧାରିବାକୁ ଉଦ୍ୟମ ଚାଳାଇଛନ୍ତି । ଏଭଳି ମହତ କାର‌୍ୟ୍ୟରେ ନିଜକୁ ସାମିଲ କରିଥିଲେ ମହାରାଷ୍ଟ୍ରର ଜଣେ ୮୫ ବର୍ଷୀୟ ବୃଦ୍ଧ । ଏଥିପାଇଁ ଜିଲ୍ଲାପାଳ ତାଙ୍କୁ ସମ୍ବୋର୍ଦ୍ଧିତ ମଧ୍ୟ କରିଛନ୍ତି ।

ଏମିତି ଆଉ ଜଣେ ପ୍ରଶାସକଙ୍କ ଚର୍ଚ୍ଚିତ ଖବର ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ାରେ । ଜିଲ୍ଲାପାଳ ସମର୍ଥ ବର୍ମା ପାଟକୁରା ଉଚ୍ଚବିଦ୍ୟାଳୟରେ ପହଞ୍ଚି ସେଠାକାର ପରିସ୍ଥିତି ବୁଝିବା ସହ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଗଣିତ ପଢ଼ାଇଛନ୍ତି । କେବଳ ସେତିକି ନୁହେଁ, ପିଲାଙ୍କୁ ପ୍ରଶ୍ନ ପଚାରିବା ସହ ସଠିକ୍ ଉତ୍ତର ଦେଇଥିବା ଦୁଇ ଜଣଙ୍କୁ ଦୁଇଟି ପେନ୍ ପୁରସ୍କାର ଦେଇଥିଲେ ।

colllecteସେପଟେ ଗଞ୍ଜାମ ଜିଲ୍ଲାପାଳଙ୍କ ଆଉ ଏକ ଘଟଣା ଚର୍ଚ୍ଚାକୁ ଆସିଛି । ଧାନ ବିଲରେ ଚାଷ କରିବାର ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରିଛି । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କାଦୁଅରେ ପଶି ଚାଷୀଙ୍କ ସହ ଧାନ ରୋଇବା ଚାଷୀଙ୍କୁ ଉତ୍ସାହିତ କରିଛି । ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ମଥୁରା ପଞ୍ଚାୟତ ଭରସା ଗାଁରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଜାତୀୟ ଖାଦ୍ୟ ନିରାପତ୍ତା ମିଶନରେ ପ୍ରାୟ ୫୦ ଏକ ଜମିରେ ଧାନ ଚାଷୀଙ୍କୁ ଧାଡ଼ି ପ୍ରଣାଳୀରେ ଚାଷ କରିବାକୁ ସହାୟାତା ଯୋଗାଇ ଦିଆଯାଉଛି। ଏହାର ଅନୁଧ୍ୟାନ କରିବାକୁ ଗାଁକୁ ଯାଇଥିଲେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ। ସେଠି ଚାଷୀମାନଙ୍କ ସହ ମିଶନ ସମ୍ପର୍କରେ ଆଲୋଚନା କରିଥିଲେ। ନିଜେ ଧାନ ରୋଇବାକୁ ଆଗ୍ରହ ପ୍ରକାଶ କରିଥିଲେ। ନିଜେ କିଛି ତଳି ବିଡା ଧରି କାଦୁଅ ଜମିରେ ପଶି ଗୋଟି ଗୋଟି କରି ତଳି ଲଗାଇଥିଲେ। ଯାହା ସେଠାରେ ଉପସ୍ଥିତ ଚାଷୀଙ୍କୁ ହତଚକିତ କରିଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.