Below header

ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ହ୍ରାସ ପ୍ରସଙ୍ଗରେ ମୁଲତବୀ ନୋଟିସ୍, ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ଆଲୋଚନା

ଭୁବନେଶ୍ବର (କେନ୍ୟୁଜ୍) : ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ହ୍ରାସ ଯୋଗୁ ସରକାରୀ ମହାବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀମାନଙ୍କର ଆଗ୍ରହ ନାହି । ଏ ପ୍ରସଙ୍ଗରେ ବିରୋଧୀ ବିଜେପି ପକ୍ଷରୁ ମୁଲତବୀ ନୋଟିସ ଅଣାଯାଇଥିଲା। ଆଲୋଚନାରେ ଭାଗ ନେଇ ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି, ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଦେଶର ଶ୍ରେଷ୍ଠ ୧୦ ବିଶ୍ୱବିଦ୍ୟାଳୟ ଭିତରେ ସ୍ଥାନ ପାଉଥିଲା । ହେଲେ ଏବେ ରାଜ୍ୟର କୌଣସି ବିଶ୍ୱବିଦ୍ୟାଳୟ ବେଷ୍ଟ ୧୦୦ ଭିତରେ ବି ଆସୁ ନାହାନ୍ତି। ଏଥିପ୍ରତି ଧ୍ୟାନ ଦିଆଯାଉନାହିଁ । ସେପଟେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ମୋଟ୍ ୫୨ଟି ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ରହିଛି। ଗତ ୩ ବର୍ଷରେ ଛାତ୍ରଛାତ୍ରୀଙ୍କର ନାମଲେଖା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଖାଲି ପଡ଼ିଥିବା କଲେଜ ଅଧ୍ୟକ୍ଷ ଓ ପ୍ରାଧ୍ୟାପକ ପଦବୀ ପୂରଣ ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ଏପରିକି ରାଜ୍ୟ ସରକାର ଖୁବଶୀଘ୍ର ମୋ କଲେଜ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ମୁଲତବୀ ଆଲୋଚନା ବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.