Below header

ଭଦ୍ରକ: ଧାନ ଦେଇ ଟଙ୍କା ପାଇନାହାଁନ୍ତି ଚାଷୀ, ପ୍ରତିବାଦରେ ରାସ୍ତାରୋକ

ମଣ୍ଡିରେ ଧାନ ଦେଇଛନ୍ତି ହେଲେ ଟଙ୍କା ପାଇନାହାଁନ୍ତି ଚାଷୀ । ଦୀର୍ଘ ୭ ମାସ ହେଲା ଭଦ୍ରକ ଜିଲ୍ଲା ସୁନ୍ଦରପୁର ସେବା ସମବାୟ ସମିତି ମଣ୍ଡିରେ ୩୦ ଜଣ ଚାଷୀ ଧାନ ଦେଇଥିଲେ । ହେଲେ ଏପର୍ଯ୍ୟନ୍ତ ସେମାନଙ୍କୁ ମିଳିନି ଟଙ୍କା । ପ୍ରତିବାଦରେ ବହୁ ଚାଷୀ ରାସ୍ତାକୁ ଓହ୍ଲାଇଛନ୍ତି । ଟାୟର ଜାଳି ଭଦ୍ରକ-ଆରଡି ମୁଖ୍ୟ ରାସ୍ତାର ସୁନ୍ଦରପୁର ଛକରେ ରାସ୍ତାରୋକ କରିଛନ୍ତି । ଫଳରେ ଆରଡ଼ି ଆଖଣ୍ଡଳମଣୀ ପୀଠକୁ ଆସୁଥିବା ବସ୍‌ ବହୁ ସମୟ ଧରି ଅଟକି ରହିଥିଲା । ସରକାର ତୁରନ୍ତ ଚାଷୀଙ୍କୁ ତାଙ୍କ ପ୍ରାପ୍ୟ ଅର୍ଥକୁ ଦେବାକୁ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.