ରାଜ୍ୟ

ଦୀର୍ଘ ୬୦ ବର୍ଷ ପରେ ଗାଁକୁ ଫେରିଲେ ଗୋବର୍ଦ୍ଧନ, ଗାଁରେ ଖୁସିର ମାହୋଲ

ମୋହନା(କେନ୍ୟୁଜ୍):  ଦୀର୍ଘ ୬୦ ବର୍ଷ ପରେ ଗାଁକୁ ଫେରିଛନ୍ତି ୭୨ ବର୍ଷୀୟ ବୃଦ୍ଧ ଗୋବର୍ଦ୍ଧନ ଲାହରା । ୧୨ ବର୍ଷ ବୟସରେ ଗାଁ ଛାଡ଼ି ଦାଦନ ଖଟିବାକୁ ଚାଲିଯାଇଥିଲେ । ଆଜି ଗାଁକୁ ଫେରିବା ପରେ ଗାଁ ରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ଗଜପତି ଜିଲ୍ଲା ମୋହନା ବ୍ଲକ ଲୁହାଗୁଡ଼ି ହରିଜନ ସାହିର ଗୋବର୍ଦ୍ଧନ ଲହରା । ପ୍ରାୟ ୬୦ ବର୍ଷ ପୂର୍ବରୁ ଗୋବର୍ଦ୍ଧନ ଲହରାଙ୍କୁ ବ୍ରହ୍ମପୁର ର ଏକ ଠିକାଦାର ମଧ୍ୟପ୍ରଦେଶ ରାଜ୍ୟ ର ହୁରସିଂଗାବାଦ୍ ଜିଲ୍ଲା ବାଣାପୁର ନେଇଯାଇଥିଲା । ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜା ଖୋଜି ପରେ ଦୀର୍ଘ ବର୍ଷ କୌଣସି ସନ୍ଧାନ ନ ପାଇ ତାର ମୃତ୍ୟୁ ଘଟିଛି ବୋଲି ଭାବିଥିଲେ ।

ସେପଟେ ଗୋବର୍ଦ୍ଧନ ବାଣାପୁରରେ ପହଁଚିବା ପରେ ସେଠାରେ କାମ କରିଥିଲେ, ହେଲେ କମ ମଜୁରୀ ମିଳିବାରୁ କାମ ଛାଡି ବିନା ଟିକେଟରେ ଟ୍ରେନରେ ଚଢ଼ି ଗାଁକୁ ଫେରି ଆସୁଥିଲେ । ଅଧା ରାସ୍ତାରେ ଟିଟିଆଇ ତାଙ୍କୁ ଧରି ନାଗପୁର ଷ୍ଟେସନରେ ଓହ୍ଲାଇ ଦେଇଥିଲେ । ୧୫ ଦିନ ଷ୍ଟେସନରେ ପଡ଼ି ରହିବା ପରେ କିଛି ଲୋକ ତାଙ୍କୁ ପାଗଳ ବୋଲି ଭାବି ପାଗଳ ଖାନାରେ ଭର୍ତି କରି ଦେଇଥିଲେ । କିନ୍ତୁ ସେ ପାଗଳ ନୁହେଁ ବୋଲି ଜାଣିବା ପରେ ସେଠାରୁ କାଢ଼ି ତାଙ୍କୁ ଏକ ହୋଟେଲରେ ଛାଡ଼ି ଦେଇଥିଲେ ।

ସେଠାରେ ସେ କାମ କରି ରହି ଗଲେ, ଆଉ ଘରକୁ ଫେରି ନ ଥିଲେ । ଦୀର୍ଘ ୬୦ ବର୍ଷ ପରେ ତାଙ୍କର ପରିବାର ଲୋକଙ୍କୁ ମନେ ପକାଇ ସେ ଗାଁକୁ ଫେରିଛନ୍ତି। ଫେରିବା ସମୟରେ ସେ ତାଙ୍କ ପତ୍ନୀ, ଦୁଇ ଝିଅ, ଜ୍ବାଇଁ ଓ ଦୁଇ ନାତିଙ୍କୁ ସାଙ୍ଗରେ ନେଇ ଫେରିଛନ୍ତି । ଗାଁ ଲୋକେ ତାଙ୍କୁ ବନ୍ଦାପନା କରି ପାଦ ଧୋଇ ଫୁଲମାଳ ଦେଇ ସ୍ବାଗତ କରିଥିଲେ । ବହୁ ବର୍ଷ ପରେ ଗୋବର୍ଦ୍ଧନ ଗାଁକୁ ଫେରି ଆସୁଥିବାରୁ ତାଙ୍କୁ ଓ ତାଙ୍କ ପରିବାରକୁ ଦେଖି ତାଙ୍କ ଭଉଣୀଙ୍କ ସମେତ ସମସ୍ତ ପରିବାର ବର୍ଗ ଓ ଗ୍ରାମବାସୀ ବେଶ ଖୁସି ଅନୁଭବ କରିଛନ୍ତି ।

KNews Bureau

Recent Posts

ଆଜିର ରାଶିଫଳ: କାର୍ଯ୍ୟକ୍ଷେତ୍ରରେ ଅଗ୍ରଗତି ହେବ, ବ୍ୟବସାୟ ବିସ୍ତାର ହେବ

ମେଷ: ଆସନ୍ତାକାଲି ଏକ ଭଲ ଦିନ ହେବ । ସ୍ୱାସ୍ଥ୍ୟ ଭଲ ରହିବ । କୌଣସି ଶାରୀରିକ ଯନ୍ତ୍ରଣା ହେବ…

2 hours ago

ତୁଳସୀ ପାହାଡରେ ବିଏସଏଫ ଜବାନଙ୍କୁ ବଡ଼ ସଫଳତା, ମାଓ ଡ଼ମ୍ପିଙ୍ଗ ଠାବ

ମାଲକାନଗିରି : ମାଲକାନଗିରି ଜିଲ୍ଲା ତୁଳସୀ ପାହାଡରେ BSF ଜବାନଙ୍କୁ ମିଳିଛି ବଡ଼ ସଫଳତା । ସୁରକ୍ଷାକର୍ମୀଙ୍କ କୁମ୍ବିଙ୍ଗ ଅପରେସନ…

2 hours ago

ପୋଖରୀରେ ବୁଡି ବୃଦ୍ଧ ମୃତ, ଗାଧୋଉଥିବା ସମୟରେ ପାଣିରେ ବୁଡି ଗଲେ

ଆନନ୍ଦପୁର : ପୋଖରୀରେ ବୁଡି ବୃଦ୍ଧ ମୃତ । ରାମଚନ୍ଦ୍ରପୁର ଥାନା ନର୍ଦା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଘଟଣ…

3 hours ago

ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି

ଜଳେଶ୍ୱର : ଅଧା ବଗି ଛାଡ଼ି ଦୁଇ କିଲୋମିଟର ଚାଲିଗଲା ମାଲଗାଡ଼ି । ଦକ୍ଷିଣ-ପୂର୍ବ ରେଳ ପଥର ବାଲେଶ୍ବର ଜିଲ୍ଲା…

3 hours ago

ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଟିମ ବିଜେପି ଭେଟିଲେ ରାଜ୍ୟପାଳଙ୍କୁ, ସରକାର ଗଠନ ଦାବି କଲେ

କେନ୍ୟୁଜ (ବ୍ୟୁରୋ) : ଓଡ଼ିଶାରେ ସରକାର ଗଠନ କରିବାକୁ ବିଜେପି ରାଜ୍ୟପାଳଙ୍କ ନିକଟରେ ଦାବି କରିଛି । ଆଜି ରାଜ୍ୟ…

4 hours ago

ଗରମ ସହି ନପାରି ପୋଖରୀକୁ ଗାଧୋଇବାକୁ ଯାଇଥିଲେ, ଚାଲିଗଲା ବୃଦ୍ଧଙ୍କ ଜୀବନ

ଆନନ୍ଦପୁର(କେନ୍ୟୁଜ୍‌): ଅସହ୍ୟ କଲା ଗରମ ଗୁଳୁଗୁଳି । ପୋଖରୀକୁ ଗାଧୋଇବାକୁ ଯାଇଥିଲେ ବୃଦ୍ଧ । ଗୋଡ଼ ଖସିଗଲା ପାଣିରେ ବୁଡି…

5 hours ago