ରାଜ୍ୟ

ସରକାରୀ କର୍ମଚାରୀଙ୍କ ଦଶହରା ଭେଟି ପେଡି, ଭାଇରାଲ ହେଉଛି ଭିଡିଓ

ଖୋର୍ଦ୍ଧା: ଗଳି ଗଳିର ଦାଦା ମାନଙ୍କୁ ପୋଲିସ କମିଶନରଙ୍କ ସତର୍କବାଣୀ। ଭୁବନେଶ୍ୱର ଓ କଟକକୁ ଦାଦାବଟୀ ମୁକ୍ତ କରାଯିବ। ଯଦି କେହି ଦାଦାବଟି ନେଉଥିବାର ଅଭିଯୋଗ ଆସେ ତେବେ ସେମାନଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ। ଦାଦାବଟି ରୋକିବା ପାଇଁ କମିଶନରେଟ ପୋଲିସ ଦ୍ବାରା ସ୍ବତନ୍ତ୍ର ଆଣ୍ଟି ଏକ୍ସଟରସନ ଟାକ୍ସ ଫୋର୍ସ ଗଠନ କରି ପ୍ରତି ଥାନା ଓ ଡିସିପିଙ୍କ ସ୍ତରରେ ଜନ ସାଧାରଣଙ୍କ ସହିତ ବୈଠକ କରି ଲୋକଙ୍କୁ ଦାଦାବଟି ମାଗୁଥିବା ବ୍ଯକ୍ତିଙ୍କ ବିଷୟରେ ସୂଚନା ଦେବା ପାଇଁ କୁହାଯାଇଛି।

କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ଦାଦା ବଟି କୁ ନା ଅଭିଯାନ ଏବେ କୋକୁଆ ଭୟ ଖେଳାଇ ଦେଇଛି ଗୁଣ୍ଡା ରାଜ୍ କରୁଥିବା ଦାଦାମାନଙ୍କ ଭିତରେ।  କିନ୍ତୁ ଅନ୍ୟପଟେ ସରକାରୀ କର୍ମଚାରୀ ଖୁଲମଖୁଲା ଭାବେ ଦଶହରା ବଟି ଆଦାୟରେ ମାତିଛନ୍ତି। ଆପଣଙ୍କୁ ବିଶ୍ବାସ ହେଉନଥିଲେ ଥରେ ଦେଖନ୍ତୁ ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ। ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଳକ ଜାମୁକୋଳି ପଞ୍ଚାୟତ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ଯ । ପଞ୍ଚାୟତ ସମିତି କର୍ମଚାରୀଙ୍କୁ ଦଶହରା ଭେଟି ଲେଖାଥିବା ଏକ ପେଡି କାର୍ଯ୍ୟାଳୟ ପରିସରରେ ଟେବୁଲ ଉପରେ ଥୁଆହୋଇଛି । ପଞ୍ଚାୟତ ଅଫିସ୍ କୁ ଆସୁଥିବା ଲୋକଙ୍କୁ ପେଡିରେ ଭେଟି ସ୍ବରୂପ ବଟି ଦେବାକୁ ବାଧ୍ୟ କରୁଛନ୍ତି ଏଠାରେ କାର୍ଯ୍ଯକରୁଥିବା କିଛି କର୍ମଚାରୀ ।

ଖାଲି ସେତିକି ନୁହେଁ କହୁଛନ୍ତି ଆମେ ବର୍ଷ ସାରା ତମ କାମ କରୁଛି, ଥରେ ଦଶହରାକୁ ବଟି ନ ଦେଲେ କେମିତି ହେବ ବୋଲି ପଞ୍ଚାୟତ କାର୍ଯ୍ୟାଳୟର କର୍ମଚାରୀ କହୁଥିବାର ଜଣାପଡିଛି । ତେବେ ଏହା କେବଳ ଗୋଟିଏ ପଞ୍ଚାୟତ ଅଫିସ୍ ନୁହଁ ବରଂ ଜଟଣୀ ବ୍ଲକର ସମସ୍ତ କାର୍ଯ୍ୟାଳୟରେ ଏଭଳି ବଟି ନିଆ ଚାଲିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଖୋଦ୍ ସରକାରୀ କର୍ମଚାରୀ ଭେଟି ବାକ୍ସ ରଖି ଟଙ୍କା ଆଦାୟ କରୁଥିବା ବେଳେ , ସରକାରଙ୍କ ବଟି ଆଦାୟକୁ ନା ନିମୟକୁ ନେଇ ଏଠି ଉଠିଛି ପ୍ରଶ୍ନବାଚୀ। ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଲାଗି ସାଧାରଣରେ ଦାବି ହୋଇଛି।

 

Sonalisa

Recent Posts

ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି ।  ପଶ୍ଚିମ ଓଡ଼ିଶାରେ…

7 mins ago

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

7 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

10 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

11 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

11 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

13 hours ago