ରାଜ୍ୟ

ଆଦିମ ଜନଜାତି ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍‌ ସହାୟତା, ପ୍ରତି ପରିବାରକୁ ୫ ହଜାର ଟଙ୍କା ପ୍ରଦାନ

୬୪ ହଜାର ୨୧୪ ଆପଦଗ୍ରସ୍ତ ଆଦିମ ଜନଜାତି ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍‌ ସହାୟତା ଘୋଷଣା। ପ୍ରତି ପରିବାରର ଆକାଉଣ୍ଟରେ ୫ ହଜାର ଟଙ୍କା ଲେଖାଏଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର କୋଭିଡ୍‌ ସହାୟତା ପ୍ରଦାନ କରାଯାଇଛି। କୋଭିଡ୍‌ର ସେକେଣ୍ଡ ୱେଭରେ ଆଦିମ ଜନଜାତିଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ରାଜ୍ୟରେ ୧୬୭୯ଟି ଗାଁରେ ଆପଦଗ୍ରସ୍ତ ଆଦିମ ଜନଜାତି ପରିବାର ରହୁଛନ୍ତି। PVTG ଜନଜାତିଙ୍କ ମଧ୍ୟରୁ ୩୧୪ ଜଣ କୋଭିଡ୍‌ରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ଜଣଙ୍କର ବି ମୃତ୍ୟୁ ହୋଇ ନାହିଁ। ପୂର୍ବରୁ ସେମାନଙ୍କୁ ୨୫ଶହ ଟଙ୍କା ଲେଖାଏଁ ରାସନ କିଟ୍‌ ଏବଂ ୧୪ଶହ ଟଙ୍କା ମଜୁରୀ କ୍ଷତି ଭରଣା ଦିଆଯାଇଥିଲା। ଏହାସହ ଆଜି ୬୦ ହଜାର ଅନୁସୂଚିତ ଜନଜାତି ଓ ଜାତି ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। ଏପ୍ରିଲ-ମେ ଓ ଜୁନ ମାସ ପାଇଁ ଏକକାଳୀନ ପ୍ରାକ୍‌ ମାଟ୍ରିକ ଛାତ୍ରବୃତ୍ତି ଦିଆଯାଇଛି। ଝିଅମାନଙ୍କୁ ୨୪ ଶହ ଟଙ୍କା ଓ ପୁଅମାନଙ୍କୁ ୨୨୫୦ ଟଙ୍କା ଦିଆଯାଇଛି। ମୋଟ ୫ ଲକ୍ଷ ଛାତ୍ରଛାତ୍ରୀ ଏଥିରେ ଉପକୃତ ହେବେ।

WCW 11

Recent Posts

ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ

ଭୁବନେଶ୍ୱର : ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ଆଜି ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ…

35 mins ago

ପଶ୍ଚିମବଙ୍ଗ ଦାର୍ଜିଲିଂ ଟ୍ରେନ ଟ୍ରାଜେଡି : ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ, ମୃତକଙ୍କ ପରିବାର ୨ ଲକ୍ଷ ଟଙ୍କା ସହାୟତା ଘୋଷଣା

ପଶ୍ଚିମବଙ୍ଗ ଦାର୍ଜିଲିଂରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

37 mins ago

‘ଫାଦର୍ସ ଡେ’ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ବିମାନ ଦୁର୍ଘଟଣା, ୨ ମୃତ

ଆମେରିକାରେ ଫାଦର୍ସ ଡେ ରେ ଆୟୋଜିତ ହେଇଥିବା କାର୍ଯ୍ୟକ୍ରମରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ ବିମାନରେ ଥିବା…

1 hour ago

ମା’ ସିଂହାସନୀଙ୍କ ମନ୍ଦିରରେ ପାଳିତ ହେଲା ପ୍ରସିଦ୍ଧ ରଜପର୍ବ, ଛୁଟିଲା ଭକ୍ତଙ୍କ ସୁଅ

ପୋଲସରା(କେନ୍ୟୁଜ): ଅସହ୍ୟ ଗରମରେ ଭକ୍ତମାନେ ଛୁଟି ଆସିଛନ୍ତି ମନ୍ଦିର । ମା’ଙ୍କ ଅପୂର୍ବ ଆଳତି ଦର୍ଶନ କରିବାର ସୌଭାଗ୍ୟ ନେଇଛନ୍ତି…

1 hour ago

ଓ୍ଵାଟର ପାର୍କରେ ସ୍ଲାଇଡିଂ କରିବା ବେଳେ ବ୍ୟାଙ୍କ ମ୍ୟାନେଜରଙ୍କ ମୃତ୍ୟୁ, ହାର୍ଟ ଆଟାକ୍‌ ଆଶଙ୍କା

ଉତ୍ତର ପ୍ରଦେଶର ମେରଠରେ ଥିବା ଏକ ଓ୍ଵାଟର ପାର୍କରେ ଘଟିଛି ବଡ଼ ଦୁର୍ଘଟଣା । ଏଠାରେ ସ୍ଲାଇଡିଂ କରିବା ସମୟରେ…

1 hour ago

୨୭ ଟିକିଆ ହାତୀପଲଙ୍କ ଉତ୍ପାତ, ବନ ବିଭାଗର ମୁଣ୍ଡବିନ୍ଧା

କରଞ୍ଜିଆ : କେନ୍ଦୁଝର ଓ ମୟୂରଭଞ୍ଜରେ ୨୭ ଟିକିଆ ହାତୀପଲଙ୍କ ଉତ୍ପାତ । ଲୋକଙ୍କ ଆଖିରୁ ନିଦ ହଜି ଗଲାଣି…

1 hour ago