ରାଜ୍ୟ

ସ୍ବାସ୍ଥ୍ୟ କେନ୍ଦ୍ରର ବିତ ପରିଚାଳକ ଓ ବ୍ଲକ ଅଧକ୍ଷଙ୍କ ମହାନତା: କରୋନା ସଂକ୍ରମିତଙ୍କ ମୃତ୍ୟୁ ପରେ ସମ୍ପନ୍ନ କଲେ ଶେଷକୃତ୍ୟ

ମାହାଙ୍ଗା: କରୋନା ପଜେଟିଭଙ୍କ ମୃତ୍ୟ ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି ମୃତକଙ୍କ ପୁଅ,ଝିଅ,ବ୍ଲକ ଅଧ୍ୟକ୍ଷ, ମାହାଙ୍ଗା ମେଡିକାଲ ବିତ ପରିଚାଳକ ଓ ସିକ୍ୟୁରିଟି ଗାର୍ଡ l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ l ଶ୍ରୀକୃଷ୍ଣ ପୁର ପଞ୍ଚାୟତ ରାମଚନ୍ଦ୍ର ପୁର ଗ୍ରାମର ୫୬ ବର୍ଷୀୟ ରମେଶ ଚନ୍ଦ୍ର ସାହୁ କରୋନା ପଜେଟିଭ ଚିହ୍ନଟ ହେବା ପରେ ମାହାଙ୍ଗା ମେଡିକାଲରେ ଚିକିତ୍ସିତ ହେଉଥିଲେ।

ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା l ମାତ୍ର ତାଙ୍କର କରୋନା ମୃତ୍ୟୁ କୁ ନେଇ ନିଜ ଆତ୍ମୀୟ ସ୍ୱଜନ, ଭାଇ, ବନ୍ଧୁ ଓ ପଡ଼ୋଶୀ କେହି ଆସିନଥିଲେ l ଯାହାଫଳରେ ତାଙ୍କର ଝିଅ ପୁଅ ସହ ଯୋଗଦେଲେ ବ୍ଲକ ଅଧ୍ୟକ୍ଷ ଶରତ ନାୟକ, ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିତ ପରିଚାଳକ ସନ୍ତୋଷ ଶତପଥୀ, ଦୁଇ ଜଣ ସିକ୍ୟୁରିଟ ଗାର୍ଡ। ଶବକୁ ଆମ୍ବୁଲାନ୍ସ ରେ ନିଜ ଗାଁ ରାମଚନ୍ଦ୍ର ପୁରକୁ ନେଇ ସେଠାରେ ଶେଷକୃତ୍ୟ ସଂପନ୍ନ କରିଥିଲେ ଏମାନେ l ବ୍ଲକ ଅଧ୍ୟକ୍ଷ ଓ ବିତ ପରିଚାଳକଙ୍କ ଏହିଭଳି ମହନୀୟ କାର୍ଯ୍ୟ ପାଇଁ ମାହାଙ୍ଗା ଅଞ୍ଚଳର ବୁଦ୍ଧିଜୀବୀ , ସମାଜସେବୀ କୃତଜ୍ଞତା ଜଣାଇଛନ୍ତି l

Sonalisa

Recent Posts

ମୋହନ ସରକାର ଆସିବା ପରେ ଏବେ ଚର୍ଚ୍ଚାରେ କିଏ ହେବେ ନୂଆ DGP

ଭୁବନେଶ୍ୱର (କେନ୍ୟୁଜ): ମୋହନ ସରକାର ଆସିବା ପରେ ଚର୍ଚ୍ଚା ଏବେ କିଏ ହେବେ ଡିଜିପି । ଏବେ ଅରୁଣ ଷଡଙ୍ଗୀ…

4 mins ago

ପୁଣି ଦେଖା ଗଲାଣି ଅଜଣା ରୋଗର ଆତଙ୍କ, ଚିନ୍ତାରେ ଗାଁ ଲୋକେ

ରାୟଗଡା(କେନ୍ୟୁଜ): ଗାଁ ସାରା ବ୍ୟାପିଯାଇଛି ଅଜଣା ରୋଗ । କେହି କିଛି ବୁଝିବା ପୂର୍ବରୁ ଶୂନ୍ୟ ହୋଇ ଯାଉଛି ମା’ର…

5 mins ago

ଆଜିଠୁ ଇଟାଲୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାର୍ଷିକ ଜି-୭ ଶିଖର ସମ୍ମିଳନୀରେ ନେବେ ଭାଗ

ଆଜିଠୁ ଇଟାଲୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାର୍ଷିକ ଜି-୭ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ଆଜି…

24 mins ago

BSNLର ଜବରଦସ୍ତ ରିଜାର୍ଜ ପ୍ଲାନ, ଲଙ୍ଗ୍‌ ଭାଲିଡିଟି ସହ ମିଳିବ ଅନଲିମିଟେଡ୍ କଲିଂ

ପ୍ରତ୍ୟେକ ୟୁଜର୍ସଙ୍କ ପାଇଁ BSNLର ବିଭିନ୍ନ ପ୍ରକାରର ରିଚାର୍ଜ ପ୍ଲାନ ଅଛି । ଦେଶର ସର୍ବ ପୁରାତନ ତଥା ସରକାରୀ…

27 mins ago

ଶପଥ ଗ୍ରହଣ ମଞ୍ଚରେ ନବୀନଙ୍କ ସହ କଥା ହେଲେ ମୋଦି, ହସି ହସି ମିଳାଇଲେ ହାତ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିସାରିଛନ୍ତି ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସମେତ…

38 mins ago

NEETର ୧,୫୬୩ ଛାତ୍ରଛାତ୍ରୀଙ୍କୁ ମିଳିଥିବା ଗ୍ରେସ୍‌ ମାର୍କ ହେବ ରଦ୍ଦ, ପୁଣିଥରେ ଦେବାକୁ ପଡ଼ିବ ପରୀକ୍ଷା

ମେଡିକାଲ୍ ପ୍ରବେଶିକା ପରୀକ୍ଷା (NEET)ରେ ୧,୫୬୩ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ଗ୍ରେସ୍‌ ମାର୍କ ରଦ୍ଦ ହେବ । କେନ୍ଦ୍ର ଏହି ସୂଚନା…

1 hour ago