ସ୍ବାସ୍ଥ୍ୟ କେନ୍ଦ୍ରର ବିତ ପରିଚାଳକ ଓ ବ୍ଲକ ଅଧକ୍ଷଙ୍କ ମହାନତା: କରୋନା ସଂକ୍ରମିତଙ୍କ ମୃତ୍ୟୁ ପରେ ସମ୍ପନ୍ନ କଲେ ଶେଷକୃତ୍ୟ

ମାହାଙ୍ଗା: କରୋନା ପଜେଟିଭଙ୍କ ମୃତ୍ୟ ପରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି ମୃତକଙ୍କ ପୁଅ,ଝିଅ,ବ୍ଲକ ଅଧ୍ୟକ୍ଷ, ମାହାଙ୍ଗା ମେଡିକାଲ ବିତ ପରିଚାଳକ ଓ ସିକ୍ୟୁରିଟି ଗାର୍ଡ l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ l ଶ୍ରୀକୃଷ୍ଣ ପୁର ପଞ୍ଚାୟତ ରାମଚନ୍ଦ୍ର ପୁର ଗ୍ରାମର ୫୬ ବର୍ଷୀୟ ରମେଶ ଚନ୍ଦ୍ର ସାହୁ କରୋନା ପଜେଟିଭ ଚିହ୍ନଟ ହେବା ପରେ ମାହାଙ୍ଗା ମେଡିକାଲରେ ଚିକିତ୍ସିତ ହେଉଥିଲେ।

ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିଲା l ମାତ୍ର ତାଙ୍କର କରୋନା ମୃତ୍ୟୁ କୁ ନେଇ ନିଜ ଆତ୍ମୀୟ ସ୍ୱଜନ, ଭାଇ, ବନ୍ଧୁ ଓ ପଡ଼ୋଶୀ କେହି ଆସିନଥିଲେ l ଯାହାଫଳରେ ତାଙ୍କର ଝିଅ ପୁଅ ସହ ଯୋଗଦେଲେ ବ୍ଲକ ଅଧ୍ୟକ୍ଷ ଶରତ ନାୟକ, ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିତ ପରିଚାଳକ ସନ୍ତୋଷ ଶତପଥୀ, ଦୁଇ ଜଣ ସିକ୍ୟୁରିଟ ଗାର୍ଡ। ଶବକୁ ଆମ୍ବୁଲାନ୍ସ ରେ ନିଜ ଗାଁ ରାମଚନ୍ଦ୍ର ପୁରକୁ ନେଇ ସେଠାରେ ଶେଷକୃତ୍ୟ ସଂପନ୍ନ କରିଥିଲେ ଏମାନେ l ବ୍ଲକ ଅଧ୍ୟକ୍ଷ ଓ ବିତ ପରିଚାଳକଙ୍କ ଏହିଭଳି ମହନୀୟ କାର୍ଯ୍ୟ ପାଇଁ ମାହାଙ୍ଗା ଅଞ୍ଚଳର ବୁଦ୍ଧିଜୀବୀ , ସମାଜସେବୀ କୃତଜ୍ଞତା ଜଣାଇଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.