ଆଜି ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ: ଆସନ୍ତାକାଲି ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ

ଭୁବନେଶ୍ବର: ଆଜି ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ । ୨ଦିନିଆ ଗସ୍ତରେ ଆସି କଟକ ଓ ଭୁବନେଶ୍ୱରର କାର୍ଯ୍ୟକ୍ରମରେ ଯୋଗ ଦେବେ । ସକାଳ ୧୧ଟା ୨୦ରେ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବେ । ସେଠାରୁ ରାଜଭବନ ଯାଇ ମଧ୍ୟାହ୍ନଭୋଜନ କରିବେ । ଅପରାହ୍ନ ୪ଟା ୪୫ରେ ସଡ଼କପଥରେ କଟକ ଯାଇ ସାରଳା ଭବନରେ ଆୟୋଜିତ ହେବାକୁ ଥିବା ଆଦିକବି ଶାରଳା ଦାସଙ୍କ ୬ଶହ ତମ ଜନ୍ମଜୟନ୍ତୀ ଉତ୍ସବରେ ଯୋଗ ଦେବେ । ସଂଧ୍ୟା ସାଢେ ୬ଟାରେ କଟକରୁ ରାଜଭବନ ପ୍ରତ୍ୟାବର୍ତ୍ତନ କରିବେ ।

ରାଜଭବନରେ ରାତ୍ରିଯାପନ ପରେ ଆସନ୍ତାକାଲି ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ । ଉତ୍କଳ ବିଶ୍ୱବିଦ୍ୟାଳୟରୁ ୫ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ସମ୍ମାନସୂଚକ ଡକ୍ଟରେଟ ଡିଗ୍ରି ପ୍ରଦାନ କରିବା ସହ ୨୦୧୯-୨୦ ଶିକ୍ଷା ବର୍ଷରେ ଛାତ୍ରଛାତ୍ରୀଙ୍କୁ ପିଏଚଡି ଡିଗ୍ରି ଓ ସ୍ୱର୍ଣ୍ଣପଦକ ପ୍ରଦାନ କରିିବେ ମୁଖ୍ୟଅତିଥି । ଅପରାହ୍ନରେ ସ୍ୱତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀ ଫେରିଯିବେ ଭେଙ୍କିଆ ନାଇଡୁ ।

ଏହାପୂର୍ବରୁ ଉପରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭୁବନେଶ୍ୱରରେ ପ୍ରାୟ ୪୦ ପ୍ଲାଟୁନ ପୋଲିସ୍‌ ଫୋର୍ସ ମୂତୟନ ହେବେ । ଦାୟିତ୍ୱରେ ରହିବେ ୧୩୦ ବରିଷ୍ଠ ପୋଲିସ ଅଫିସର । ଏଏସଏଲ, ସିକ୍ୟୁରିଟି ଓ୍ଵିଙ୍ଗ ଏବଂ ସ୍ପେଶାଲ ଟାକଟିକାଲ ୟୁନିଟ ମଧ୍ୟ ନିୟୋଜିତ ହେବେ । କଟକରେ ମୁତୟନ ହେବେ କମିଶନରେଟ୍‌ ପୋଲିସ ପକ୍ଷରୁ ୧୫ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ଏହା ପୂର୍ବରୁ ଗତକାଲି ଭୁବନେଶ୍ୱର ବିମାନବନ୍ଦରରୁ ରାଜଭବନ ଓ ଭୁବନେଶ୍ୱରରୁ କଟକ ପର୍ଯ୍ୟନ୍ତ କାର୍‌କେଡ ରିହଲସାଲ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.