Below header

ସ୍ମାର୍ଟ ସିଟିରେ କେହି ରହିବେନି ନିଃବସ୍ତ୍ର, ବିଏମସି ପକ୍ଷରୁ ଉଦଘାଟିତ ହେଲା କାଇଣ୍ଡନେସ ଅନ ହୁଇଲ ଅଭିଯାନ

ଭୁବନେଶ୍ବର: ସ୍ମାର୍ଟ ସିଟିରେ କେହି ରହିବେନି ନିଃବସ୍ତ୍ର, ବିଏମସି ପକ୍ଷରୁ ଉଦଘାଟିତ ହେଲା କାଇଣ୍ଡନେସ ଅନ ହୁଇଲ ଅଭିଯାନ। ଉଦ୍ଦେଶ୍ୟ ଅଦରକାରୀ ବସ୍ତ୍ର ଓ ଅନ୍ୟ ସାମଗ୍ରୀ ଦିଅ ଓ ଆବଶ୍ୟକ ଥିଲେ ନିଅ। ୟୁନିଟ-୪ ମଧୁସୂଦନ ନଗରରେ ଖୋଲିଛି ଏହି କାଇଣ୍ଡନେସ ହବ୍।
ହବକୁ ଲୋକାର୍ପିତ କରିଛନ୍ତି ପୌର ପ୍ରଶାସକ ସଂଗ୍ରାମ ଜିତ ନାୟକ।

ଏହି ଅବସରରେ ଉପସ୍ଥିତ ଥିଲେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀ ଓ ଅନ୍ୟ ବରିଷ୍ଠ ଅଧିକାରୀ। ହବର ଦାୟିତ୍ୱ ନେଇଛି ବିକାଶ NGO।
ଦୈନିକ ୧୭ହଜାର ୫ଶହ ବସ୍ତ୍ର ଯୋଗାଇବ ଗରିବଙ୍କୁ। ଏଥିପାଇଁ ବିଏମସି ଖର୍ଚ୍ଚ କରିବ ମାସିକ ୧ଲକ୍ଷ ୪୦ହଜାର ଟଙ୍କା। ବସ୍ତି ଅଞ୍ଚଳ ଲୋକଙ୍କ ଉପରେ ରହିବ ଫୋକସ। ଏଥିପାଇଁ ଭୁବନେଶ୍ୱରରେ ବୁଲିବ ସ୍ୱତନ୍ତ୍ର ବସ। ବିଭିନ୍ନ ଅଞ୍ଚଳରୁ ଲୋକଙ୍କ ଠାରୁ ପୁରୁଣା ବସ୍ତ୍ର ସଂଗ୍ରହ ସହିତ ସେଗୁଡିକୁ ସଫା କରି ଗରିବଙ୍କ ମଧ୍ୟରେ ବଣ୍ଟାଯିବ।

ହୁଇଲ ଅଫ କାଇଣ୍ଡନେସ ରାଜ୍ୟରେ ପ୍ରଥମ କାର୍ଯ୍ୟକ୍ରମ। ପୂର୍ବରୁ ବିଭିନ୍ନ ସହରରେ ଏପରିକି ଭୁବନେଶ୍ୱରରେ ଥିଲା ୱାଲ ଅଫ କାଇଣ୍ଡନେସ। ବିଏମସିର ଏଭଳି ନିଆରା ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.