Below header

ଜଙ୍ଘର ମୋଟାପଣକୁ କମ୍ କରିବା ପାଇଁ ପ୍ରତିଦିନ କରନ୍ତୁ ଏହି ଆସନ, ସବୁ ସମସ୍ୟା ହେବ ଦୂର

ବୀରଭଦ୍ରାସନକୁ ଓ୍ଵାରିୟର ପୋଜ ବି କୁହାଯାଏ। ଏହି ଆସନ ହାତ, କାନ୍ଧ, ଜଙ୍ଘର ମାଂସପେଶୀକୁ ମଜବୁତ ବନାଇବାରେ ସହାୟତା କରିଥାଏ। ଏହାସହିତ ଏହି ସ୍ଥାନରେ ଜମା ହୋଇଥିବା ଅତିରିକ୍ତ ମାଂସକୁ ବି ଅଲଗା କରିଥାଏ। ଏହି ଆସନର ଅଭ୍ୟାସ ଦ୍ୱାରା ଶରୀରକୁ ଶକ୍ତି ଏବଂ ଫୂର୍ତ୍ତି ମିଳିଥାଏ। ତେବେ ଆସନ୍ତୁ ଜାଣିବା ବୀରଭଦ୍ରାସନ କରିବାର ସଠିକ ତରିକା ଏବଂ ଏହାଦ୍ୱାରା ହେଉଥିବା ଫାଇଦା ବିଷୟରେ।
ବୀରଭଦ୍ରାସନ କରିବାର ତରିକା

ବୀରଭଦ୍ରାସନ କରିବା ପାଇଁ ଗୋଡକୁ ତିନି-ଚାରି ଫୁଟ ଦୂରତାରେ ରଖି ଛିଡା ହୋଇଯାଆନ୍ତୁ। ଡାହାଣ ଗୋଇଠିକୁ ବାମ ପଟକୁ ସିଧା ରଖନ୍ତୁ। ଏବେ ଦୁଇ ହାତକୁ କାନ୍ଧ ଉପରକୁ ଉଠାନ୍ତୁ। ହାତକୁ ଆକାଶ ଅର୍ଥାତ ଉପର ଆଡକୁ ରଖନ୍ତୁ। ଲମ୍ବା ନିଶ୍ୱାସ ଛାଡି ଡାହାଣ ଆଣ୍ଠୁକୁ ମୋଡନ୍ତୁ। ମୁଣ୍ଡକୁ ବୁଲାଇ ନିଜ ଡାହାଣ ଆଡକୁ ଦେଖନ୍ତୁ। ଆସନରେ ଏମିତି ଅବସ୍ଥାରେ ରହି ହାତକୁ ଟିକେ ଆଗକୁ ଟାଣନ୍ତୁ। ନିଶ୍ୱାସ ନେବା ସମୟରେ ଶରୀର ଉପର ଆଡକୁ ରଖନ୍ତୁ।

ବୀରଭଦ୍ରାସନ କରିବାର ଲାଭ

  • ଏହି ଯୋଗ ଆସନକୁ ନିୟମିତ କରିବା ଦ୍ୱାରା କମର ମଜବୁତ ହୋଇଥାଏ।
  • ଜଙ୍ଘର ମୋଟାପଣକୁ କମ୍ କରିବା ପାଇଁ ଏହି ଆସନ ବେଶ୍ ସହାୟକ ହୋଇଥାଏ।
  • ଶରୀରର ଅତିରିକ୍ତ ଚର୍ବିକୁ କମ୍ କରିବା ସହିତ ସେଥିରେ ବାଲାନ୍ସକୁ ବଢ଼ାଇଥାଏ।
  • ସାରାଦିନ ବସି ରହି କାମ କରୁଥିବା ବ୍ୟକ୍ତି ଏହି ଆସନକୁ ନିଶ୍ଚୟ କରିବା ଉଚିତ।
  • କାନ୍ଧ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।ମସ୍ତିଷ୍କରେ ଶାନ୍ତି ଏବଂ ସାହସ ବୃଦ୍ଧି କରିଥାଏ ଏହି ଆସନ।

କେଉଁମାନେ ଏହି ଆସନକୁ କରିବା ଅନୁଚିତ

  • ଗର୍ଭବତୀ ମହିଳା ଚିକିତ୍ସକଙ୍କ ବିନା ପରାମର୍ଶରେ ଏହି ଆସନକୁ ଅଭ୍ୟାସ କରନ୍ତୁ।
  • ଯଦି ଆପଣଙ୍କର ଗୋଇଠି ହାଡ ସମ୍ବନ୍ଧୀୟ କୌଣସି ସମସ୍ୟା ଥାଏ, ତେବେ ଆପଣଙ୍କୁ ବଡ ସାବଧାନରେ ଆସନକୁ ଅଭ୍ୟାସ କରିବାକୁ ହେବ।
  • ଉଚ୍ଚ ରକ୍ତଚାପ ଥିବା ଲୋକଙ୍କୁ ଭୁଲରେ ବି ଏହି ଆସନ କରନ୍ତୁନାହିଁ।
  • ଯଦି ଆଣ୍ଠୁ ଯନ୍ତ୍ରଣା ଅଛି ତାହେଲେ ମଧ୍ୟ ଏହି ଆସନକୁ ଅଭ୍ୟାସ କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.