Below header

ବିଜେପି ଓ ଟିଏମସି ମଧ୍ୟରେ ଚାଲିଛି ତୁ ତୁ ମେଁ ମେଁ, ଦିଦିଙ୍କୁ ଟାର୍ଗେଟ କଲେ ମୋଦି

କୋଲକାତା : ସରିଛି ନନ୍ଦିଗ୍ରାମ ଆସନ ପାଇଁ ମତଦାନ । ହେଲେ ସରିନି ରାଜନୈତିକ ବୟାନବାଜି । ବିଜେପି ଓ ଟିଏମ୍‌ସି ମଧ୍ୟରେ ଆରମ୍ଭ ହୋଇଛି ବାକ୍‌ଯୁଦ୍ଧ । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଜନସଭାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଥିଲେ ।

ମୋଦି କହିଥିଲେ, ଦିଦି ଭୟଭୀତ ହୋଇଯାଇଛନ୍ତି । ନନ୍ଦିଗ୍ରାମରୁ ଦିଦି ହାରିବା ନିଶ୍ଚିତ । ତେଣୁ ଅନ୍ୟ ଏକ ଆସନରୁ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଶୁଣିବାକୁ ମିଳୁଥିବା କହିଥିଲେ ମୋଦି । ଏହାର ଜବାବ ଦେଇଛି ଟିଏମ୍‌ସି । ଦଳ କହିଛି, ଦିଦି ନନ୍ଦିଗ୍ରାମ୍ ଜିତୁଛନ୍ତି । ଅନ୍ୟ ଆସନରୁ ନିର୍ବାଚନ ଲଢିବାର ପ୍ରଶ୍ନ ଉଠୁନାହିଁ । ମୋଦିଙ୍କୁ ଟାର୍ଗେଟ୍ କରି ଟିଏମ୍‌ସି କହିଛି, ୨୦୨୪ରେ ଏକ ସୁରକ୍ଷିତ ଆସନ ଖୋଜ । କାରଣ ବାରଣାସୀରେ ତୁମକୁ ଚ୍ୟାଲେଞ୍ଜ ଦିଆଯିବ ।

ଟିଏମ୍‌ସି ନେତା ଡେରେକ୍ ଓବ୍ରାଏନ୍ କହିଛନ୍ତି, ଆମେ ଉଭୟ ନନ୍ଦିଗ୍ରାମ ଓ ପଶ୍ଚିମବଙ୍ଗରେ ବିଜୟ ଲାଭ କରିବୁ । ତଥାପି ନିର୍ବାଚନ ଆୟୋଗକୁ ଯିବାକୁ ଚିନ୍ତା କରୁଛି ଦଳ । ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ବେଳେ ପଶ୍ଚିମବଙ୍ଗର କିଛି ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା । କିଛି ସ୍ଥାନରେ ବୁଥ ଜବରଦାଖଲ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.