‘ଅମ୍ପାୟାର୍ସ କଲ୍’କୁ କାଏମ ରଖିଲା ଆଇସିସି, କିନ୍ତୁ ଡିଆରଏସ୍ ନିୟମରେ ଆସିଲା ସାମାନ୍ଯ ପରିବର୍ତ୍ତନ

ଡିଆରଏସକୁ ନେଇ ଆଇସିସି ନେଲା ବଡ ନିଷ୍ପତ୍ତି । ଡିଆରଏସ୍(ଡିସିସନ ରିଭ୍ୟୁ ସିଷ୍ଟମ) ନିୟମକୁ ନେଇ ଚାଲିଥିବା ନାନା ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି ଆଇସିସି। ଡିଆରଏସ୍ ଅଧିନରେ ରହିଥିବା ‘ଅମ୍ପାୟାର୍ସ କଲ୍’ ନିୟମକୁ ନେଇ ଖେଳାଳିଙ୍କ ମଧ୍ୟରେ ଅସନ୍ତୋଷ ରହିଥିଲେ ହେଁ ଏହି ନିୟମକୁ କାଏମ୍ ରଖିବାକୁ ଆଇସିସି ନିଷ୍ପତ୍ତି ନେଇଛି । ଅବଶ୍ୟ ଏଥିରେ କିଛି ପରିବର୍ତ୍ତନ କରାଯାଇଛି ।

ଆଇସିସି କ୍ରିକେଟ୍ କମିଟି ପକ୍ଷରୁ ଅନୁଷ୍ଠିତ ବୈଠକ ଅବସରରେ କିଛି ନୂଆ ନିୟମ ଲାଗୁ କରାଯାଇଛି । ଡିଆରଏସ୍ ଅଧିନରେ ରହିଛି ‘ଅମ୍ପାୟାର୍ସ କଲ’ ନିୟମ । କୌଣସି LBW ଅପିଲ୍ ସମୟରେ ପଡ଼ିଆ ଅମ୍ପାୟାର ବଲର ଗତି ପଥକୁ ଦେଖି ଆଉଟ୍ କିମ୍ବା ନଟ୍ ଆଉଟ୍ ନିଷ୍ପତ୍ତି ଶୁଣାଇ ପାରିବେ । ୩ଟି ୱିକେଟ୍ ମଧ୍ୟରୁ କୌଣସି ୱିକେଟରେ ବଲ୍ ଅତି କମରେ ୫୦ ପ୍ରତିଶତ ବାଜିବାର ସମ୍ଭାବନା ଥିଲେ ଅମ୍ପାୟାର ‘ଆଉଟ୍’ କିମ୍ବା ‘ନଟ୍ ଆଉଟ୍’ ନିଷ୍ପତ୍ତି ନେଇପାରିବେ । ଏଭଳି ସ୍ଥଳେ ଫିଲ୍ଡିଂ ଦଳର ଅଧିନାୟକ କିମ୍ବା ବ୍ୟାଟ୍ସମ୍ୟାନ୍ ପଡ଼ିଆ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଡିଆରଏସ୍ ନେଲେ ବିଫଳ ହେବେ । ‘ଅମ୍ପାୟାର କଲ୍’ ନିୟମ ଅନୁଯାୟୀ ପଡ଼ିଆ ଅମ୍ପାୟାରଙ୍କ ନିଷ୍ପତ୍ତି କାଏମ ରହିବ ।

ନିକଟରେ ‘ଅମ୍ପାୟାର୍ସ କଲ୍’କୁ ନେଇ ଇଣ୍ଡିଆ ଟିମ୍ କ୍ଯାପଟେନ ବିରାଟ କୋହଲି ଅସନ୍ତୋଷ ପ୍ରକଟ କରିଥିଲେ । LBW ଅପିଲ୍ ସମୟରେ ବଲଟି ୫୦ ପ୍ରତିଶତ ୱିକେଟରେ ବାଜିବାର ସମ୍ଭାବନା ଥିଲେ ଅମ୍ପାୟାର ଆଉଟ୍ ନିଷ୍ପତ୍ତି ନେବା ନିଶ୍ଚିତ । କିନ୍ତୁ ଏଭଳି ସ୍ଥଳେ ‘ନଟ୍ ଆଉଟ୍’ ନିଷ୍ପତ୍ତି ଶୁଣାଇବା ଭୁଲ୍ । କାରଣ ବଲ୍ ୱିକେଟ୍କୁ ସାମାନ୍ୟ ଭାବେ ଛୁଇଁବାର ସମ୍ଭାବନା ଥିଲେ ମଧ୍ୟ ବେଲ୍ ଜଳି ଉଠିବ । ତେଣୁ ବ୍ୟାଟ୍ସମ୍ୟାନ୍ ଆଉଟ୍ ହୋଇପାରିବେ ବୋଲି କୋହଲି ମତ ଦେଇଥିଲେ । ଆଜି ଆଇସିସି କ୍ରିକେଟ୍ କମିଟି ପକ୍ଷରୁ ଅନୁଷ୍ଠିତ ବୈଠକରେ ‘ଅମ୍ପାୟାର କଲ୍’କୁ କାଏମ ରଖାଯାଇଥିଲେ ହେଁ ନିୟମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.