ପଦୁଟିଏ କଥା କହିବାକୁ ଅକ୍ଷମ, କିନ୍ତୁ ଏମିତି ଗୀତ ଗାଉଛି ଶୁଣିଲେ ବି ବିଶ୍ବାସ କରିପାରିବେ ନାହିଁ, ଦେଖନ୍ତୁ ଭିଡିଓ

ସବୁବେଳେ ଜଣେ ବାପା ନିଜର ଛବି ନିଜ ଶିଶୁ ଭିତରେ ଦେଖିଥାଏ। ନିଜେ ଜୀବନରେ କିଛି ହାସଲ ନ କରନ୍ତୁ ପଛେ କିନ୍ତୁ ପିଲାଟି ସବୁକିଛି ନିଜ ଜୀବନରେ ହାସଲ କରୁ। ଯାହା ଜଣେ ବାପା କରିପାରିନାହିଁ, ତା ପୁଅ ନିଶ୍ଚିତ କରୁ। ଏମିତି ଇଚ୍ଛା ପ୍ରତ୍ଯେକ ବାପା ମାଙ୍କ ରହିଥିବା ବେଳେ କିଛିଙ୍କର ଏଭଳି ଆଶା ପୂରଣ ହୋଇପାରୁଛି, ଆଉ କିଛି ଜଣଙ୍କର ଆଶା ଆଶାରେ ରହିଯାଉଛି। ଏମିତି ଏକ ଭିଡିଓ ଏବେ ଇଣ୍ଟରନେଟରେ ଭାଇରଲ ହେଉଛି।

ଆପଣ ଛୋଟବେଳେ ଘରର କୌଣସି ପରିବାରଙ୍କ ଠାରୁ ଗୀତ ନିଶ୍ଚିତ ଶୁଣିଥିବେ। ତାହା ଆପଣଙ୍କୁ ଖୁଆଇବା ବେଳେ ହେଉ ଅବା ଖେଳାଇବା ବେଳେ। ଆଉ ବେଳେ ବେଳେ ଶୁଆଇବା ବେଳେ ମା’ ଗୀତ ଗାଇ ଶୁଆଇଦିଅନ୍ତି। ଆଉ (Old McDonald had a Farm – E I E I O) କବିତାଟି ସମଗ୍ର ବିଶ୍ବରେ ଜଣାଶୁଣା। ୟୁଟ୍ଯୁବରେ ମଧ୍ୟ ଏହି ଗୀତକୁ ଆପଣ ଶୁଣିପାରିବେ। ଇଣ୍ଟରନେଟରେ ଭାଇରଲ ହେଉଥିବା ଏହି ଭିଡିଓରେ ଜଣେ ବାପା ନିଜର ପିଲା ସାମ୍ନାରେ ଗୀତ ଗାଉଛନ୍ତି। ଏହି ଗୀତ ଗାଇବା ସମୟରେ ବାପା ଗୀତର ଅଧା କହିଥିବା ବେଳେ ପିଲାଟି ଶେଷ ଲାଇନକୁ ଇଆଇଇଆଇଓ କହି ପୂରଣ କରଛି।

ବାପା ଓ ପୁଅଙ୍କ ଏପରି ଗୀତ ଲୋକଙ୍କୁ ବେଶ ପସନ୍ଦ ଆସୁଛି। ବ୍ଯକ୍ତି ଜଣକ ଗୀତ ଗାଇ ଶେଷରେ ରହିଯାଉଥିବା ବେଳେ ପିଲାଟି ତାହା ଗାଇ ପୂରଣ କରୁଛି। ଏହି ଭାଇରଲ ଭିଡିଓକୁ ଏପର୍ଯ୍ଯନ୍ତ ୩ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.