ରାଜ୍ୟ

ଗଛ କଟାକୁ ନେଇ ଗୋଷ୍ଠୀ ସଂଘର୍ଷ: ଉଭୟ ପକ୍ଷର ଆକ୍ରମଣରେ ଜଣେ ମୃତ, ୩ ଗୁରୁତର

ଯାଜପୁର (କେନ୍ୟୁଜ): ଗଛ କଟାକୁ ନେଇ ଗୋଷ୍ଠୀ ସଂଘର୍ଷ। ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଓ ଆକ୍ରମଣରେ ଗଲା ଜଣଙ୍କର ଜୀବନ । ୩ ଜଣ ଗୁରୁତର ହୋଇଛନ୍ତି । ଯାଜପୁର ଜିଲ୍ଲା ବରି ରାମଚନ୍ଦ୍ରପୁର ଥାନା ଅରୁଆଳ ଗାଁରେ ଏହି ଘଟଣା ଘଟିଛି । ମୃତକଙ୍କ ନାଁ ସୁବାସ ଜେନା । ୩ ଗୁରୁତର ବିକାଶ ପରିଡ଼ା ,ଅମରେଶ ପରିଡ଼ା ଓ ଶ୍ରୀନିବାସ ଜେନାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି ।

ମୃତ ସୁବାସଙ୍କ ଜମି ନିକଟରେ ଥିବା ଗୋଚର ଜମିରେ ଏକ ଗଛ କଟାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ପ୍ରଶାସନ ନିକଟରେ ଅଭିଯୋଗ ପରେ କାଠ ସିଜ୍ କରାଯାଇଥିଲା। ଗତକାଲି ସେସବୁ କାଠକୁ ବିକାଶ ଓ ତାଙ୍କ ସହଯୋଗୀ ନେବା ସମୟରେ ଘଟଣାସ୍ଥଳରେ ସଂଘର୍ଷ ଘଟିଥିଲା । ପୋଲିସ ଘଟଣାର ତଦନ୍ତ କରୁଛି ।

Barsha

Recent Posts

ପରାଜୟକୁ ଆମେ ସାଦରରେ ଗ୍ରହଣ କରୁଛୁ, ସାଢ଼େ ୪ କୋଟି ରାଜ୍ୟବାସୀ ମୋ ପରିବାର: ନବୀନ

ଭୁବନେଶ୍ୱର (କେନ୍ୟୁଜ): ନିର୍ବାଚନରେ ପରାଜୟ ନେଇ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ ।  କହିଲେ ନିର୍ବାଚନରେ…

8 mins ago

ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ: ୭ଟି ଦେଶର ବିଶିଷ୍ଟ ବ୍ୟକ୍ତି ହେବେ ସାମିଲ, ତ୍ରିସ୍ତରୀୟ ସୁରକ୍ଷାରେ ରାଷ୍ଟ୍ରପତି ଭବନ

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ଆସନ୍ତାକାଲି ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ…

45 mins ago

OnePlusର ସ୍ମାର୍ଟଫୋନରେ ମିଳୁଛି ଭାରି ଡିସକାଉଣ୍ଟ, ହାତ ଛଡ଼ା କରନ୍ତୁ ନାହିଁ ସୁଯୋଗ

ଯଦି ଆପଣ OnePlus ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ୍‌ କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ଖୁସି ଖବର ।…

1 hour ago

ଶ୍ରୀମନ୍ଦିର ଚାରିପଟେ ଆଲୋକୀକରଣ ବନ୍ଦ ହେବା ଘଟଣା, ଲାଇଟ ଖୋଲୁଥିବା ବେଳେ ୪ ଅଟକ

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଆଲୋକ ଖୁଣ୍ଟି ଓ ଆଲୋକୀକରଣ ବନ୍ଦ ହେବା ଘଟଣା ।  ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର…

1 hour ago

BECIL ରେ ସୁଯୋଗ, ୧୨ଶ ପାସ୍‌ ଠାରୁ ଗ୍ରାଜୁଏସନ କରିଥିବା ପ୍ରାର୍ଥୀ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ବ୍ରଡକାଷ୍ଟ ଇଂଜିନିୟରିଂ କନସଲଟାଣ୍ଟ ଇଣ୍ଡିଆ ଲିମିଟେଡ (BECIL) ରେ…

1 hour ago

ଭୁଶୁଡ଼ିଲା ମାଲକାନଗିରି ଏୟାରପୋର୍ଟର ପାଚେରି, ଗତ ବର୍ଷ ୨ଜଣଙ୍କର ହୋଇଥିଲା ମୃତ୍ୟୁ

ମାଲକାନଗିରି (କେନ୍ୟୁଜ): ପୁଣି ଭୁଶୁଡ଼ିଲା ମାଲକାନଗିରି ଏୟାରପୋର୍ଟ ପାଚେରୀ । କାଳବୈଶାଖୀ ବର୍ଷାରେ ନବ ନିର୍ମିତ ଏୟାରପୋର୍ଟର ସାମ୍ନାପଟ ପାଚେରୀ…

2 hours ago