ଗଛ କଟାକୁ ନେଇ ଗୋଷ୍ଠୀ ସଂଘର୍ଷ: ଉଭୟ ପକ୍ଷର ଆକ୍ରମଣରେ ଜଣେ ମୃତ, ୩ ଗୁରୁତର

ଗଛ କଟାକୁ ନେଇ ଗୋଷ୍ଠୀ ସଂଘର୍ଷ। ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଓ ଆକ୍ରମଣରେ ଗଲା ଜଣଙ୍କର ଜୀବନ । ୩ ଜଣ ଗୁରୁତର ହୋଇଛନ୍ତି । ଯାଜପୁର ଜିଲ୍ଲା ବରି ରାମଚନ୍ଦ୍ରପୁର ଥାନା ଅରୁଆଳ ଗାଁରେ ଏହି ଘଟଣା ଘଟିଛି ।

ଯାଜପୁର (କେନ୍ୟୁଜ): ଗଛ କଟାକୁ ନେଇ ଗୋଷ୍ଠୀ ସଂଘର୍ଷ। ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ଓ ଆକ୍ରମଣରେ ଗଲା ଜଣଙ୍କର ଜୀବନ । ୩ ଜଣ ଗୁରୁତର ହୋଇଛନ୍ତି । ଯାଜପୁର ଜିଲ୍ଲା ବରି ରାମଚନ୍ଦ୍ରପୁର ଥାନା ଅରୁଆଳ ଗାଁରେ ଏହି ଘଟଣା ଘଟିଛି । ମୃତକଙ୍କ ନାଁ ସୁବାସ ଜେନା । ୩ ଗୁରୁତର ବିକାଶ ପରିଡ଼ା ,ଅମରେଶ ପରିଡ଼ା ଓ ଶ୍ରୀନିବାସ ଜେନାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି ।

ମୃତ ସୁବାସଙ୍କ ଜମି ନିକଟରେ ଥିବା ଗୋଚର ଜମିରେ ଏକ ଗଛ କଟାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ପ୍ରଶାସନ ନିକଟରେ ଅଭିଯୋଗ ପରେ କାଠ ସିଜ୍ କରାଯାଇଥିଲା। ଗତକାଲି ସେସବୁ କାଠକୁ ବିକାଶ ଓ ତାଙ୍କ ସହଯୋଗୀ ନେବା ସମୟରେ ଘଟଣାସ୍ଥଳରେ ସଂଘର୍ଷ ଘଟିଥିଲା । ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.