ଅଫିସ ଭିତରେ ଉନ୍ମତ୍ତକାଣ୍ଡ: ନିର୍ବାହୀ ଅଧିକାରୀଙ୍କୁ ନିଆଁ ଲଗାଇ ମାରିଦେବାକୁ ଉଦ୍ୟମ

ନିର୍ବାହୀ ଅଧିକାରୀଙ୍କୁ ନିଆଁ ଲଗାଇ ମାରିଦେବାକୁ ଉଦ୍ୟମ । ବଡ଼ବିଲ ପୌରନିର୍ବାହୀ ଅଧିକାରୀଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇବାକୁ ଉଦ୍ୟମ ଅଭିଯୋଗ । ଅଳ୍ପକେ ବର୍ତ୍ତିଲେ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ।

ଯୋଡ଼ା (କେନ୍ୟୁଜ): ନିର୍ବାହୀ ଅଧିକାରୀଙ୍କୁ ଜିଅନ୍ତା ଜାଳି ହତ୍ୟା ଉଦ୍ୟମ । ବଡ଼ବିଲ ପୌରନିର୍ବାହୀ ଅଧିକାରୀଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇବାକୁ ଉଦ୍ୟମ ଅଭିଯୋଗ । ଅଳ୍ପକେ ବର୍ତ୍ତିଲେ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା । ନିଜ ଘରକୁ ରାସ୍ତା ଛାଡ଼ିବାକୁ ବାରମ୍ବାର ଗୁହାରି ପରେ ଅଭିଯୁକ୍ତ ଏଭଳି କାଣ୍ଡ ଘଟାଇଛି । ପୋଲିସ ଏହି ଘଟଣାରେ ଅଭିଯୁକ୍ତ ବଡ଼ବିଲ ଅଞ୍ଚଳର ଅଭିଷେକ ଗୁପ୍ତାକୁ ଗିରଫ କରିଛି ।

ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ସମୟରେ ନିର୍ବାହୀ ଅଧିକାରୀ ନିଜ ଚାମ୍ବରରେ ବସିଥିବା ବେଳେ ବଡ଼ବିଲ ଡେଲି ମାର୍କେଟ ଅଞ୍ଚଳର ଅଭିଷେକ ଗୁପ୍ତା ନାମକ ଯୁବକ ତାଙ୍କ ରୁମ୍ ଭିତରକୁ ପଶି ଆସିଥିଲେ । କିଛି କଥାବାର୍ତ୍ତା ପରେ ହଠାତ୍ ବ୍ୟାଗରେ ଲୁଚାଇ ଆଣିଥିବା ପେଟ୍ରୋଲ ଭର୍ତ୍ତି ବୋତଲ ବାହାର କରି ପୌର ନିର୍ବାହୀ ଅଧିକାରୀଙ୍କ ଉପରେ ଢ଼ାଳି ନିଆଁ ଲଗାଇବା ପାଇଁ ଲାଇଟର ବାହାର କରିଥିଲେ । ଏତିକି ବେଳେ ଅଭିଷେକ ପଣ୍ଡା ପାଟି କରି ଚାମ୍ବର ବାହାରକୁ ଦୌଡ଼ି ଆସିଥିଲେ । ଅଭିଯୁକ୍ତ ଅଭିଷେକ ଗୁପ୍ତାଙ୍କୁ କାବୁ କରିନେଇଥିଲେ ଅନ୍ୟ କର୍ମଚାରୀ । ବଡ଼ବିଲ ପୋଲିସ ଅଭିଯୁକ୍ତକୁ ନିଜ ହେପାଜତକୁ ନେଇଛି । ପୌର ନିର୍ବାହୀ ଅଧିକାରୀ ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ ପରେ ତଦନ୍ତ ଚଳାଇଛି ପୋଲିସ୍ ।

ଅଭିଯୁକ୍ତ ଅଭିଷେକ ଗୁପ୍ତାର ମାଆ କହିଛନ୍ତି, ତାଙ୍କ ଘର ଆଗରେ ଥିବା ସରକାରୀ ଜମିରେ କିଛି ଦୋକାନ ଘର ରହିଛି । ସେଗୁଡ଼ିକର ଉଚ୍ଛେଦ ପାଇଁ ବର୍ଷ ବର୍ଷ ଧରି ପୌର କାର୍ଯ୍ୟାଳୟକୁ ଧାଉଁଥିଲେ ବି କିଛି ସୁଫଳ ମିଳିନି । ହାଇକୋର୍ଟଙ୍କ ଦ୍ବାରସ୍ଥ ମଧ୍ୟ ହୋଇଥିଲେ । ଏଥିପାଇଁ ଅଧିକାଂଶ ସମୟ ପୁଅ ମାନସିକ ଚିନ୍ତାରେ ରହୁଥିଲା ବୋଲି ତାଙ୍କ ମାଆ କହିଛନ୍ତି । ତେବେ ଏନେଇ ବଡ଼ବିଲ ପୌର ନିର୍ବାହୀ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.