ରାଜ୍ୟରେ ନାହିଁ ଶୀତ, ଅଧିକାଂଶ ଜିଲ୍ଲାରେ ଘନ କୁହୁଡ଼ି ପାଇଁ ସତର୍କ ସୂଚନା

ରାଜ୍ୟରେ ବେଶୀ ଶୀତ ନାହିଁ । କିନ୍ତୁ କୁହୁଡ଼ି ପଡୁଛି । ଆସନ୍ତା କିଛି ଦିନ ଯାଏ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ରାତି ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ । ତେବେ ୧୧ ତାରିଖ ଯାଏ ରାଜ୍ୟରେ କୁହୁଡ଼ି ପ୍ରଭାବ ରହିବ ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ବେଶୀ ଶୀତ ନାହିଁ । କିନ୍ତୁ କୁହୁଡ଼ି ପଡୁଛି । ଆସନ୍ତା କିଛି ଦିନ ଯାଏ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ରାତି ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ । ତେବେ ୧୧ ତାରିଖ ଯାଏ ରାଜ୍ୟରେ କୁହୁଡ଼ି ପ୍ରଭାବ ରହିବ । ଅଧିକାଂଶ ଜିଲ୍ଲାରେ ମଧ୍ୟମରୁ ଘନ କୁହୁଡ଼ି ପାଇଁ ସତର୍କ ସୂଚନା ଜାରି ହୋଇଛି । ଆଜି ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପଡ଼ିଛି ଘନ କୁହୁଡ଼ି ।

ଆସନ୍ତାକାଲି ପାଇଁ ଅନୁଗୋଳ, ଢେଙ୍କାନାଳ ସମେତ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ କୁହୁଡ଼ି ପଡ଼ିବା ନେଇ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ରାତି ତାପମାତ୍ରା ସ୍ବାଭାବିକଠାରୁ ୨ ଡିଗ୍ରୀ ସେଲସିୟସ୍ ଅଧିକ ରେକର୍ଡ କରାଯାଇଛି । କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ଥିଲା ୭.୫ । କୋରାପୁଟରେ ୮.୩, ଦାରିଙ୍ଗିବାଡ଼ିରେ ୯.୫ ଓ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.