ଆକାଶପଥରେ ଯୋଡ଼ି ହେଲା ସ୍ବାଭିମାନ ଅଞ୍ଚଳ, ଆଜି ମାଲକାନଗିରି ବିମାନବନ୍ଦରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ମାଲକାନଗିରି ଜିଲ୍ଲା ବିକାଶରେ ଯୋଡ଼ିବ ଆଉ ଏକ ପର୍ଦ୍ଦ । ଆକାଶପଥରେ ଯୋଡ଼ି ହେଲା ସ୍ବାଭିମାନ ଅଞ୍ଚଳ । ରାଜଧାନୀକୁ ଆରମ୍ଭ ହେବ ବିମାନ ସେବା । ଆଜି ମାଲକାନଗିରି ବିମାନବନ୍ଦରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମାଲକାନଗିରି (କେନ୍ୟୁଜ): ଲାଲଗଡ଼କୁ ଉଡ଼ିବ ବିମାନ । ମାଲକାନଗିରି ଜିଲ୍ଲା ବିକାଶରେ ଯୋଡ଼ିବ ଆଉ ଏକ ପର୍ଦ୍ଦ । ଆକାଶପଥରେ ଯୋଡ଼ି ହେଲା ସ୍ବାଭିମାନ ଅଞ୍ଚଳ । ରାଜଧାନୀକୁ ଆରମ୍ଭ ହେବ ବିମାନ ସେବା । ଆଜି ମାଲକାନଗିରି ବିମାନବନ୍ଦରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ସହ ଫାଇଭଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଗସ୍ତରେ ସାମିଲ ହେବେ । ମୁଖ୍ୟମନ୍ତ୍ରୀ ଆଜି ଦିନ ୧୦ଟା ୩୦ରେ ଭୁବନେଶ୍ବର ଏୟାରପୋର୍ଟରୁ ଏୟାରକ୍ରାଫ୍ଟରେ ବାହାରି ୧୧ଟା ୪୫ ମିନିଟରେ ମାଲକାନଗିରି ବିମାନ ବନ୍ଦରରେ ପହଞ୍ଚିବେ । ୧୧ଟା ୫୦ରେ ଏୟାରପୋର୍ଟର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି ।

୨୦୧୯ ନିର୍ବାଚନ ପୂର୍ବରୁ ଗୁରୁପ୍ରିୟା ସେତୁର ଉଦଘାଟନ ସ୍ବାଭିମାନ ଅଞ୍ଚଳର ବିକାଶ ଯାତ୍ରାରେ ନୂଆ ଫର୍ଦ୍ଦ ଯୋଡ଼ିଥିଲା । ଏବେ ବିମାନ ସେବା ଲାଲଗଡ଼ରେ ଯୋଗାଯୋଗ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ହେବ । ଏହାଦ୍ବାରା ମାଲକାନଗିରି ଜିଲ୍ଲାର ଅର୍ଥନୈତିକ, ପର୍ଯ୍ୟଟନର ବିକାଶ ସହ ସୁରକ୍ଷାକର୍ମୀଙ୍କ ଯାଆସ ଅଧିକ ସୁଗମ ହେବ । ମାଲକାନଗିରି ସହର ଉପକଣ୍ଠ କୋଟେଲଗୁଡ଼ାରେ ବିମାନବନ୍ଦର ନିଜସ୍ବ ଖର୍ଚ୍ଚରେ ନିର୍ମାଣ କରିଛନ୍ତି ରାଜ୍ୟ ସରକାର । ୧୦୬ ହେକ୍ଟର ଜମିରେ ନିର୍ମିତ ହୋଇଛି । ଖର୍ଚ୍ଚ ହୋଇଛି ୨୯ କୋଟି ଟଙ୍କା । ବିମାନବନ୍ଦରରେ ରହିଛି ୧୬ଶହ ୨୦ ମିଟର ଲମ୍ବ ଓ ୩୦ ମିଟର ଓସାରର ରନୱେ । ପ୍ରଥମ ପର୍ଯ୍ୟାୟରେ ନନ ସିଡ୍ୟୁଲ ବିମାନ ଚଳାଚଳ ପାଇଁ ଯୋଜନା ରହିଛି । ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ରହିଛି ମାଲକାନଗିରି ଜିଲ୍ଲା । ପୂର୍ବରୁ ଲକ୍ଷ୍ମୀ ବସ ଯୋଜନା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ଟଙ୍କିକିଆ ଚାଉଳ ଆଦି ଯୋଜନା ମାଲକାନଗିରି ଜିଲ୍ଲାରୁ ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.