Categories: ରାଜ୍ୟ

ଖୋଲିବ ଲାଇଫ୍ ଲାଇନ୍ : କାଲି ଉଦ୍‌ଘାଟନ ହେବ ମାଲକାନଗିରି ଜିଲ୍ଲାର ଗୁରୁପ୍ରିୟା ସେତୁ

ମାଲକାନଗିରି :  ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଲାଇଫ୍‌ ଲାଇନ୍‌ ଗୁରୁପ୍ରିୟା ସେତୁ । ଏହା କେବଳ ସେତୁ ନୁହେଁ, ଇଂଜିନିୟର ଓ ସୁରକ୍ଷାବଳଙ୍କ ପ୍ରତୀକ । କାମ ଆରମ୍ଭଠୁ ମାଓବାଦୀଙ୍କ ଭୟରେ ବହୁ ଠିକାସଂସ୍ଥା ଅଧାରୁ କାମ ଛାଡ଼ିଥିଲେ । ଶେଷରେ ୨୦୧୪ରେ ଠିକା ନେଇଥିବା କୋଲକାତାର ଏକ ସଂସ୍ଥା କାମ ଶେଷ କରିଛି । ୧୭୨ କୋଟି ଟଙ୍କାରେ ନିର୍ମାଣ ହୋଇଛି ଏହି ୯୧୦ ମିଟର ଲମ୍ବର ସେତୁ । ଏଥିରେ ଲାଗିଛି ସମୁଦାୟ ୨୪୦ ମିଟର ଷ୍ଟିଲ ଗାର୍ଡର୍‌ । ୧୧ ନମ୍ବର ଖୁଣ୍ଟିରୁ ୧୭ ନମ୍ବର ଖୁଣ୍ଟି ମଧ୍ୟରେ ଷ୍ଟିଲ ଗାର୍ଡର୍‌ ଲାଗିଛି । ସେତୁ ଉପରେ ୧୨୦ ଟନ୍‌ ଲୋଡିଂ ଦେଇ ଗାର୍ଡର ଟେଷ୍ଟ କରାଯାଇଛି । ଏଥିରେ ବ୍ୟବହାର କରାଯାଇଛି ବହୁ ସେନ୍‌ସିଟିଭ ସେନ୍‌ସର । ସେତୁ କାର୍ଯ୍ୟକ୍ଷମ ହେଲେ ବିଚ୍ଛିନ୍ନାଞ୍ଚଳ ଲୋକଙ୍କ ପାଇଁ ଯୋଗାଯୋଗ ସୁବିଧା ହେବ । ଏଥିସହ ମାଓ ଦମନ ପାଇଁ ସୁରକ୍ଷାବାହିନୀର ଚଳପ୍ରଚଳ ମଧ୍ୟ ସୁଗମ ହୋଇପାରିବ । ୧୫୦ଟି ଗାଁର ଲୋକ ଉପକୃତ ହେବେ ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦେଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ରାଜ୍ୟ ପୋଲିସ ଓ ବିଏସ୍‌ଏଫ୍‌ର ବରିଷ୍ଠ ଅଧିକାରମାନେ ପଇଁତରା ମାରୁଛନ୍ତି । ସିସିଟିଭି ଦ୍ୱାରା ସେତୁ ଉପରେ ସଂପୂର୍ଣ୍ଣ ନଜର ରଖାଯାଇଛି । ଗତ ସପ୍ତାହରେ ପୋଲିସ ଡିଜି ଆର.ପି. ଶର୍ମା ସେତୁ ବୁଲି ଦେଖିବା ସହ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ ।

ଗତ ୧୮ ତାରିଖରେ ଏହି ସେତୁର ଉଦ୍‌ଘାଟନ ହେବାର ଥିଲା । କିନ୍ତୁ ପାଗ ଖରାପ ଯୋଗୁ ଏହାକୁ ଜୁଲାଇ ୨୬କୁ ଘୁଞ୍ଚାଇ ଦିଆଯାଇଥିଲା ।

KNews Bureau

Recent Posts

ରେଲୱେରେ ଲୋକ ପାଇଲଟ ଏବଂ ଟ୍ରେନ ମ୍ୟାନେଜର ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଦକ୍ଷିଣ ପୂର୍ବ ରେଲୱେରେ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଏବଂ…

38 mins ago

ଟ୍ୱିନ୍ ସିଟିରେ ଢାଳିଲା ବର୍ଷା, ବୁଡିଗଲା ଜେସିବି

ଭୁବନେଶ୍ୱର(କେନ୍ୟୁଜ୍‌): ତାଣ୍ଡବ କଲା କାଳବୈଶାଖୀ । ଦିନରେ ଅଗ୍ନି ବର୍ଷା, ରାତିରେ ଜଳ ବର୍ଷା। ରାତିରେ ଟ୍ୱିନ୍ ସିଟିରେ ଢାଳିଲା…

1 hour ago

ଟାଙ୍କିରେ ପକାଇ ୪ ଛୁଆଙ୍କ ଜୀବନ ନେଲା ମା’, ନିଜେ ବି ଜୀବନ ହାରିବା ପାଇଁ କରିଥିଲା ଚେଷ୍ଟା

ରାଜସ୍ଥାନ ବାଡ଼ମେର ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ମା’ ନିଜ ୪ ଛୁଆଙ୍କୁ ପାଣି…

1 hour ago

ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା, ବଜ୍ରପାତ ନେଲା ୬ ଜୀବନ

ଭୁବନେଶ୍ୱର : ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ବେଳେ ବଜ୍ରପାତ । ବଜ୍ରପାତ ଯୋଗୁଁ ବିଭିନ୍ନ ସ୍ଥାନରେ ୬ ଜଣଙ୍କ…

2 hours ago

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଦାମ, ଚେକ୍ କରନ୍ତୁ ଆଜିର ଦର

ଭୁବନେଶ୍ୱରରେ କମିଲା ପେଟ୍ରୋଲ ଦାମ ।  ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଛି ।…

2 hours ago

ବାଇକ୍‌ ନେଇ ଫେରାର ମାରୁଥିଲା ଚୋର, ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକେ

ଜଳେଶ୍ୱର(କେନ୍ୟୁଜ): ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଟୁଲଗେଟ ବଜାରରେ ଘଟିଛି ଏମିତି ଘଟଣା । ଗତ କାଲି ଅପରାହ୍ନ…

2 hours ago