Categories: ରାଜ୍ୟ

ଲଗାଣ ବର୍ଷା ଯୋଗୁ ମାଲକାନଗିରି ଓ ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା, ଜାଣନ୍ତୁ କେଉଁଠି ରହିଛି କେମିତି ସ୍ଥିତି

ମାଲକାନଗିରି: ଜଳବନ୍ଦୀ ମାଲକାନଗିରି। ମାଲକାନଗିରିରେ ଲଗାଣ ବର୍ଷା ଯୋଗୁ ବେହାଲ ହୋଇ ପଡିଛି ସ୍ଥିତିା ଜିଲ୍ଲାର ଏମଭି ୩୭, କୋରକୋଣ୍ଡା ଓ କାଙ୍ଗରକୋଣ୍ଡା ପୋଲ ଉପରେ ପାଣି ବଢି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ମାଲକାନଗିରି-କାଲିମେଳା ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡି ଅଟକି ରହିଛି । ଲଗାଣ ବର୍ଷା ଯୋଗୁ ଜିଲ୍ଲାରେ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି । ସେପଟେ ମାଲକାନଗିରିରେ କିଛି ଦିନ ତଳେ ହୋଇଥିବା ବନ୍ୟାରେ ବ୍ୟାପକ ଫସଲ ନଷ୍ଟ ହୋଇଛି।

ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା

ରାଜ୍ୟରେ ଲଗାଣ ବର୍ଷା ଲାଗି ରହିବା ଦ୍ବାରା ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ନାଳ ନର୍ଦ୍ଦମା ଉଛୁଳି ପାଣି ଘରେ ପସୁଛି। ଫଳରେ ସମସ୍ତ ବିଦ୍ୟାଳୟର ଶ୍ରେଣୀକୁ ଜିଲ୍ଲାପାଳ ବାତିଲ କରିଦେଇଛନ୍ତି। ତେବେ ସମସ୍ତ ଶିକ୍ଷକ ସ୍କୁଲରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଲଗାଣ ବର୍ଷାରେ ଯୋଗୁ ରାୟଗଡ଼ା ଜିଲ୍ଲା ବିଶେଷ କ୍ଷତିଗ୍ରସ୍ତ ହୋଇଛି

ଲଗାଣ ବର୍ଷାରେ ଯୋଗୁ ରାୟଗଡ଼ା ଜିଲ୍ଲା ବିଶେଷ କ୍ଷତିଗ୍ରସ୍ତ ହୋଇଛି । ଫଳରେ କଲ୍ୟାଣୀ ନଦୀରେ ବନ୍ୟା ପରିସ୍ଥିତି ଉପୁଜିଛି । ନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ୬୩ଟି ପରିବାରକୁ ପ୍ରଶାସନ ତରଫରୁ ସ୍ଥାନାନ୍ତର କରାଯାଇଛି । ଅମ୍ବାଦଳା ରେଳ ଷ୍ଟେସନ ନିକଟରେ ବନ୍ୟାଜଳ ପ୍ରବାହିତ ଯୋଗୁ ରେଳ ଧାରଣା ଭାସି ଯାଇଛି । ରାୟଗଡ଼ା ଓ ଟିଟିଲାଗଡ଼ ରେଳଧାରଣାରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ସମ୍ବଲପୁର-କୋରାପୁଟ-ସମ୍ବଲପୁର ପାସେଞ୍ଜର, ସମ୍ବଲପୁର-ଜୁନାଗଡ଼ ରୋଡ-ସମ୍ବଲପୁର ପାସେଞ୍ଜର ବାତିଲ ହୋଇଛି।

କାଣିଯୋଡ଼ି ପୋଲ ଉପରେ ବନ୍ୟାଜଳ ପ୍ରବାହିତ :

ରାୟପୁର-ବିଶାଖାପାଟଣା-ରାୟପୁର ପାସେଞ୍ଜର ଓ ରାୟଗଡ଼ା-ସମ୍ବଲପୁର-ରାୟଗଡ଼ା ପାସେଞ୍ଜର ମଧ୍ୟ ବାତିଲ ହୋଇଛି । କାଣିଯୋଡ଼ି ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଚନ୍ଦ୍ରପୁର ବ୍ଳକର ଦୁଇଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। କାଶୀପୁର ବ୍ଲକର ୪ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି। କୁଚେଇପଦା ନିକଟରେ ଥିବା ଡାଇଭରସନ  ପ୍ରବଳ ବର୍ଷାରେ ଧୋଇହୋଇଯାଇଛି। ଫଳରେ କୁଚେଇପଦର, ଡଙ୍ଗାସିଲ, ମାଇକଞ୍ଚ ଓ କଡିପାରୀକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ।

ରାୟଗଡ଼ା ଓ ଗଜପତି ଜିଲ୍ଲାରେ ଲଗାଣ ବର୍ଷା:

ରାୟଗଡ଼ା ଓ ଗଜପତି ଜିଲ୍ଲାରେ ଲଗାଣ ବର୍ଷା । ଗଜପତି ଜିଲ୍ଲା କାଶୀନଗର ଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବଂଶଧାରା । ଜିଲ୍ଲାର ସାରା, ବାଡିଗାଁ, ପୁରଟିଗୁଡା, ନୂଆସାରା ଓ କାଶୀନଗର ଭଳି ୧୦୮ଟି ଗାଁକୁ ବିପଦ ସୃଷ୍ଟି କରିଛି ବଂଶଧାରା ନଦୀ । କାଶୀନଗର ଠାରେ ବିପଦ ସଙ୍କେତ ୫୪.୪୦ ମିଟର ରହିଥିବା ବେଳେ ୫୫.୪୦ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ସେପଟେ ଆନ୍ଧ୍ରପ୍ରଦେଶର ଗୋଟା ବ୍ୟାରେଜର ୨୨ଟି ଗେଟ୍‌ ଖୋଲାଯାଇ ଘଣ୍ଟାପ୍ରତି ୨୫ ହଜାର କ୍ୟୁସେକ ଜଳ ସମୁଦ୍ରକୁ ଛଡାଯାଉଛି ।

ଲଗାଣ ବର୍ଷାରେ ଧୋଇଗଲା ପୁରୁଣା କଲଭର୍ଟ:

ଲଗାଣ ବର୍ଷାରେ ଧୋଇଗଲା ପୁରୁଣା କଲଭର୍ଟ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍‌ କୁର୍ତମଗଡ଼ରୁ ଶୀର୍ଲ୍ଲା ରାସ୍ତାର ସିଲକି ନିକଟରେ କଲଭର୍ଟ ଭାସିଯାଇଛି । ଫଳରେ କୁର୍ତାମଗଡ଼ରୁ ଶୀର୍ଲ୍ଲା ଏବଂ ପାରିଗଡ଼ ଦୁଇଟି ପଞ୍ଚାୟତକୁ ଗମନାଗମନ ଠପ୍‌ ହୋଇଯାଇଛି । NH-59 ବାଲିଗୁଡ଼ାରୁ ତୁମୁଡିବନ୍ଧ ରାସ୍ତା ବାଟଗୁଡ଼ା ଠାରେ ଅସ୍ଥାୟୀ ପୋଲ ଭାସିଯାଇଛି।

ଲଗାଣ ବର୍ଷାରେ କୋରାପୁଟ ଜିଲ୍ଲାରେ ମଧ୍ୟ ସ୍ଥିତି ସଙ୍ଗୀନ୍‌ :

ଲାଗଣ ବର୍ଷାରେ କୋରାପୁଟ ଜିଲ୍ଲାରେ ମଧ୍ୟ ସ୍ଥିତି ସଙ୍ଗୀନ୍‌ । ବିଭିନ୍ନ ନଦୀରେ ଜଳସ୍ତର ବଢିବାରେ ଲାଗିଛି । ଜିଲ୍ଲାକୁ ରେଡ୍‌ ଆର୍ଲଟ ଜାରି କରାଯାଇଛି । ଦଶମନ୍ତପୁର, ଓଡଁପୁର ଓ ବୋରିଗୁମ୍ମା ବ୍ଲକରେ ଘରେ ପାଣି ପଶି ଭାଙ୍ଗିଯାଇଛି । ବୋରିଗୁମ୍ମା ବିଶିଙ୍ଗପୁର ରାସ୍ତାରେ ବର୍ଷା ଜଳ ପ୍ରବାହିତ ହେଉଛି । ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ସମସ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ରେଳ ଧାରଣା ଉପରେ ଗଛ ପଡିବାରୁ ଟ୍ରେନ୍‌ ଚଲାଚଳ ବାଧାପ୍ରାପ୍ତ ହୋଇଛି । ଭୁବନେଶ୍ୱରରୁ ଜଗଦଲପୁର ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ ଶିକରପାଇରେ ଅଟକିଛି ।

ପ୍ରବଳ ବର୍ଷାରେ ବାଲିଗୁଡ଼ାରେ ବିଭିନ୍ନ ସ୍ଥାନରେ ଧୋଇଗଲା ଅସ୍ଥାୟୀ ପୋଲ :

ଲଗାଣ ବର୍ଷାରେ କନ୍ଧମାଳରେ ସ୍ଥିତି ସଙ୍ଗୀନ୍‌। ବର୍ଷା ପାଣିରେ ବଢିବାରେ ଲାଗିଛି ବିଭିନ୍ନ ନଦୀର ଜଳସ୍ତର । ପ୍ରବଳ ବର୍ଷାରେ ବାଲିଗୁଡ଼ାରେ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପୋଲ ଧୋଇଯିବା ସହ ଗମନାଗମନ ବାଧାପ୍ରାପ୍ତ ହୋଇଛି । ଘଐ-୫୯ ବାଲିଗୁଡ଼ାରୁ ତୁମୁଡିବନ୍ଧ ରାସ୍ତା ବାଟଗୁଡ଼ା ଠାରେ ଅସ୍ଥାୟୀ ପୋଲ ଭାସିଯାଇଛି । ବାଟଗୁଡ଼ା ରାସ୍ତା ଉପରେ ୫ ଫୁଟର ପାଣି ଚାଲୁଛି । ଫୁଲବାଣୀରୁ ବ୍ରହ୍ମପୁରକୁ ସଂଯୋଗ କରୁତିବା ଜାତୀୟ ରାଜପଥ ୧୫୭ ନମ୍ବର ଟିକାବାଲି ବ୍ଲକ କୋଚିଲଗଡରେ କଲଭର୍ଟ ଭାସିଯାଇଛି। ସେହିପରି ତୁମୁଡିବନ୍ଦ ବ୍ଲକ ମଣ୍ଡଲପଦର ନିକଟରେ ପୁଣି ଥରେ ଅସ୍ଥାୟୀ ପୋଲ ଧୋଇଯାଇଛି । ଫଳରେ ବ୍ରହ୍ମପୁରରୁ ବାଲିଗୁଡ଼ା ଦେଇ ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗିର ଓ ରାୟପୁରକୁ ସଂଯୋଗ ବିଛିନ୍ନ ହୋଇଛି । ଫଳରେ ପୋଲର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ମୋଟର ଅଟକି ରହିଛି ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago