ନେଟଫ୍ଲିକ୍ସରେ ଫ୍ରିଲାନ୍ସ ରାଇଟର ପଦବୀ ପାଇଁ ନିଯୁକ୍ତି, ଜାଣନ୍ତୁ କ’ଣ ରହିବ ଯୋଗ୍ୟତା

ଯଦି ଆପଣ ଲେଖାଲେଖି କରିବାରେ ଆଗ୍ରହ ରଖିଛନ୍ତି ଏବଂ ଫ୍ରିଲାନ୍ସ ରାଇଟିଂ କରିବାକୁ ଇଚ୍ଛା ରଖିଛନ୍ତି, ତେବେ ଆପଣଙ୍କ ପାଇଁ ନେଟଫ୍ଲିକ୍ସ ଆଣିଦେଇଛି ଖୁସି ଖବର। ଆପଣ ଦୁନିଆର ସବୁଠାରୁ ବଡ ଅନ୍‌ଡିମାଣ୍ଡ ସସର୍ଭିସ ‘ନେଟଫ୍ଲିକ୍ସ’ ସହିତ ଯୋଡି ହେବାକୁ ଯାଉଛନ୍ତି। ଆପଣ ନେଟଫ୍ଲିକ୍ସ ପାଇଁ ଲେଖାଲେଖି କରିପାରିବେ। ନେଟଫ୍ଲିକ୍ସ ପକ୍ଷରୁ ଫ୍ରିଲାନ୍ସ ଲେଖକଙ୍କ ପାଇଁ ନିଯୁକ୍ତି ପଦବୀ ଖାଲି ରହିଛି। ଯେଉଁମାନେ ହିନ୍ଦୁଦେବତା, ପୌରାଣିକ କଥାବସ୍ତୁ ଏବଂ ଭାରତୀୟ ସଂସ୍କୃତି ବିଷୟରେ ଜ୍ଞାନ ରଖିଥିବେ, ସେମାନେ ଏଥିରେ ଆବେଦନ କରିପାରିବେ। ଏହା ବିଷୟରେ ମେରୀଲ ଆଲପର ଟ୍ଵିଟ କରି ସୂଚନା ଦେଇଛନ୍ତି। ଏହି ପଦବୀ ପାଇଁ ଲେଖକର ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତା ଥିବା ଆବଶ୍ୟକ।

 

ଅଭିଜ୍ଞତା :

– ଟିଭି ସିରିଜ ଲେଖିବାର ଅନୁଭବ ରହିଥିବା ଆବଶ୍ୟକ।
– ପ୍ରି- ସ୍କୁଲ ଲେଖିବାର ଅନୁଭବ ରହିବା ମଧ୍ୟ ଆବଶ୍ୟକ।
– ଏହାସହିତ ଡାଏଲଗ, ଚରିତ୍ର ଏବଂ ଏଣ୍ଟରଟେନମେଣ୍ଟ ଉପରେ ଲେଖିବାର ଅଭିଜ୍ଞତା ଥିବା ଆବଶ୍ୟକ।

କ’ଣ ରହିବ ଦାୟିତ୍ୱ :

ସାଂସ୍କୃତିକ କିମ୍ବା ପୌରାଣିକ କ୍ଷେତ୍ରରେ ନିଜର ଉପଦେଶ ଦେଇପାରୁଥିବେ। ଯାହାଦ୍ୱାରା ଛୋଟ ପିଲାମାନେ ରୁଚି ଦେଖାଇବେ।
-୧୧ ମିନିଟ ଆନିମେଡଟ ଏପିଶୋଡ ପାଇଁ ସ୍ପ୍ରିଙ୍ଗବୋର୍ଡ, ପରିସର, ରୂପରେଖ ଏବଂ ସ୍କ୍ରିପ୍ଟ ଲେଖିବେ।
– ଲସ ଆଞ୍ଜେଲସରେ ଟିମ ସହିତ ମିଟିଂ ପାଇଁ ଉପଲବ୍ଧ ରହିବେ।
– ଆନିମେଶନରେ କ୍ରିଏଟିଭ କାମ ଜାଣିଥିବା ଆବଶ୍ୟକ।
– ନିଜ କାମକୁ ସଠିକ ସମୟରେ ସାରିବାର କ୍ଷମତା ରହିଥିବା ଦରକାର।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago