ଭୁବନେଶ୍ବର(କେନ୍ୟୁଜ୍): ପାରା ବ୍ୟାଡମିଣ୍ଟନ୍ ତାରକା ପ୍ରମୋଦ ଭଗତଙ୍କ ପାଇଁ ଆସିଛି ସୁବର୍ଣ୍ଣ ବର୍ଷ। ଚଳିତ ବର୍ଷ ୫ଟି ଅନ୍ତର୍ଜାତୀୟ ସ୍ବର୍ଣ୍ଣ ପଦକ ଜିତି ସାରିଥିବା ଏହି ଦିବ୍ୟାଙ୍ଗ କ୍ରୀଡ଼ାବିତଙ୍କୁ ମଧ୍ୟ ମିଳିବ ସର୍ବୋଚ୍ଚ ସରକାରୀ କ୍ରୀଡ଼ା ସମ୍ମାନ ‘ବିଜୁ ପଟ୍ଟନାୟକ ଶ୍ରେଷ୍ଠ କ୍ରୀଡ଼ାବିତ୍ ପୁରସ୍କାର’। ଏହା ଛଡ଼ା କ୍ରୀଡ଼ା ବିକାଶରେ ନିରନ୍ତର ତଥା ଉଲ୍ଲେଖନୀୟ ଅବଦାନ ଲାଗି କିଟ୍ ବିଶ୍ବବିଦ୍ୟାଳୟକୁ ମଧ୍ୟ ପୁରସ୍କୃତ କରାଯିବ। ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି ଏହି ମର୍ଯ୍ୟାଦାଜନକ କ୍ରୀଡ଼ା ପୁରସ୍କାର ଅନ୍ତର୍ଗତ ଅନ୍ୟ ୩ ପ୍ରମୁଖ ସମ୍ମାନ ଲାଗି ଯୋଗ୍ୟ ପ୍ରାର୍ଥୀ ନମିଳିବାରୁ କାହାରିକୁ ମନୋନୀତ କରାଯାଇନାହିଁ। ଏହି ୩ ବିଭାଗ ହେଉଛି କ୍ରୀଡ଼ାକ୍ଷେତ୍ରକୁ ଜୀବନବ୍ୟାପୀ ସେବା ପୁରସ୍କାର, ଶ୍ରେଷ୍ଠ ପ୍ରଶିକ୍ଷକ ଏବଂ ଶ୍ରେଷ୍ଠ କ୍ରୀଡ଼ା ସାମ୍ବାଦିକ। ଏଥିଲାଗି ଏକାଧିକ ଆବେଦନ ଆସିଥିଲେ ମଧ୍ୟ କାହାରିକୁ ଯୋଗ୍ୟ ବିବେଚିତ କରିନାହାନ୍ତି ବିଚାରକମଣ୍ଡଳି। ଗତ ମଙ୍ଗଳବାର ଦିନ କ୍ରୀଡ଼ା ସଚିବ ବିଶାଲ କୁମାର ଦେବଙ୍କ ଆବାହକତ୍ବରେ ଅନୁଷ୍ଠିତ ବୈଠକ ୨ଟି ବର୍ଗ ପାଇଁ ମନୋନୀତ କରିଥିବା ବେଳେ ଅନ୍ୟ ତିନିଟି ବର୍ଗକୁ ବାତିଲ କରିବାକୁ ବାଧ୍ୟ ହୋଇଥିଲେ। ଯୋଗ୍ୟ ପ୍ରାର୍ଥୀ ନ ମିଳିବା ଏବଂ ସ୍ବଳ୍ପ ସଂଖ୍ୟକ ଆବେଦନ ଆସିବା ମଧ୍ୟ ଏହି ପୁରସ୍କାର ଗୁରୁତ୍ବ ହରାଉଥିବାର ସଙ୍କେତ ଦେଇଛି।.
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…