ବ୍ୟାଡମିଣ୍ଟନ୍ ତାରକା ପ୍ରମୋଦଙ୍କୁ ‘ଶ୍ରେଷ୍ଠ କ୍ରୀଡ଼ାବିତ୍‌’ ଏବଂ କ୍ରୀଡ଼ା ବିକାଶରେ ଅବଦାନ ପାଇଁ କିଟ୍‌ କୁ ‘ବିଜୁ ପଟ୍ଟନାୟକ’ ପୁରସ୍କାର

ଭୁବନେଶ୍ବର(କେନ୍ୟୁଜ୍): ପାରା ବ୍ୟାଡମିଣ୍ଟନ୍ ତାରକା ପ୍ରମୋଦ ଭଗତଙ୍କ ପାଇଁ ଆସିଛି ସୁବର୍ଣ୍ଣ ବର୍ଷ। ଚଳିତ ବର୍ଷ ୫ଟି ଅନ୍ତର୍ଜାତୀୟ ସ୍ବର୍ଣ୍ଣ ପଦକ ଜିତି ସାରିଥିବା ଏହି ଦିବ୍ୟାଙ୍ଗ କ୍ରୀଡ଼ାବିତଙ୍କୁ ମଧ୍ୟ ମିଳିବ ସର୍ବୋଚ୍ଚ ସରକାରୀ କ୍ରୀଡ଼ା ସମ୍ମାନ ‘ବିଜୁ ପଟ୍ଟନାୟକ ଶ୍ରେଷ୍ଠ କ୍ରୀଡ଼ାବିତ୍‌ ପୁରସ୍କାର’। ଏହା ଛଡ଼ା କ୍ରୀଡ଼ା ବିକାଶରେ ନିରନ୍ତର ତଥା ଉଲ୍ଲେଖନୀୟ ଅବଦାନ ଲାଗି କିଟ୍‌ ବିଶ୍ବବିଦ୍ୟାଳୟକୁ ମଧ୍ୟ ପୁରସ୍କୃତ କରାଯିବ। ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଉଛି ଏହି ମର୍ଯ୍ୟାଦାଜନକ କ୍ରୀଡ଼ା ପୁରସ୍କାର ଅନ୍ତର୍ଗତ ଅନ୍ୟ ୩ ପ୍ରମୁଖ ସମ୍ମାନ ଲାଗି ଯୋଗ୍ୟ ପ୍ରାର୍ଥୀ ନମିଳିବାରୁ କାହାରିକୁ ମନୋନୀତ କରାଯାଇନାହିଁ। ଏହି ୩ ବିଭାଗ ହେଉଛି କ୍ରୀଡ଼ା‌କ୍ଷେତ୍ରକୁ ଜୀବନବ୍ୟାପୀ ସେବା ପୁରସ୍କାର, ଶ୍ରେଷ୍ଠ ପ୍ରଶିକ୍ଷକ ଏବଂ ଶ୍ରେଷ୍ଠ କ୍ରୀଡ଼ା ସାମ୍ବାଦିକ। ଏଥିଲାଗି ଏକାଧିକ ଆବେଦନ ଆସିଥିଲେ ମଧ୍ୟ କାହାରିକୁ ଯୋଗ୍ୟ ବିବେଚିତ କରିନାହାନ୍ତି ବିଚାରକମଣ୍ଡଳି। ଗତ ମଙ୍ଗଳବାର ଦିନ କ୍ରୀଡ଼ା ସଚିବ ବିଶାଲ କୁମାର ଦେବଙ୍କ ଆବାହକତ୍ବରେ ଅନୁଷ୍ଠିତ ‌ବୈଠକ ୨ଟି ବର୍ଗ ପାଇଁ ‌ମନୋନୀତ କରିଥିବା ବେଳେ ଅନ୍ୟ ତିନିଟି ବର୍ଗକୁ ବାତିଲ କରିବାକୁ ବାଧ୍ୟ ହୋଇଥିଲେ। ଯୋଗ୍ୟ ପ୍ରାର୍ଥୀ ନ ମିଳିବା ଏବଂ ସ୍ବଳ୍ପ ସଂଖ୍ୟକ ଆବେଦନ ଆସିବା ମଧ୍ୟ ଏହି ପୁରସ୍କାର ଗୁରୁତ୍ବ ହରାଉଥିବାର ସଙ୍କେତ ‌ଦେଇଛି।.

kiit fieldଚଳିତ ବର୍ଷ ବିଶ୍ବ ବିଜେତା ପାରା ବ୍ୟାଡମିଣ୍ଟନ୍ ତାରକା ପ୍ରମୋଦ ଭଗତଙ୍କ ସହିତ ୫ ଜଣଙ୍କୁ ମିଳିବ ସ୍ପୋର୍ଟସ ଲଗ୍ଅନ୍ କ୍ରୀଡ଼ା ପୁରସ୍କାର। ପ୍ରମୋଦଙ୍କୁ ବର୍ଷର ଶ୍ରେଷ୍ଠ ଖେଳାଳି ସମ୍ମାନ ପ୍ରଦାନ କରାଯିବାକୁ ଥିବା‌ବେଳେ ତାଙ୍କ ଗୁରୁ ଶିବ ପ୍ରସାଦ ଦାସ ପାଇବେ ଶ୍ରେଷ୍ଠ ପ୍ରଶିକ୍ଷକ ସମ୍ମାନ। ବିଗତ ଦିନର ଭାରୋତ୍ତୋଳିକା ତଥା ଶକ୍ତିଉତ୍ତୋଳିକା ସୌଭାଗିନୀ ପ୍ରଧାନ (ରାଉତରାୟ), ଉଦୀୟମାନ ଅନ୍ତର୍ଜାତୀୟ ଫୁଟ୍‌ବଲର୍‌ ଶୁଭମ ଷଡ଼ଙ୍ଗୀ ଏବଂ ଯୁବ କରାଟେକା ଯସ୍ମିନ୍ ପାର୍ଥସାରଥୀ ମିଶ୍ରଙ୍କୁ ମଧ୍ୟ ସମ୍ମାନିତ କରାଯିବ। ପୁରସ୍କାର ବାବଦକୁ ଏହି ୫ ଜଣଙ୍କୁ ମୋଟ ୧ ଲକ୍ଷ ୧୦ ହଜାର ଟଙ୍କା ସହିତ ଟ୍ରଫି ଓ ଉପଢ଼ୌକନ ପ୍ରଦାନ କରାଯିବ। ଅଗଷ୍ଟ ୧୧ ତାରିଖରେ ଭୁବନେଶ୍ବରଠାରେ ଏକ ସ୍ବତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି ଗୁଡ ସାମାରିଟାନ୍ ଟ୍ରଷ୍ଟ୍‌ର ସମ୍ପାଦକ ତନ୍ମୟ ଦାସ ସୂଚନା ଦେଇଛନ୍ତି। ଟ୍ରଷ୍ଟି ନନ୍ଦ କିଶୋର ପଟ୍ଟନାୟକ, ସମ୍ପାଦକ ତନ୍ମୟ ଦାସଙ୍କ ସହିତ କ୍ରୀଡ଼ା ସଂଗଠକ ଦିଲୀପ କୁମାର ସାମନ୍ତରାୟ, କ୍ରୀଡ଼ା ସାମ୍ବାଦିକ ସମୀକ୍ଷା ପଟ୍ଟନାୟକ, ବିନୟ ଭୂଷଣ ପଟ୍ଟନାୟକ ଏବଂ ଦୁର୍ଗାପ୍ରସାଦ ମିଶ୍ରଙ୍କୁ ନେଇ ଗଠିତ ସମିତି ଏହି ଚୟନ କରିଥିଲେ।

Leave A Reply

Your email address will not be published.