ବାଲେଶ୍ୱର ହସପିଟାଲରେ ରୋଗୀଙ୍କୁ ଚିକିତ୍ସା ବଦଳରେ ବାନ୍ଧିଲେ ଖଟ ଗୋଡରେ ! କିନ୍ତୁ କଣ ପାଇଁ ଜାଣନ୍ତୁ

ବାଲେଶ୍ୱର (କେନ୍ୟୁଜ୍‌) : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଡାଇରିଆ ରୋଗୀଙ୍କୁ ବେଡ୍‌ ଦେବାକୁ ନେଇ ବଚସା ହେବା ପରେ ମେଡିକାଲ ସିକ୍ୟୁରିଟୀ ଗାର୍ଡ ସହିତ ମେଡିକାଲର କର୍ମଚାରୀ ରୋଗୀଙ୍କୁ ଖଟ ଗୋଡରେ ବାନ୍ଧି ପକାଇଥିଲେ। ଅଭିଯୋଗ ଅନୁଯାୟୀ ବାଲେଶ୍ୱର ଟାଉନ ଥାନା ଅନ୍ତର୍ଗତ ପୁଲ ବଜାରର ଅବସରପ୍ରାପ୍ତ ଡିଏସପି ସ୍ୱର୍ଗତ ସେକ୍‌ ହବିବୁଲ୍ଲାଙ୍କ ଝିଅକୁ ଡାଇରିଆ ହୋଇଥିଲା। ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଙ୍କୁ ମେଡିକାଲ ଅଣାଯାଇଥିଲା। କିନ୍ତୁ ମେଡିକାଲରେ ବେଡ ନଥବାରୁ ତଳେ ଶୋଇବା ପାଇଁ କର୍ତ୍ତୁପକ୍ଷ କହିଥିଲେ।

ହେଲେ ରୋଗୀ ଜଣଙ୍କ ତଳେ ଶୋଇବାକୁ ମନା କରିବା ସହିତ ମେଡିକାଲ କର୍ତ୍ତୁପକ୍ଷଙ୍କ ସହ ତାଙ୍କର ବଚସା ହୋଇଥିଲା। ଏହି ସମୟରେ ମେଡିକାଲର କର୍ମଚାରୀ ଏବଂ ସିକ୍ୟୁରିଟୀ ଗାର୍ଡ ତାଙ୍କ ହାତକୁ ଡାଇରିଆ ଓ୍ଵାର୍ଡର ଖଟରେ ବାନ୍ଧି ପକାଇଥିଲେ। ରୋଗୀଙ୍କର ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବା ଏବଂ ତାଙ୍କ ଭଳି ଜଣେ ଉଚ୍ଚ ଶିକ୍ଷିତା ଯୁବତୀଙ୍କୁ ଏପରି ବ୍ୟବହାର କରିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ସେହିପରି ଘଟଣାରେ ମେଡିକାଲ କର୍ତ୍ତୁପକ୍ଷଙ୍କ ତରଫରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିନାହି।

Leave A Reply

Your email address will not be published.