Categories: ରାଜ୍ୟ

ଅଧିକ ଭୟଙ୍କର ରୂପ ନେଉଛି ବାତ୍ୟା ‘ତିତ୍‌ଲି, ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଆଗକୁ ବଢୁଛି

ଭୁବନେଶ୍ବର(କେନ୍ଯୁଜ୍) : ମାଡ଼ି ଆସୁଛି ବାତ୍ୟା ତିତ୍‌ଲି । ଅଧିକ ଭୟଙ୍କର ରୂପ ନେଉଛି । ଏହା ବର୍ତ୍ତମାନ ଗୋପାଳପୁରଠାରୁ ଦକ୍ଷିଣ ଦକ୍ଷିଣ-ପୂର୍ବରେ ୪୧୦ କିଲୋମଟିର ଓ କଳିଙ୍ଗପଟ୍ଟନମ୍‌ଠାରୁ ୩୪୦ କିଲୋମିଟର ଦୂରରେ ରହିଛି । ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଆଗକୁ ବଢୁଛି ବାତ୍ୟା । ୧୨ଘଣ୍ଟା ଭିତରେ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେବ ତିତ୍‌ଲି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆସନ୍ତାକାଲି ସକାଳେ ଓଡ଼ିଶା ଉପକୂଳ ଛୁଇଁପାରେ ।

ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗର ପବନ ବହିବା ସମ୍ଭାବନା ବି ରହିଛି । ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ୧୨୫ କିଲୋମିଟର ହୋଇପାରେ। ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟର ୫ଟି ଜିଲ୍ଲା ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ବର୍ଷା ହୋଇପାରେ । ସାମୁଦ୍ରିକ ଝଡ଼ର ଚକ୍ରବ୍ୟୁହ ଭିତରକୁ ଆସିବ ଓଡ଼ିଶାର ୧୯ ଜିଲ୍ଲା । ଆସନ୍ତାକାଲି ସକାଳୁ ୨୪ ଘଣ୍ଟା ଯାଏ ୧୯ଟି ଜିଲ୍ଲାରେ ବର୍ଷା ଆଲର୍ଟ ଜାରି କରାଯାଇଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସଜୀବୀଙ୍କୁ ଭିତରକୁ ଯିବାକୁ ବାରଣ କରାଯାଇଛି ।

KNews Bureau

Recent Posts

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

12 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

15 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

35 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago

ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ କଟକଣା, ଇଣ୍ଟରନେଟ୍ ସେବା ଉପଲବ୍ଧ

ବାଲେଶ୍ୱର : ବାଲେଶ୍ଵରରେ ସ୍ଵାଭାବିକ ହେଉଛି ସ୍ଥିତି । ଆଜିଠୁ ଆହୁରି କୋହଳ ହୋଇଛି କଟକଣା । ଟାଉନ୍ ଥାନା…

2 hours ago

ସାଇବର ଠକେଇର ଶିକାର ହେଲେ ଉଚ୍ଚ ଶିକ୍ଷିତା ମହିଳା ଅଧିକାରୀ, ହରାଇଲେ ୩ ଲକ୍ଷ ୩୯ହଜାର

ଭୁବନେଶ୍ୱର: ଅନେକ ସମୟରେ ଜନସାଧାରଣ ସାଇବର ଠକେଇର ଶିକାର ହେଉଥିବା ନଜର ଆସିଛି । ଚୋର ଠାରୁ ପୋଲିସ ଯେତେ ଚାଲାକ୍‌…

2 hours ago