Below header

ଅଧିକ ଭୟଙ୍କର ରୂପ ନେଉଛି ବାତ୍ୟା ‘ତିତ୍‌ଲି, ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଆଗକୁ ବଢୁଛି

ଭୁବନେଶ୍ବର(କେନ୍ଯୁଜ୍) : ମାଡ଼ି ଆସୁଛି ବାତ୍ୟା ତିତ୍‌ଲି । ଅଧିକ ଭୟଙ୍କର ରୂପ ନେଉଛି । ଏହା ବର୍ତ୍ତମାନ ଗୋପାଳପୁରଠାରୁ ଦକ୍ଷିଣ ଦକ୍ଷିଣ-ପୂର୍ବରେ ୪୧୦ କିଲୋମଟିର ଓ କଳିଙ୍ଗପଟ୍ଟନମ୍‌ଠାରୁ ୩୪୦ କିଲୋମିଟର ଦୂରରେ ରହିଛି । ଘଣ୍ଟାପ୍ରତି ୧୦ କିଲୋମିଟର ବେଗରେ ଆଗକୁ ବଢୁଛି ବାତ୍ୟା । ୧୨ଘଣ୍ଟା ଭିତରେ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେବ ତିତ୍‌ଲି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆସନ୍ତାକାଲି ସକାଳେ ଓଡ଼ିଶା ଉପକୂଳ ଛୁଇଁପାରେ ।

titli (1)ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗର ପବନ ବହିବା ସମ୍ଭାବନା ବି ରହିଛି । ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ୧୨୫ କିଲୋମିଟର ହୋଇପାରେ। ଏହାର ପ୍ରଭାବରେ ଆଜିଠାରୁ ରାଜ୍ୟର ୫ଟି ଜିଲ୍ଲା ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ବର୍ଷା ହୋଇପାରେ । ସାମୁଦ୍ରିକ ଝଡ଼ର ଚକ୍ରବ୍ୟୁହ ଭିତରକୁ ଆସିବ ଓଡ଼ିଶାର ୧୯ ଜିଲ୍ଲା । ଆସନ୍ତାକାଲି ସକାଳୁ ୨୪ ଘଣ୍ଟା ଯାଏ ୧୯ଟି ଜିଲ୍ଲାରେ ବର୍ଷା ଆଲର୍ଟ ଜାରି କରାଯାଇଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସଜୀବୀଙ୍କୁ ଭିତରକୁ ଯିବାକୁ ବାରଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.