ବିଶ୍ୱକପ୍‌ ହକିକୁ ଆଉ ୪୮ ଦିନ, ଆଜି ହକି ଷ୍ଟାଡିୟମକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ଯୁଜ୍) : ବିଶ୍ୱକପ୍‌ ହକିକୁ ଆଉ ୪୮ ଦିନ ରହିଲା । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପ୍ରସ୍ତୁତି ଜୋରଦାର । ଆଜି ଅପରାହ୍ନରେ କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ହକି ଷ୍ଟାଡିୟମକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏତିକିବେଳେ ଉପସ୍ଥିତ ରହିବେ ହକି ଇଣ୍ଡିଆର ବହୁ କର୍ମକର୍ତ୍ତା । ଏହି ଅବସରରେ ଦିଲ୍ଲୀପ ତିର୍କୀ ଏକାଦଶ ଓ ଧନରାଜ ପିଲ୍ଲେ ଏକାଦଶ ମଧ୍ୟରେ ଖେଳାଯିବ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ । ଦୁଇ ଟିମ୍‌ରେ ବହୁ ନୂଆ ପୁରୁଣା ଖେଳାଳି ସାମିଲ ହେବେ । ଅପରାହ୍ନ ୫ଟାରେ ଏହି ମ୍ୟାଚ୍‌ ଖେଳାଯିବ ।

Leave A Reply

Your email address will not be published.