ବରଗଡ଼ରେ ହେବ ରାଜ୍ୟର ପ୍ରଥମ ଇଥାନଲ୍‌ କାରଖାନା, ଭିତ୍ତିପ୍ରସ୍ତର ସ୍ଥାପନ କରିବେ ରାଜ୍ୟପାଳ ଓ ପେଟ୍ରୋଲିୟମ୍‌ ମନ୍ତ୍ରୀ

ବରଗଡ଼(କେନ୍ଯୁଜ୍) : ଆଜି ବରଗଡ଼ ଗସ୍ତରେ ଆସୁଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ବରଗଡ଼ ଜିଲ୍ଲା ବାଉଲସିଂହାଠାରେ ପ୍ରଥମ ଇଥାନଲ କାରଖାନାର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଦେଶରେ ୧୨ଟି ଇଥାନଲ ୨ଜି କାରଖାନା ହେବାକୁ ଥିବାବେଳେ ପ୍ରଥମେ ବରଗଡ଼ ଜିଲ୍ଳାରେ ସ୍ଥାପନ ହେବ । କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ ନେଇ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡିଆରେ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଏହି ପ୍ରକଳ୍ପ କାଯ୍ୟର୍କ୍ଷମ ହେଲେ ଚାଷୀମାନେ ଉପକୃତ ହେବେ । କାରଣ ଧାନ ନଡା ଓ ବଯ୍ୟର୍ବସ୍ତୁରୁ ପ୍ରସ୍ତୁତ ହେବ ପେଟ୍ରୋଲ । କାରଖାନା ପକ୍ଷରୁ ଚାଷୀଙ୍କଠାରୁ ନଡା କିଣାଯିବ।  ଏହା ଦ୍ୱାରା ଚାଷୀଙ୍କ ଆର୍ଥିକ ଲାଭ ହେବ । ତେଣୁ ଚାଷୀମାନେ ବେଶ୍‌ ଉତ୍ସାହିତ ଅଛନ୍ତି । ଇଥାନଲ ପ୍ରକଳ୍ପ ପାଇଁ ୧ହଜାର କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି । କାଯ୍ୟର୍କ୍ରମର ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ଯାୟରେ ଥିବାବେଳେ ଜନ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି ।

Leave A Reply

Your email address will not be published.