Categories: ରାଜ୍ୟ

ବର୍ଷା ରଚୁଛି ତାଣ୍ଡବ ୫ଟି ଜିଲ୍ଲାରେ ଜନ ଜୀବନ ଅସ୍ତବ୍ୟସ୍ତ

ରାୟଗଡ଼ା ଜିଲ୍ଲାରେ ବର୍ଷା ବିତ୍ପାତ। ନାଗାବଳୀ, ବଂଶଧାରା, କଲ୍ୟାଣୀ ନଦୀରେ ବନ୍ୟା ସ୍ଥିତି। ନଦୀ ନିକଟବର୍ତ୍ତୀ ଅଞ୍ଚଳର ୬୪ଟି ପରିବାରକୁ ପ୍ରଶାସନ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛି। ଚନ୍ଦ୍ରପୁର ବ୍ଳକର ଦୁଇଟି ଓ କାଶୀପୁର ବ୍ଲକର ୪ଟି ପଞ୍ଚାୟତକୁ ଯୋଗାଯୋଗ ଠପ୍‌। ରାଉଲି ଓ ଭାଲୁମାସ୍କ ଅଞ୍ଚଳରେ ମାଟି ଅତଡ଼ା ଧସି ରେଳଧାରଣାରେ ପଡ଼ିବା ପରେ ବ୍ୟାହତ ହୋଇଛି ରେଳ ଚଳାଚଳ। ଅମ୍ବାଦଳା ରେଳ ଷ୍ଟେସନ ନିକଟରେ ବନ୍ୟାଜଳରେ ଭାସି ଯାଇଛି ରେଳ ଧାରଣା। ଗୋଟିଏ ମାଲବାହୀ ରେଳର ୭ଟି ଡବା ଧାରଣାରୁ ଖସିଯାଇଛି। ସମ୍ବଲପୁର ଡିଭିଜନର ଡିଆର୍‌ଏମ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଗଜପତି ଜିଲ୍ଲାରେ ବଂଶଧାରା ବିପଦ ସଙ୍କେତ ଉପରେ। ଜଳସ୍ତର ବୃଦ୍ଧି ପାଉଥିବାରୁ, ଜିଲ୍ଲା ପ୍ରଶାସନ ଶ୍ରୀକାକୁଲମ ଜିଲ୍ଲା ପ୍ରଶାସନ ସହ କଥା ହୋଇଥିଲେ। ଏହାପରେ ଖୋଲାଯାଇଥିଲା ଗୋଟା ବ୍ୟାରେଜର ୨୨ଟି ଗେଟ୍‌। କାଶୀନଗରର ବ୍ଲକର ଅନେକ ଗାଁ ପାଣି ଘେରରେ। କାଶୀନଗର ସହରରେ ମଧ୍ୟ ପାଣି ପସିଥିଲା। ମୋହନା ବ୍ଲକ ମଧ୍ୟ ବର୍ଷା ଦ୍ୱାରା ପ୍ରଭାବିତ ହୋଇଛି।

ମାଲକାନଗିରି ଜିଲ୍ଲାରେ ତୃତୀୟ ବନ୍ୟା। ଏମ୍‌ଭି ୩୭, କୋରକୋଣ୍ଡା, ପୋଟେରୁ ପ୍ରଭାବିତ। ମାଲକାନଗିରି-ବାଲିମେଳା, ମାଲକାନଗିରି-କାଲିମେଳା ଓ ମାଲକାନଗିରି-ଜୟପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ। ଜିଲ୍ଲାର ୧୮ଟି ଆଶ୍ରୟ ସ୍ଥଳୀରେ ବନ୍ୟା ପୀଡ଼ିତଙ୍କୁ ରଖାଯାଇଛି। ଆଜି ଜିଲ୍ଲାର ସମସ୍ତ ସ୍କୁଲକୁ ବନ୍ଦ ରଖାଯାଇଥିଲା।

କୋରାପୁଟ ଜିଲ୍ଲାର ଦଶମନ୍ତପୁର,କୋରାପୁଟ ଓ ବୋରିଗୁମା ଆଦି ବ୍ଲକରେ ପ୍ରବଳ ବର୍ଷା। ତେଲଙ୍ଗିରୀ ପ୍ରକଳ୍ପର ୩ଟି ଗେଟ୍‌ ଖୋଲା ଯାଇଥିବାରୁ ଜଳଭଣ୍ଡାରର ତଳି ଅଂଚଳ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। କେଲୋବ ଓ ଇନ୍ଦ୍ରାବତୀର ଜଳସ୍ତର ମଧ୍ୟ ବଢୁଛି।

କନ୍ଧମାଳ ଜିଲ୍ଲାରେ ତୁମୁଡିବନ୍ଧର ରାହୁଲ ନଦୀ, କୋଟଗଡ଼ର କରାସର, ଲଙ୍କାଗଡ଼ର ଉତେଇ ନଦୀ ଓ ବାଲିଗୁଡାର ଖଡ୍‌ଗ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ରାହୁଲ ନଦୀରେ ଜଳସ୍ତର ବୃଦ୍ଧି ପାଇ ଜଲେଶପଟ୍ଟା ବ୍ରିଜ୍‌ ଉପରେ ପାଣି ଚାଲୁଥିବାରୁ ବାଧାପ୍ରାପ୍ତ ହୋଇଛି ଗମନାଗମନ। ସେହିପରି କଳାହାଣ୍ଡି ଜିଲ୍ଲାରେ ବର୍ଷା ଯୋଗୁଁ, ଥୁଆମୂଳା ରାମପୁର-ଭବାନୀପାଟଣା, କଲମପୁର-ଥୁଆମୂଳ ରାମପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି।

 

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago