ଭୁବନେଶ୍ବର:ରାଜ୍ୟରେ ଯେ କୌଣସି ସ୍ୱାସ୍ଥ୍ୟସେବା ସଂପର୍କିତ ମତାମତ ପାଇଁ ଭୁବନେଶ୍ୱରରେ ଖୋଲାଯାଇଛି ହେଲ୍ପ ଲାଇନ୍ ନମ୍ବର । ଯେ କୌଣସି ସ୍ୱାସ୍ଥ୍ୟସେବା ପାଇଁ ଆପଣ ୧୦୪ ନମ୍ବରକୁ ଡାଏଲ କରିବାକୁ ପଡିବ । ଏଥିପାଇଁ ଇଡକୋ ଟାଓ୍ଵାରରେ ରହିଛି କଲ ସେଣ୍ଟର । ପୂର୍ବରୁ କଲ ସେଣ୍ଟର ପକ୍ଷରୁ କେବଳ ଗର୍ଭବତୀଙ୍କୁ ଫୋନ୍ କରାଯାଉଥିଲା । ଆଜିଠାରୁ ଆଉଟଗୋଇଂ କଲ ମଧ୍ୟ ଶୁଭାରମ୍ଭ କରାଯାଇଛି । ଯେକୌଣସି ସ୍ୱାସ୍ଥ୍ୟସେବାର ଫୋନ୍ରେ ମତାମତ ଦେବାକୁ ଅଭିଜ୍ଞ ଡାକ୍ତର ମଧ୍ୟ ନିଯୁକ୍ତି କରାଯାଇଛି । କଲ୍ ସେଣ୍ଟରରେ ନିୟୋଜିତ ଥିବା କର୍ମଚାରୀଙ୍କୁ ଉପଯୁକ୍ତ ଟ୍ରେନିଂ ଦିଆଯାଇଛି ।
ଭୁବନେଶ୍ୱର: ଅବସରପ୍ରାପ୍ତ ଅତିଥି ଶିକ୍ଷକ ପାଠ ପଢ଼ାଇବେ। ସେମାନଙ୍କ ସହ ଏଗ୍ରିମେଣ୍ଟ ହେବ, ଅଧିକ ଆଲୋଚନା ହୋଇ ନିଯୁକ୍ତି ଦିଆଯିବ।…
କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…