ରାଜ୍ୟ

ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ, ଶପଥ ପାଠ କରାଇଲେ ରାଜ୍ୟପାଳ

କଟକ (କେନ୍ୟୁଜ): ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ । ରାଜ୍ୟପାଳ ରଘୁବର ଦାସ ଶପଥ ପାଠ କରାଇଛନ୍ତି। ହାଇକୋର୍ଟ ପୁରୁଣା ବିଲ୍ଡିଂର ପୂର୍ବଭାଗ ଲନରେ ଆୟୋଜିତ ହୋଇଥିଲା ଶପଥ ଗ୍ରହଣ ସମାରୋହ । ପାଟନା ହାଇକୋର୍ଟରେ ବରିଷ୍ଠ ବିଚାରପତି ଥିଲେ ଜଷ୍ଟିସ ସିଂ। ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ ଉପରେ ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ କେନ୍ଦ୍ର ସରକାର ଜଷ୍ଟିସ ଚକ୍ରଧାରୀ ଶରଣ ସିଂଙ୍କୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦେଇଥିଲେ । ଜଷ୍ଟିସ ଶୁଭାଶିଷ ତାଳପତ୍ର ଗତ ଅକ୍ଟୋବର ୩ ତାରିଖରେ ଅଵସର ନେବା ପରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦ ଖାଲି ରହିଥିଲା।

ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ୧୯୬୩ ଜାନୁଆରି ୨୦ରେ ଜନ୍ମଗ୍ରହଣ କରିଥିଲେ। ଦିଲ୍ଲୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଲ’ ସେଣ୍ଟରରୁ ଏଲଏଲବି ଡିଗ୍ରି ହାସଲ କରିଥିଲେ । ୧୯୯୦ ଅକ୍ଟୋବର ୩୦ରେ ଆଇନଜୀବୀ ଭାବେ ନାମ ପଞ୍ଜୀକରଣ କରିଥିଲେ ଚକ୍ରଧାରୀ ଶରଣ ସିଂ। ୧୯୯୮ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପାଟନା ହାଇକୋର୍ଟରେ ମାମଲା ପରିଚାଳନା ପାଇଁ ଅତିରିକ୍ତ ଷ୍ଟାଣ୍ଡିଂ କାଉନସେଲ ଭାବେ ନିଯୁକ୍ତି ମିଳିଥିଲା। ସେ ମେଡିଏଟର ଭାବେ ୨୦୦୬ରେ ତାଲିମ ଗ୍ରହଣ କରିଥିଲେ । ପାଟନା ହାଇକୋର୍ଟ ମେଡିଏସନ୍ ସେଣ୍ଟରରେ ମେଡିଏଟର ଭାବେ ଚକ୍ରଧାରୀ ଶରଣ ସିଂଙ୍କୁ ମିଳିଥିଲା ନିଯୁକ୍ତି ।

୨୦୧୦ ସେପ୍ଟେମ୍ବର ୧୮ରୁ ବରିଷ୍ଠ ଆଇନଜୀବୀ ମାନ୍ୟତା ମିଳିଥିଲା। ସେହିବର୍ଷ ଡିସେମ୍ବରରେ ବିହାର ସରକାରଙ୍କ ଅତିରିକ୍ତ ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ପାଇଥିଲେ। ଏହି ପଦବୀରେ କାର୍ଯ୍ୟରତ ବେଳେ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା। ୨୦୧୨ ଏପ୍ରିଲ ୫ରେ ପାଟନା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ ଚକ୍ରଧାରୀ ଶରଣ ସିଂ । ୨୦୨୩ ଫେବ୍ରୁଆରୀ ୬ରୁ ମାର୍ଚ୍ଚ ୨୮ ତାରିଖ ଯାଏ ପାଟନା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଦାୟିତ୍ବ ତୁଲାଇଥିଲେ । ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ନିଯୁକ୍ତି ପୂର୍ବରୁ ପାଟନା ହାଇକୋର୍ଟରେ ବରିଷ୍ଠ ବିଚାରପତି ଭାବରେ କାର୍ଯ୍ୟରତ ଥିଲେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂ। ବିଧି ବ୍ୟବସ୍ଥା ଅନୁଯାୟୀ ୨୦୨୫ ମସିହା ଜାନୁଆରୀ ୧୯ ତାରିଖରେ ସେ ଅଵସର ନେବେ ।

 

 

Barsha

Recent Posts

ବିହାର ବିଜୁଳି ବିଭାଗରେ ୨୬୧୦ ପଦବୀ ଖାଲି, ଦରମା ୫୮,୬୦୦ ଟଙ୍କା

ବିହାର ଷ୍ଟେଟ ପାଓ୍ଵର ହୋଲିଡିଂ କମ୍ପାନୀ ଲିମିଟେଡରେ ୨ ହଜାରରୁ ଅଧିକ ପଦବୀ ଖାଲିପଡିଛି । ଆବେଦନ କରିବା ପାଇଁ…

3 mins ago

ଜିଓ ଦେଉଛି ୨୮ ଦିନ ପାଇଁ ବଢ଼ିଆ ପ୍ଲାନ, ମିଳିବ ୬ GBର ଏକ୍ସଟ୍ରା ଡାଟା

ରିଲାଏନ୍ସ ଜିଓ ନିଜର ପ୍ରିପେଡ୍, ପୋଷ୍ଟପେଡ୍ ଏବଂ ବ୍ରଡବ୍ୟାଣ୍ଡ ୟୁଜରଙ୍କ ପାଇଁ ବିଭିନ୍ନ ପ୍ରକାରର ରିଚାର୍ଜ ପ୍ଲାନ୍‌ ଆଣିଥାଏ ।…

37 mins ago

ଚତୁର୍ଥ ଥର ପରିବର୍ତ୍ତନ ହେଲା ଜୁନିଅର ଏନଟିଆରଙ୍କ ଫିଲ୍ମ ‘ଦେବରା ପାର୍ଟ ୧’ର ରିଲିଜ୍‌ ଡେଟ୍‌, ଜାଣନ୍ତୁ କେବେ

ଚଳିତ ବର୍ଷର ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର ତାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦେବରା ପାର୍ଟ ୧’କୁ ନେଇ ଖୁବ୍‌…

40 mins ago

ବିଜୁଳି ଆଲୁଅରୁ ବଞ୍ଚିତ ଉପାନ୍ତ ଅଞ୍ଚଳବାସୀ, ବିପଦରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

ସ୍ଵାଧୀନତାର ୭୬ ବର୍ଷ ପରେ ବି ବିଜୁଳି ଆଲୁଅରୁ ବଞ୍ଚିତ ଉପାନ୍ତ ଅଞ୍ଚଳବାସୀ । ଆଲୁଅ ବିନା ଘର ଠୁ…

48 mins ago

ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଗାଁ ଲୋକେ, ରାସ୍ତାରେ ଗରା-ବାଲଟି ରଖି କଲେ ବିରୋଧ

କନ୍ଧମାଳ(କେନ୍ୟୁଜ): ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବୁନ୍ଦାଏ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଅନେକ ଲୋକ l ଫୁଲବାଣୀ ପୌର…

56 mins ago

ଫ୍ଲୋରିଡାରେ ପ୍ରବଳ ବର୍ଷା, ଟି୨୦ ବିଶ୍ୱକପ ଉପରେ ପଡିପାରେ ପ୍ରଭାବ

ଫ୍ଲୋରିଡାରେ ପ୍ରବଳ ବର୍ଷା ସହ ବନ୍ୟା ପରିସ୍ଥିତି ଦେଖାଦେଇଛି । ଫଳରେ ଟି୨୦ ବିଶ୍ୱକପ ଉପରେ ପ୍ରଭାବ ପଡିପାରେ ।…

2 hours ago