ରାଜ୍ୟ

ପରିବହନ ବାବଦରେ ପାସ୍‌ କରାଇଦେବାକୁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିଲେ ହିନ୍ଦୋଳ SDPO, ମାଡିବସିଲା ଭିଜିଲାନ୍ସ

ଢେଙ୍କାନାଳ(କେନ୍ୟୁଜ୍):  ଭିଜିଲାନ୍‌ସ ଜାଲରେ ହିନ୍ଦୋଳ SDPO । ୩୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ SDPO ମଳୟ ନାୟକ କାରନ୍ଦା ଅଞ୍ଚଳର ଖଣି ମାଲିକ ଦୁଃଖବନ୍ଧୁ ସାହୁଙ୍କୁ ପଥର ପରିବହନ ବାବଦରେ ପାସ୍‌ କରାଇଦେବାକୁ କହି ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ କଟକ ଓ ଢେଙ୍କାନାଳ ଭିଜିଲାନ୍ସ ଟିମ୍‌ର ମିଳିତ ଚଢ଼ାଉରେ ଧରାପଡ଼ିଲେ SDPO। ତାଙ୍କ ସରକାରୀ ଗାଡ଼ିରୁ ନଗଦ ୧ ଲକ୍ଷ ଟଙ୍କା ଜବତ କରାଯାଇଛି। ଏକକାଳୀନ ୬ଟି ସ୍ଥାନରେ ରେଡ୍‌ ହୋଇଛି । ପୁରୀ, ଭୁବନେଶ୍ୱର, ଅନୁଗୁଳ, ଢେଙ୍କାନାଳ ଓ ସମ୍ବଲପୁରରେ ଚଢ଼ାଉ କରାଯାଇଛି ।

ଚଢ଼ାଉ ପୂର୍ବରୁ ହିନ୍ଦୋଳ ସ୍ଥିତ ଏସଡିପିଓ ମଳୟ ନାୟକଙ୍କ ଆବାସିକ ସରକାରୀ ବାସଭବନରୁ ଏକ ବ୍ରିଫକେସ ଓ ଏକ ବ୍ୟାଗ ଧରି ତାଙ୍କ ପତ୍ନୀ ରୀତା ମହାପାତ୍ର ପଳାଇଛନ୍ତି । କ୍ୱାର୍ଟର୍ସରେ ଖୋଳତାଡ଼ କରାଯାଇଛି । ଏଥିସହ ରୀତା ମହାପାତ୍ରଙ୍କୁ ଠାବ କରିବା ପାଇଁ ଉଦ୍ୟମ ଚଳାଇଛି । ସନ୍ଦେହ କରାଯାଉଛି, ଏସଡିପିଓ ମଳୟ ନାୟକ ବିଭିନ୍ନ ବ୍ୟକ୍ତିଙ୍କଠାରୁ ନଗଦ ଓ ଫୋନସ ପେ, ଗୁଗୁଲ ପେ ଓ ଏଟିଏମରେ ଡିପୋଜିଟ ଆକାରରେ ଲାଞ୍ଚ ନେଇଛନ୍ତି । ଏହାର ଯାଞ୍ଚ ଚାଲିଛି । ରେଡ ବେଳେ ଅନୁଗୁଳ ଅମଲାପଡ଼ାରେ ତାଙ୍କର ଏକ ଦ୍ୱିମହଲା କୋଠା, ସମ୍ବଲପୁର ଧନୁପାଲିରେ ଦି ତାଲା କୋଠା, ଭୁବନେଶ୍ୱରରେ ଫ୍ଲାଟ, ପୁରୀରେ ଫ୍ଲାଟ ଓ ସମ୍ବଲପୁରରେ ଏକ ପ୍ଲଟ ଠାବ ହୋଇଛି ।

KNews Bureau

Recent Posts

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

7 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

8 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

10 hours ago