Below header

ପରିବହନ ବାବଦରେ ପାସ୍‌ କରାଇଦେବାକୁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିଲେ ହିନ୍ଦୋଳ SDPO, ମାଡିବସିଲା ଭିଜିଲାନ୍ସ

ଢେଙ୍କାନାଳ(କେନ୍ୟୁଜ୍):  ଭିଜିଲାନ୍‌ସ ଜାଲରେ ହିନ୍ଦୋଳ SDPO । ୩୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ SDPO ମଳୟ ନାୟକ କାରନ୍ଦା ଅଞ୍ଚଳର ଖଣି ମାଲିକ ଦୁଃଖବନ୍ଧୁ ସାହୁଙ୍କୁ ପଥର ପରିବହନ ବାବଦରେ ପାସ୍‌ କରାଇଦେବାକୁ କହି ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ କଟକ ଓ ଢେଙ୍କାନାଳ ଭିଜିଲାନ୍ସ ଟିମ୍‌ର ମିଳିତ ଚଢ଼ାଉରେ ଧରାପଡ଼ିଲେ SDPO। ତାଙ୍କ ସରକାରୀ ଗାଡ଼ିରୁ ନଗଦ ୧ ଲକ୍ଷ ଟଙ୍କା ଜବତ କରାଯାଇଛି। ଏକକାଳୀନ ୬ଟି ସ୍ଥାନରେ ରେଡ୍‌ ହୋଇଛି । ପୁରୀ, ଭୁବନେଶ୍ୱର, ଅନୁଗୁଳ, ଢେଙ୍କାନାଳ ଓ ସମ୍ବଲପୁରରେ ଚଢ଼ାଉ କରାଯାଇଛି ।

ଚଢ଼ାଉ ପୂର୍ବରୁ ହିନ୍ଦୋଳ ସ୍ଥିତ ଏସଡିପିଓ ମଳୟ ନାୟକଙ୍କ ଆବାସିକ ସରକାରୀ ବାସଭବନରୁ ଏକ ବ୍ରିଫକେସ ଓ ଏକ ବ୍ୟାଗ ଧରି ତାଙ୍କ ପତ୍ନୀ ରୀତା ମହାପାତ୍ର ପଳାଇଛନ୍ତି । କ୍ୱାର୍ଟର୍ସରେ ଖୋଳତାଡ଼ କରାଯାଇଛି । ଏଥିସହ ରୀତା ମହାପାତ୍ରଙ୍କୁ ଠାବ କରିବା ପାଇଁ ଉଦ୍ୟମ ଚଳାଇଛି । ସନ୍ଦେହ କରାଯାଉଛି, ଏସଡିପିଓ ମଳୟ ନାୟକ ବିଭିନ୍ନ ବ୍ୟକ୍ତିଙ୍କଠାରୁ ନଗଦ ଓ ଫୋନସ ପେ, ଗୁଗୁଲ ପେ ଓ ଏଟିଏମରେ ଡିପୋଜିଟ ଆକାରରେ ଲାଞ୍ଚ ନେଇଛନ୍ତି । ଏହାର ଯାଞ୍ଚ ଚାଲିଛି । ରେଡ ବେଳେ ଅନୁଗୁଳ ଅମଲାପଡ଼ାରେ ତାଙ୍କର ଏକ ଦ୍ୱିମହଲା କୋଠା, ସମ୍ବଲପୁର ଧନୁପାଲିରେ ଦି ତାଲା କୋଠା, ଭୁବନେଶ୍ୱରରେ ଫ୍ଲାଟ, ପୁରୀରେ ଫ୍ଲାଟ ଓ ସମ୍ବଲପୁରରେ ଏକ ପ୍ଲଟ ଠାବ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.