ସୁଶାନ୍ତଙ୍କ ମୃତ୍ୟୁ ସହ ଜଡ଼ିତ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ଆଶ୍ୱସ୍ତି, ଆଇଫା ଆଓ୍ଵାର୍ଡ ଶୋ’ରେ ଭାଗ ନେବାକୁ ମିଳିଲା ଅନୁମତି

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡ଼ିତ ଡ୍ରଗ୍ସ ମାମଲାରେ ଅଭିଯୁକ୍ତା ରିୟା ଚକ୍ରବର୍ତ୍ତୀଙ୍କୁ ଆଇଫା ଆଓ୍ଵାର୍ଡ ଶୋ’ରେ ଯୋଗଦେବା ପାଇଁ ଅନୁମତି ମିଳିଛି। ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ ବୁଧବାର ତାଙ୍କୁ ଅନୁମତି ପ୍ରଦାନ କରିଛନ୍ତି।

ଏଥି ସହିତ ସ୍ୱତନ୍ତ୍ର ବିଚାରପତି ଏଏ ଜୋଗଲେକର ରିୟା ଚକ୍ରବର୍ତ୍ତୀଙ୍କ ପାସ୍‌ପୋର୍ଟ ତାଙ୍କୁ ହସ୍ତାନ୍ତର କରିବାକୁ ଅଭିଯୋଜନ ଏଜେନ୍ସି ଏନ୍‌ସିବିକୁ ନିର୍ଦ୍ଦେଶ ଦେଇଛନ୍ତି। କହି ରଖୁଛୁ ଯେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ୨ରୁ ୫ ଜୁନ୍‌ ପର୍ଯ୍ୟନ୍ତ ଆଇଫାର ୨୨ତମ ସଂସ୍କରଣରେ ଭାଗ ନେବା ପାଇଁ ଆବୁଧାବି ଯିବେ। ଏଥିପାଇଁ ସେ କୋର୍ଟଙ୍କଠାରୁ ଅନୁମତି ମାଗିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.