ରାଜ୍ୟ

ଆଜି ଅତାବିରା ଓ ହିନ୍ଦୋଳ ଏନଏସିକୁ ମିଳିବ ନେତା, ସକାଳ ୮ ଟାରୁ ଆରମ୍ଭ ହେଲାଣି ଭୋଟ ଗଣତି

ଢେଙ୍କାନାଳ (କେନ୍ୟୁଜ): ଆଜି ଅତାବିରା ଓ ହିନ୍ଦୋଳ ଏନଏସିକୁ ମିଳିବ ନେତା। ସକାଳ ୮ ଠାରୁ ଏନଏସି କାର୍ଯ୍ୟାଳରେ ଭୋଟ ଗଣତି ଆରମ୍ଭ ହୋଇଛି । ଅତାବିରାର ବ୍ଲକ ଅଫିସ ଷ୍ଟ୍ରଙ୍ଗ ରୁମରେ ଇଭିଏମ ରହିଛି । ଏସବୁର ଗଣତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ୨ଟି ଟେବୁଲରେ ୧୬ଟି ୱାର୍ଡର ୧୬ଟି ବୁଥ ପାଇଁ ୧୬ ରାଉଣ୍ଡ ଗଣତି ହେବ । ଗୋଟିଏ ଟେବୁଲ ନଗରପାଳ ଓ ଅନ୍ୟଟି କାଉନସିଲର ପଦବି ପାଇଁ ଭୋଟ ଗଣତି ହେବ ।

ଅନୁମତି ପ୍ରାପ୍ତ ରାଜନୈତିକ ଦଳ ଏବଂ ସ୍ଵାଧୀନ ପ୍ରାର୍ଥୀଙ୍କ ଏଜେଣ୍ଟ ଭୋଟ ଗଣତି ବେଳେ ଉପସ୍ଥିତ ରହିବେ । ଗଣତି ପାଇଁ ନିଯୁକ୍ତ ହୋଇଥିବା ଅଧିକାରୀ ଓ କର୍ମଚାରୀ ମାନେ ଗଣତି କେନ୍ଦ୍ରରେ ରହିବେ । ଆଇନ ଶୃଙ୍ଖଳା ରକ୍ଷା ପାଇଁ ୨ ପ୍ଲାଟୁନ ଫୋର୍ସ ସହ ୨ ଅତିରିକ୍ତ ଏସପି, ୪ ଡ଼ିଏସପି, ୫ ଇନ୍ସପେକ୍ଟର, ୨୨ ଏସଆଇ, ଓ ଏ ଏସ଼ଆଇ ଦାୟିତ୍ଵରେ ରହିବେ। ଗଣତି ବେଳେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଏସପି ଜ୍ଞାନ ରଞନ ମହାପାତ୍ର, ହିନ୍ଦୋଳ ଉପ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଶିବା ନନ୍ଦ ସ୍ଵାଇଁ, ହିନ୍ଦୋଳ ବହସିଲ ନାର ସୁଶାନ୍ତ କୁମାର ମିଶ୍ର ଉପସ୍ଥିତ ରହି ଭୋଟ ଗଣତି ତଦାରଖ କରିବେ। ଚଳିତ ଏନଏସି ନିର୍ବାଚନରେରେ ୩ ନଗରପାଳ ପ୍ରାର୍ଥୀଙ୍କ ସହ ୫୦ କାଉନସିଲର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୮ ହଜାର ୬୪୧ ଭୋଟର ।

Barsha

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କର ଆଜି ସମାଜରେ ମାନ ସମ୍ମାନ ବଢିବ

ମେଷ: ପାରିବାରିକ ଜୀବନ ସୁଖମୟ ହେବ । ଆୟ ହ୍ରାସ ଏବଂ ଖର୍ଚ୍ଚ ବୃଦ୍ଧି ହେବ । ପ୍ରଗତିର ସମ୍ଭାବନା…

5 hours ago

ଆସନ୍ତାକାଲି ମଙ୍ଗଳ ଆଳତୀ ପରେ ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ୱାର

ଭୁବନେଶ୍ୱର (କେନ୍ୟୁଜ୍‌) : ମୋହନ ମାଝୀଙ୍କ ବିଜେପି ସରକାର ଆଜି ଶପଥ ନେବା ପରେ କ୍ୟାବିନେଟରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ…

8 hours ago

ମା ଯଶୋଦା କଳା ପରିଷଦ ପକ୍ଷରୁ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ସଙ୍ଗୀତ ମାଧ୍ୟମରେ ଜଣାଇଲେ ଶୁଭେଚ୍ଛା

ଯାଜପୁର(କେନ୍ୟୁଜ୍‌): ନୂତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ ସଙ୍ଗୀତ ମାଧ୍ୟମରେ ସ୍ୱାଗତ ଓ ସମ୍ବର୍ଦ୍ଧନା। ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁରର ଅଗ୍ରଣୀ…

8 hours ago

ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ

ଭୁବନେଶ୍ୱର(କେନ୍ୟୁଜ୍‌): ମୋହନ ମାଝୀ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ । ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ…

9 hours ago

ଚିକିତ୍ସା ସୁବିଧା ପାଇଁ କିଏ ଭଲ ଏବେ ଆପଣ ହିଁ ବିଚାର କରନ୍ତୁ

ଦେହ ଅଛି ତ ରୋଗ ଅଛି । ସେଥିଲାଗି ତ କୁହାଯାଏ, ସ୍ୱାସ୍ଥ୍ୟ ହିଁ ସମ୍ପଦ । ପ୍ରତିଟି ଜୀବନ…

9 hours ago

ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି

ଭୁବନେଶ୍ୱର(କେନ୍ୟୁଜ୍‌): ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି । ବିଧାନସଭା ବାଚସ୍ପତି ଭାବେ ରଣପୁରର ବିଧାୟିକାଙ୍କ ନାଁକୁ ନେଇ ଚର୍ଚ୍ଚା…

9 hours ago