ହକି ବିଶ୍ୱ କପ୍‌ ଉଦ୍‌ଘାଟନୀ ଉତ୍ସବ : ଦେଲା କିଏ ? ନେଲା କିଏ ?

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜିର ଯୁଗରେ ଅନ୍ତତଃ ଭାରତରେ ଏମିତି କିଛି ନାହିଁ ଯେଉଁଥିରେ ଟିକେ ରାଜନୀତି ନହୁଏ । ଏଥିରୁ ବା ବାଦ୍‌ କେମିତି ପଡ଼ିଥାନ୍ତା ହକି ବିଶ୍ୱ କପ୍‌ । ଓଡ଼ିଶା ଭଳି ଏକ ରାଜ୍ୟ ବିଶ୍ୱର ସର୍ବବୃହତ୍‌ ହକି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା କିଛି କମ୍‌ ଗୌରବର କଥା ନୁହେଁ । ଟୁର୍ଣ୍ଣାମେଣ୍ଟକୁ ଆଉ ଟିକେ ଆକର୍ଷଣୀୟ କରିବା ଲାଗି ଆୟୋଜକ ଓଡ଼ିଶା ସରକାର ଦୁଇ ଦୁଇଟି ଉଦ୍‌ଘାଟନୀ ଉତ୍ସବର ଆୟୋଜନ କଲେ । ଏହା ପଛର କାରଣ ଲୋକଙ୍କ ଡିମାଣ୍ଡ ବୋଲି କହିଲେ ଆୟୋଜକ । ତେଣୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ୨୭ ତାରିଖ ଏବଂ ୨୮ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଝଲସିଲେ ବଲିଉଡ୍‌ ଷ୍ଟାର । ରାଜଧାନୀରେ ଶାହାରୁଖ ତ ପୁରାତନ ରାଜଧାନୀରେ ସଲମାନ୍‌ । ଲୋକେ ଭରପୂର ମଜା ଉଠାଇଲେ ।

ତେବେ ଏହା ପରେ ଏହାକୁ ନେଇ ଚାଲିଛି ରାଜନୀତି । ଆଗକୁ ନିର୍ବାଚନକୁ ଦେଖି ଏସବୁ କରାଯାଉଛି ବୋଲି ବିରୋଧୀ ଅଭିଯୋଗ ଆଣିଛନ୍ତି ଶାସକ ଦଳ ବିରୋଧରେ । ଏମିତିକି ସଲମାନ ଓ ଶାହାରୁଖ ଉତ୍ସବକୁ ଆସିବା ପାଇଁ ଯେଉଁ ଅର୍ଥ ନେଇଛନ୍ତି ତାହା ମଧ୍ୟ ରାଜ୍ୟ ସରକାର ଦେିଛନ୍ତି ବୋଲି ଚର୍ଚ୍ଚା ଚାଲିଛି । ଶେଷରେ ହକି ଇଣ୍ଡିଆକୁ ଏହା ଉପରେ ସ୍ପଷ୍ଟୀକରଣ ଦେବାକୁ ପଡ଼ିଛି । ହକି ଇଣ୍ଡିଆ ଟ୍ଵିଟ୍‌ କରି କହିଛି ‘ଓଡ଼ିଶା ସରକାର ନୁହେଁ ହକି ଇଣ୍ଡିଆର ସ୍ପନସର ଉଭୟ ଉଦଘାଟନୀ ଉତ୍ସବ ପାଇଁ ଖର୍ଚ୍ଚ କରିଛନ୍ତି’ । ଗଣମାଧ୍ୟମରେ ଅନେକ ନକାରାତ୍ମକ ରିପୋର୍ଟ ଲେଖା ଯାଉଛି । ଏହା ଠିକ୍‌ ନୁହେଁ । ହକିକୁ ଭଲ ପାଇ ସମର୍ଥନ ଜଣାଉଥିବା ଲୋକଙ୍କୁ ଆମେ ହୃଦୟର ସହ କୃତଜ୍ଞତା ଜଣାଉଛୁ ବୋଲି ହକି ଇଣ୍ଡିଆ କହିଛି ।

ତେବେ ଦେଲା କିଏ ଓ ନେଲା କିଏ ସେଥିରେ ଫ୍ୟାନ୍‌ମାନଙ୍କର କିଛି ମତଲବ ନାହିଁ । ବଲିଉଡ୍‌ ଷ୍ଟାରଙ୍କ ସହ ବଢ଼ିଆ ହକି ମ୍ୟାଚ୍‌ ଦେଖି ମଜା ଉଠାଇବାରେ ଲାଗିଛନ୍ତି । ତଥାପି ଦେଖିବାର ଅଛି ଏଇ ହକି ରାଜନୀତିରେ କିଏ କାହାକୁ ମାତ୍‌ ଦେଉଛି ।

KNews Bureau

Recent Posts

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

36 mins ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

36 mins ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

43 mins ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

49 mins ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

1 hour ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

1 hour ago