ବଢୁଛି ହକି ଫିଭର, ବିଶ୍ୱକପ ପାଇଁ ପହଞ୍ଚିଲେଣି ଭାରତ ସମେତ ୬ଟି ଦଳ

ଭୁବନେଶ୍ବର :  ଚୀନ ପୁରୁଷ ହକି ଟିମର ଜୋରଦାର ପ୍ରାକ୍ଟିସ । ଭୁବନେଶ୍ୱରରେ ରହୁଥିବା ହୋଟେଲ ପରିସରରେ ଅଭ୍ୟାସ ଚଳାଇଛନ୍ତି ଟିମ୍‌ର ଖେଳାଳି । କଳିଙ୍ଗ ଷ୍ଟାଡିୟମରେ ସବୁ ଦଳର ପ୍ରାକ୍ଟିସ ପାଇଁ ବ୍ୟବସ୍ଥା ହୋଇଛି । ହେଲେ ବିଶ୍ୱକପ୍‌ ହକି ପାଇଁ ମଝିରେ ଆଉ ୪ ଦିନ ବାକି ରହିଲା । ଏଥିଲାଗି ଚୀନ ଦଳ ସମୟ ନଷ୍ଟ ନକରି ପୂରା ଦମ ଲଗାଇ ପ୍ରସ୍ତୁତି ଚଳାଇଛି । ଭଲ ପ୍ରଦର୍ଶନ କରିବାକୁ ସ୍ୱତନ୍ତ୍ର ଗେମ୍‌ ପ୍ଲାନ୍‌ କରିଛି ଟିମ୍‌ ।

ଭୁବନେଶ୍ୱରରେ ଖେଳାଳିମାନେ ରହୁଥିବା ହୋଟେଲଗୁଡ଼ିକ ଝଲସି ଉଠୁଛି । ରଙ୍ଗବେରଙ୍ଗ ଆଲୋକ ସାଙ୍ଗକୁ ସୁନ୍ଦର ସାଜସଜ୍ଜା ମନମୋହୁଛି । ହୋଟେଲ ବାହାରେ ଓ ଭିତରେ ହକି ଫିଭର । ସବୁଠି ଲାଗିଛି ମାସ୍କର୍ଟ ଓଲିର ଫଟୋ ଚିତ୍ର । ଖେଳାଳିଙ୍କୁ ସ୍ୱାଗତ କରିବା ପାଇଁ ହୋଟେଲ ସମ୍ମୁଖରେ ଲଗାଯାଇଛି ହୋର୍ଡିଂ । ସେମାନଙ୍କ ପାଇଁ ସ୍ୱତନ୍ତ୍ର ମେନ୍ୟୁ । ବିଦେଶୀ ଖାଦ୍ୟ ସହ ଦେଶୀ ଖାଦ୍ୟ ବି ପରସା ଯାଉଛି । ଓଡ଼ିଆ ଖାଦ୍ୟକୁ ବେଶ ପ୍ରଶଂସା କରିଛନ୍ତି ଚୀନ ଖେଳାଳି ।

ଅନ୍ଯପଟେ ହୋଟେଲ ଖାଦ୍ୟ ପସନ୍ଦ ନଥିବାରୁ ଇଂଲଣ୍ଡ ଖେଳାଳିମାନେ ରେଷ୍ଟୁରାଣ୍ଟରେ ଖାଇବାକୁ ସ୍ଥିର କରିଛନ୍ତି । ଏନେଇ ଇଂଲଣ୍ଡ ହକି ଦଳର କିଛି ଅଧିକାରୀ ଭୁବନେଶ୍ୱରରେ ଏକ ରେଷ୍ଟୁରାଣ୍ଟ ପସନ୍ଦ କରିଛନ୍ତି । ଆଜି ରାତିରେ ଇଂଲଣ୍ଡ ଖେଳାଳିମାନେ ଭୁବନେଶ୍ୱରରେ ପହଞ୍ଚିବାର କାଯ୍ୟର୍କ୍ରମ ରହିଛି । ସମସ୍ତ ଖେଳାଳିଙ୍କ ରହଣି ପାଇଁ ହୋଟେଲ ମେ’ ଫେୟାରରେ ବ୍ୟବସ୍ଥା କରାଯାଇଛି । ଟିମ୍‌ ଭୁବନେଶ୍ୱର ପହଞ୍ଚିବା ପରେ କମିଶନରେଟ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ।

ଖେଳାଳି, ଅତିଥି ଓ ଦର୍ଶକଙ୍କୁ ସ୍ୱାଗତ କରିବା ପାଇଁ ସାରା ରାଜଧାନୀ ସଜେଇ ହେଲାଣି । ରାସ୍ତା ପାଖ ପାଚେରୀ, କାନ୍ଥ ସବୁଠି ହକିକୁ ନେଇ ବିଭିନ୍ନ ଚିତ୍ର ଅଙ୍କାଯାଇଥିବା ବେଳେ ନାନା କଳାକୃତି ପ୍ରସ୍ତୁତ କରାଯାଇଛି ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago