Categories: ରାଜ୍ୟ

ପଦ୍ମ ଧରିବେ ଅପରାଜିତା, ଭୁବନେଶ୍ୱରରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଜୋର

ଭୁବନେଶ୍ବର : ନଭେମ୍ବର ୨୭ରେ ଦିଲ୍ଲୀରେ ପଦ୍ମ ଧରିବେ ଆଉ ଡିସେମ୍ବର ୧ରେ ଓଡ଼ିଶା ଆସିବେ । ସ୍ୱେଚ୍ଛାକୃତ ଅବସର ନେଇଥିବା ଆଇଏଏସ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ଦିଲ୍ଲୀର ଦଳୀୟ କାର୍ଯ୍ୟାଳୟରେ ବିଜେପିରେ ବିଧିବଦ୍ଧ ଯୋଗଦେବେ । ଓଡ଼ିଶା ଆସିବା ପରେ ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବ । ଆଗାମୀ ନିର୍ବାଚନରେ ଅପରାଜିତା କେଉଁଠୁ ଲଢ଼ିବେ ତାକୁ ନେଇ ଏବେ ଅଙ୍କକଷା ଆରମ୍ଭ ହେଲାଣି । ଭୁବନେଶ୍ୱରରୁ ସେ ଲଢ଼ିବା ଚର୍ଚ୍ଚା ଜୋର ଧରିଛି ।

ପୂର୍ବରୁ ଭୁବନେଶ୍ୱର ଲୋକସଭା ଆସନରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ପୃଥ୍ଵୀରାଜ ହରିଚନ୍ଦନ ଚିଲିକା ବିଧାନସଭା ଆସନରୁ ଲଢ଼ିବେ ବୋଲି ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି । ସେପଟେ ପୃଥ୍ଵୀରାଜଙ୍କୁ ସମର୍ଥନ ଜଣାଇବାକୁ ରାଜି ଥିବା କହିଛନ୍ତି ବର୍ତ୍ତମାନର ଚିଲିକା ବିଧାୟକ ବିଭୂତି ଭୂଷଣ ହରିଚନ୍ଦନ । ରାଜନୀତିରେ ସଂପୂର୍ଣ୍ଣ ସନ୍ନ୍ୟାସ ନନେଲେ ବି ବୟସାଧିକ୍ୟ ଯୋଗୁ ସେ ଆଉ ନିର୍ବାଚନ ଲଢ଼ିବେନି ବୋଲି କହିଛନ୍ତି ।

ଏପଟେ ତୃଣମୂଳ ସ୍ତରରେ ପହଞ୍ଚିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଚଳାଇଛି ବିଜେପି । ଜନ ପରାମର୍ଶ ପତ୍ର ମାଧ୍ୟମରେ ଲୋକଙ୍କ ମତାମତ ଲୋଡୁଛି ଦଳ । ଏହି ପତ୍ରରେ ଗାଁ, ପଞ୍ଚାୟତ,ବ୍ଲକ୍‌ ଓ ଜିଲ୍ଲାରୁ ନେଇ ସାରା ରାଜ୍ୟ ପର୍ଯ୍ୟନ୍ତ ବିକାଶ ଓ ସ୍ୱାଭିମାନ ସହ ବଞ୍ଚିବା ପାଇଁ କ’ଣ ହେବା ଦରକାର ସେ ବାବଦରେ ପରାମର୍ଶ ମଗାଯାଇଛି । ଜନସାଧାରଣଙ୍କ ପରାମର୍ଶ ନୂଆ ଓଡ଼ିଶା ଗଠନ ପାଇଁ ବାଟ ଦେଖାଇବ ବୋଲି ଉଲ୍ଲେଖ ରହିଛି ।

ଆଗକୁ ନିର୍ବାଚନ ଥିବା ବେଳେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଅଭିଯାନ ଚଳାଇଛନ୍ତି ।

KNews Bureau

Recent Posts

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

11 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

14 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

34 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago

ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ କଟକଣା, ଇଣ୍ଟରନେଟ୍ ସେବା ଉପଲବ୍ଧ

ବାଲେଶ୍ୱର : ବାଲେଶ୍ଵରରେ ସ୍ଵାଭାବିକ ହେଉଛି ସ୍ଥିତି । ଆଜିଠୁ ଆହୁରି କୋହଳ ହୋଇଛି କଟକଣା । ଟାଉନ୍ ଥାନା…

2 hours ago

ସାଇବର ଠକେଇର ଶିକାର ହେଲେ ଉଚ୍ଚ ଶିକ୍ଷିତା ମହିଳା ଅଧିକାରୀ, ହରାଇଲେ ୩ ଲକ୍ଷ ୩୯ହଜାର

ଭୁବନେଶ୍ୱର: ଅନେକ ସମୟରେ ଜନସାଧାରଣ ସାଇବର ଠକେଇର ଶିକାର ହେଉଥିବା ନଜର ଆସିଛି । ଚୋର ଠାରୁ ପୋଲିସ ଯେତେ ଚାଲାକ୍‌…

2 hours ago