ପଦ୍ମ ଧରିବେ ଅପରାଜିତା, ଭୁବନେଶ୍ୱରରୁ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଜୋର

ଭୁବନେଶ୍ବର : ନଭେମ୍ବର ୨୭ରେ ଦିଲ୍ଲୀରେ ପଦ୍ମ ଧରିବେ ଆଉ ଡିସେମ୍ବର ୧ରେ ଓଡ଼ିଶା ଆସିବେ । ସ୍ୱେଚ୍ଛାକୃତ ଅବସର ନେଇଥିବା ଆଇଏଏସ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ଦିଲ୍ଲୀର ଦଳୀୟ କାର୍ଯ୍ୟାଳୟରେ ବିଜେପିରେ ବିଧିବଦ୍ଧ ଯୋଗଦେବେ । ଓଡ଼ିଶା ଆସିବା ପରେ ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବ । ଆଗାମୀ ନିର୍ବାଚନରେ ଅପରାଜିତା କେଉଁଠୁ ଲଢ଼ିବେ ତାକୁ ନେଇ ଏବେ ଅଙ୍କକଷା ଆରମ୍ଭ ହେଲାଣି । ଭୁବନେଶ୍ୱରରୁ ସେ ଲଢ଼ିବା ଚର୍ଚ୍ଚା ଜୋର ଧରିଛି ।

ପୂର୍ବରୁ ଭୁବନେଶ୍ୱର ଲୋକସଭା ଆସନରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ପୃଥ୍ଵୀରାଜ ହରିଚନ୍ଦନ ଚିଲିକା ବିଧାନସଭା ଆସନରୁ ଲଢ଼ିବେ ବୋଲି ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି । ସେପଟେ ପୃଥ୍ଵୀରାଜଙ୍କୁ ସମର୍ଥନ ଜଣାଇବାକୁ ରାଜି ଥିବା କହିଛନ୍ତି ବର୍ତ୍ତମାନର ଚିଲିକା ବିଧାୟକ ବିଭୂତି ଭୂଷଣ ହରିଚନ୍ଦନ । ରାଜନୀତିରେ ସଂପୂର୍ଣ୍ଣ ସନ୍ନ୍ୟାସ ନନେଲେ ବି ବୟସାଧିକ୍ୟ ଯୋଗୁ ସେ ଆଉ ନିର୍ବାଚନ ଲଢ଼ିବେନି ବୋଲି କହିଛନ୍ତି ।

bibhuti bhusanଏପଟେ ତୃଣମୂଳ ସ୍ତରରେ ପହଞ୍ଚିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଚଳାଇଛି ବିଜେପି । ଜନ ପରାମର୍ଶ ପତ୍ର ମାଧ୍ୟମରେ ଲୋକଙ୍କ ମତାମତ ଲୋଡୁଛି ଦଳ । ଏହି ପତ୍ରରେ ଗାଁ, ପଞ୍ଚାୟତ,ବ୍ଲକ୍‌ ଓ ଜିଲ୍ଲାରୁ ନେଇ ସାରା ରାଜ୍ୟ ପର୍ଯ୍ୟନ୍ତ ବିକାଶ ଓ ସ୍ୱାଭିମାନ ସହ ବଞ୍ଚିବା ପାଇଁ କ’ଣ ହେବା ଦରକାର ସେ ବାବଦରେ ପରାମର୍ଶ ମଗାଯାଇଛି । ଜନସାଧାରଣଙ୍କ ପରାମର୍ଶ ନୂଆ ଓଡ଼ିଶା ଗଠନ ପାଇଁ ବାଟ ଦେଖାଇବ ବୋଲି ଉଲ୍ଲେଖ ରହିଛି ।

ଆଗକୁ ନିର୍ବାଚନ ଥିବା ବେଳେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଅଭିଯାନ ଚଳାଇଛନ୍ତି ।

Leave A Reply

Your email address will not be published.